ଗଠନ ହେଲା ଲୁଲୁ ସେନା

ଭୁବନେଶ୍ୱର: କଂଗ୍ରେସ ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ଜନ୍ମ ଦିନରେ ଗଠିତ ହୋଇଛି ‘ଲୁଲୁ ସେନା’। ଏହାର ସଭାପତି ରହିଛନ୍ତି କଂଗ୍ରେସ ସଂପାଦକ ରାଜେନ୍ଦ୍ର ପଣ୍ଡା। ଲୁଲୁ ପ୍ରାୟତଃ ଜନ୍ମଦିନ ପାଳନ କରୁ ନ ଥିବା ବେଳେ ଆଜି ହଠାତ୍ ତାଙ୍କ ଜନ୍ମଦିନରେ ଲୁଲୁ ସେନା ଗଠନ କଂଗ୍ରେସ୍ ରାଜନୀତିକୁ ହଲ୍‌ଚଲ୍ କରି ଦେଇଛି। ଲୁଲୁ ସେନାର ସଭାପତି ରାଜେନ୍ଦ୍ର ପଣ୍ଡା କହିଛନ୍ତି, ଲୁଲୁଙ୍କ ଭଲ ପାଉଥିବା ଲୋକଙ୍କୁ ନେଇ ଲୁଲୁ ସେନା ଗଠନ କରାଯାଇଛି। ଏହି […]

lulumohaptra

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 02:10 PM IST

ଭୁବନେଶ୍ୱର: କଂଗ୍ରେସ ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ଜନ୍ମ ଦିନରେ ଗଠିତ ହୋଇଛି ‘ଲୁଲୁ ସେନା’। ଏହାର ସଭାପତି ରହିଛନ୍ତି କଂଗ୍ରେସ ସଂପାଦକ ରାଜେନ୍ଦ୍ର ପଣ୍ଡା। ଲୁଲୁ ପ୍ରାୟତଃ ଜନ୍ମଦିନ ପାଳନ କରୁ ନ ଥିବା ବେଳେ ଆଜି ହଠାତ୍ ତାଙ୍କ ଜନ୍ମଦିନରେ ଲୁଲୁ ସେନା ଗଠନ କଂଗ୍ରେସ୍ ରାଜନୀତିକୁ ହଲ୍‌ଚଲ୍ କରି ଦେଇଛି।

ଲୁଲୁ ସେନାର ସଭାପତି ରାଜେନ୍ଦ୍ର ପଣ୍ଡା କହିଛନ୍ତି, ଲୁଲୁଙ୍କ ଭଲ ପାଉଥିବା ଲୋକଙ୍କୁ ନେଇ ଲୁଲୁ ସେନା ଗଠନ କରାଯାଇଛି। ଏହି ସେନାର ସଦସ୍ୟମାନେ ଲୁଲୁଙ୍କ ଭଲମନ୍ଦରେ ତାଙ୍କ ସହିତ ରହିବେ। କଂଗ୍ରେସ ସହ ଲୁଲୁ ସେନାର କୌଣସି ସଂପର୍କ ନାହିଁ। ଆଗାମୀ ଦିନରେ ଲୁଲୁ ସେନାକୁ ବ୍ୟାପକ କରାଯିବ। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବ।

ଅନ୍ୟପକ୍ଷରେ ଲୁଲୁ କିନ୍ତୁ ପୂରା ଓଲଟା କଥା କହିଛନ୍ତି। ସେ କହିଛନ୍ତି,‘ଏହା ଲୁଲୁ ସେନା ନୁହେଁ, କଂଗ୍ରେସ ସେନା। ମୁଁ କଂଗ୍ରେସର ଜଣେ ସଦସ୍ୟ। ତେଣୁ କଂଗ୍ରେସ ପାଇଁ ମୋର ଓ  ମୋ ଭାଇମାନେ ଯାହା କର୍ତ୍ତବ୍ୟ ତାହା କରିବୁ।’

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଯେହେତୁ ପିସିସିର ଜଣେ ସଂପାଦକ ଲୁଲୁ ସେନାର ଅଧ୍ୟକ୍ଷ ହୋଇଛନ୍ତି ତେଣୁ ଏ ସଂପର୍କରେ ପିସିସି ସଭାପତି ଜବାବ ରଖିବା ଠିକ୍ ହେବ। ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଅଚାନକ ଲୁଲୁ ସେନା ଗଠନ ପରେ କିଛି ପ୍ରଶ୍ନ ଉଙ୍କି ମାରିଛି। ଲୁଲୁ କାଁ ଭାଁ ଜନ୍ମଦିନ ପାଳନ କରୁଥିବା ବେଳେ ଜନ୍ମଦିନ ପାଳନ କରି ଲୁଲୁ ସେନା ଗଠନ କରିବାର କାରଣ କ’ଣ ହୋଇପାରେ? ଯୁବ ଗର୍ଜନ ସମାବେଶକୁ ପିସିସି ଅଣଦେଖା କରୁଥିବା ଯୋଗୁଁ ଲୁଲୁ ଦଳ ଭିତରେ କୋଣଠେସା ହୋଇଛନ୍ତି କି? ଦାମଙ୍କ ବିଜୁ ବିଚାର ମଞ୍ଚ ପରି ଲୁଲୁଙ୍କର ଏ ସେନା ଏକ ପ୍ରେସର ଟାକ୍‌ଟିସ୍‌ କି?

Related story