ରବି ଋତୁ ଧାନ ବିକ୍ରି ଟଙ୍କା ନ ମିଳିବା ପ୍ରତିବାଦରେ ଜୟପୁର ବନ୍ଦ

କୋରାପୁଟ: ୫ ମାସ ବିତିଯାଇଥିଲେ ବି ରବି ଋତୁରେ ବିକ୍ରି ହୋଇଥିବା ଧାନ ବାବଦକୁ ବକୟା ଟଙ୍କା ଏଯାଏ ଚାଷୀଙ୍କୁ ମିଳିନାହିଁ। ପ୍ରଶାସନର ଏପରି ଅବହେଳା ପ୍ରତିବାଦରେ ଆଜି କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ ଅଞ୍ଚଳରେ ଜୀବନଯାତ୍ରା ଠପ ହୋଇଯାଇଛି। ବସ୍ ଚଳାଚଳ ବନ୍ଦ ଥିବାରୁ ବିଭିନ୍ନ ସ୍ଥାନକୁ ଯିବାକୁ ଘରୁ ବାହାରି ଆସିଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ରାସ୍ତା […]

jayapur banda

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 07:13 AM IST

କୋରାପୁଟ: ୫ ମାସ ବିତିଯାଇଥିଲେ ବି ରବି ଋତୁରେ ବିକ୍ରି ହୋଇଥିବା ଧାନ ବାବଦକୁ ବକୟା ଟଙ୍କା ଏଯାଏ ଚାଷୀଙ୍କୁ ମିଳିନାହିଁ। ପ୍ରଶାସନର ଏପରି ଅବହେଳା ପ୍ରତିବାଦରେ ଆଜି କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ ଅଞ୍ଚଳରେ ଜୀବନଯାତ୍ରା ଠପ ହୋଇଯାଇଛି। ବସ୍ ଚଳାଚଳ ବନ୍ଦ ଥିବାରୁ ବିଭିନ୍ନ ସ୍ଥାନକୁ ଯିବାକୁ ଘରୁ ବାହାରି ଆସିଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ରାସ୍ତା ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି।

ମଞ୍ଚର ଏହି ବନ୍ଦ ଡାକରାକୁ ଜିଲ୍ଲା କଂଗ୍ରେସ ସମର୍ଥନ ଜଣାଇଛି। ଜିଲ୍ଲାର ୪ଜଣ ବିଧାୟକଙ୍କ ସମେତ କଂଗ୍ରେସ କର୍ମୀମାନେ ଜୟପୁର ବନ୍ଦରେ ସାମିଲ ହେବେ ବୋଲି ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ସେପଟେ ଜିଲ୍ଲା ପ୍ରଶାସନ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି।

Related story