ଜଗା-କାଳିଆଙ୍କ ପରେ ଏବେ ଚର୍ଚ୍ଚାରେ ପେଟଯୋଡ଼ା କନ୍ୟା ଗଙ୍ଗା-ଯମୁନା: ଚିକିତ୍ସା ଖର୍ଚ୍ଚ ଦେବେ ସରକାର

କଟକ (ଓଡ଼ିଶା ରିପୋର୍ଟର): କନ୍ଧମାଳ ମିଲିପଡ଼ାର ଜଗା ଓ କାଳିଆଙ୍କ ପରେ ଏବେ ଗଙ୍ଗା-ଯମୁନାଙ୍କୁ ନେଇ ସମଗ୍ର ରାଜ୍ୟରେ ଅଲୋଚନା ଜୋର ଧରିଛି। ଆମେ କହୁଛୁ ଗତକାଲି ନୟାଗଡ଼ର ଯୋଡ଼ା ପେଟ ଶିଶୁ କନ୍ୟା ଗଙ୍ଗା-ଯମୁନାଙ୍କ କଥା। ଜନ୍ମ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ନୟାଗଡ଼ ଶରଣକୁଳ ଥାଳ ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେମାନଙ୍କ ନାଁ […]

CHILD

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 06:33 PM IST

କଟକ (ଓଡ଼ିଶା ରିପୋର୍ଟର): କନ୍ଧମାଳ ମିଲିପଡ଼ାର ଜଗା ଓ କାଳିଆଙ୍କ ପରେ ଏବେ ଗଙ୍ଗା-ଯମୁନାଙ୍କୁ ନେଇ ସମଗ୍ର ରାଜ୍ୟରେ ଅଲୋଚନା ଜୋର ଧରିଛି। ଆମେ କହୁଛୁ ଗତକାଲି ନୟାଗଡ଼ର ଯୋଡ଼ା ପେଟ ଶିଶୁ କନ୍ୟା ଗଙ୍ଗା-ଯମୁନାଙ୍କ କଥା। ଜନ୍ମ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ନୟାଗଡ଼ ଶରଣକୁଳ ଥାଳ ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେମାନଙ୍କ ନାଁ ହେଉଛି ଗଙ୍ଗା-ଯମୁନା। ଉଭୟଙ୍କ ପେଟ ଓ ଛାତି ଯୋଡ଼ି ହୋଇ ରହିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତାରିତ କରାଯାଇଛି। ସେଠାରେ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବଡ଼ ମେଡ଼ିକାଲରେ ଗଙ୍ଗା-ଯମୁନାଙ୍କୁ ଭେଟିଛନ୍ତି। ପରେ ସେ କହିଛନ୍ତି-“ଗଙ୍ଗା-ଯମୁନାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଦରକାର ପଡ଼ିଲେ ରାଜ୍ୟ ବାହାରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ।”

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ପୁଣି ଯୋଡ଼ା ପେଟ ଶିଶୁଙ୍କୁ ନେଇ ଜୋରଧରିଛି ଆଲୋଚନା ଚାଲିଛି।

Related story