ଏହି ଗାଁରେ ରହୁଥିବା ୭୦ କୁକୁର କୋଟିପତି !

ଅହମ୍ମଦାବାଦ୍‌: ମଣିଷ କଥା ଛାଡ଼ନ୍ତୁ। ଆମ ଦେଶରେ ଏବେ କୁକୁର ବି କୋଟିପତି ହୋଇଗଲେଣି।  କଥାଟା ଶୁଣି  ଆଶ୍ଚର୍ଯ୍ୟ ହୋଇଗଲେକି?  ହେଲେ ଘଟଣାଟି ଏକଦମ ସତ। ଗୁଜରାଟର ମେହେରାଣ ଜିଲ୍ଲାରେ ପଞ୍ଚେତ ଗ୍ରାମର ଏକ ଟ୍ରଷ୍ଟର ଦେଖାରଖା ପାଇଁ ୭୦ କୁକୁର ନିୟୋଜିତ ହୋଇଛନ୍ତି। ଆଉ ସମସ୍ତେ କୋଟିପତି। କାରଣ ଏଠି ବୁଲା କୁକୁରଙ୍କ ପାଇଁ  ଲୋକେ ଅଧିକ ଯତ୍ନଶୀଳ। ତେଣୁ କୁକୁରଙ୍କ ନାମରେ କିଏ ଜମି ଦାନ କରୁଛି ତ ଆଉ କିଏ ଲକ୍ଷ ଲକ୍ଷ […]

dog

dog

Rakesh Mallick
  • Published: Monday, 09 April 2018
  • Updated: 09 April 2018, 05:17 PM IST

Sports

Latest News

ଅହମ୍ମଦାବାଦ୍‌: ମଣିଷ କଥା ଛାଡ଼ନ୍ତୁ। ଆମ ଦେଶରେ ଏବେ କୁକୁର ବି କୋଟିପତି ହୋଇଗଲେଣି।  କଥାଟା ଶୁଣି  ଆଶ୍ଚର୍ଯ୍ୟ ହୋଇଗଲେକି?  ହେଲେ ଘଟଣାଟି ଏକଦମ ସତ। ଗୁଜରାଟର ମେହେରାଣ ଜିଲ୍ଲାରେ ପଞ୍ଚେତ ଗ୍ରାମର ଏକ ଟ୍ରଷ୍ଟର ଦେଖାରଖା ପାଇଁ ୭୦ କୁକୁର ନିୟୋଜିତ ହୋଇଛନ୍ତି। ଆଉ ସମସ୍ତେ କୋଟିପତି। କାରଣ ଏଠି ବୁଲା କୁକୁରଙ୍କ ପାଇଁ  ଲୋକେ ଅଧିକ ଯତ୍ନଶୀଳ। ତେଣୁ କୁକୁରଙ୍କ ନାମରେ କିଏ ଜମି ଦାନ କରୁଛି ତ ଆଉ କିଏ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛି।

ଟାଇମସ୍‌ ଅଫ ଇଣ୍ଡିଆର ଖବର ମୁତାବକ ଉକ୍ତ ଗାଁର କୁକୁରମାନଙ୍କ କଲ୍ୟାଣ ଲାଗି 'honey ni pati kutariya' ନାମରେ ଏକ ସଂସ୍ଥା ଗଠନ ହୋଇଛି।  ଏହି ସଂସ୍ଥା ପାଖରେ  ପ୍ରାୟ ୫ ଏକର ଜମି ରହିଛି।  ଏହି ସ୍ଥଂସ୍ଥା ଦେଇ ଜାତୀୟରାଜପଥ ଯାଇଥିବାରୁ ଜମିର ମୂଲ୍ୟ ଏବେ ଆକାଶ ଛୁଆଁ ।  ଗୋଟିଏ ଡିସିମଲ ଜମିର ମୂଲ୍ୟ ପ୍ରାୟ ୩.୫ କୋଟି ଟଙ୍କା ହେବ। ତେବେ ମୋଟ ଜମିର ମୂଲ୍ୟ ଏଠି ୭୦ କୋଟି ଟଙ୍କାରୁ ଊର୍ଦ୍ଦ୍ୱ ହେବ।  ଏହି ଜମିକୁ ବିଭିନ୍ନ ସ୍ଥଂସ୍ଥାକୁ ବିଭିନ୍ନ ଅକାରରେ ଦିଆଯାଇଛି। ସେଥିରୁ ମିଳୁଥିବା ଆୟ କୁକୁରମାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଛି।  ସେହି ଅନୁସାରେ ଏହି ସଂସ୍ଥାକୁ ଦେଖାରଖା କରୁଥିବା ସବୁ କୁକୁର ମୁଣ୍ଡପିଛା କୋଟିଏ ଟଙ୍କା ଆସୁଛି।  ମାନେ ଏଠି ଗୋଟିଏ ଗୋଟି କୁକୁର କୋଟିପତି।

ଏଠି ବୁଲା କୁକୁରମାନଙ୍କ  ଯତ୍ନ ଲାଗି  ସ୍ଥାନୀୟ ଲୋକେ ଖୁବ୍‌ ତତ୍ପର। ସେମାନଙ୍କ ଖାଇବା ପିଇବା ଲାଗି ଧନୀ ଲୋକମାନେ ଉକ୍ତ ଟ୍ରଷ୍ଟକୁ ଜମିଦାନ କରି ଆସୁଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ କହିଛନ୍ତି ଯେ, ଏହି ପରମ୍ପରା ବହୁଦିନରୁ ଚାଲିଆସୁଛି।  କାରଣ ଏଠି ଲୋକେ କୁକୁରକୁ ଖୁବ୍‌ ଭଲପାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos