ପାରିଖିତି ସେବାଶ୍ରମରେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ଗୁଣୁପୁର: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାରିଖିତି ପ୍ରାଥମିକ ସେବାଶ୍ରମରେ ଜଣେ ୫ମ ଶ୍ରେଣୀ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଆଜି ଅଭିଯୋଗ ହୋଇଛି। ତା’ ନାଁ ନରେନ୍ଦ୍ର ମିଶାଲ। ତାଙ୍କ ଘର ପେଣେକାମ ଗାଁରେ। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଖାଇବା ପରେ ସେ ସେବାଶ୍ରମର ଏକ କୋଠରୀରେ ସାଙ୍ଗମାନଙ୍କ ସହ ଶୋଇଥିଲେ। ସକାଳେ ଅନ୍ୟ ପିଲାମାନେ ଉଠିବା ପରେ ନରେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଗୁଣୁପୁର ପୋଲିସ୍ ଘଟଣାସ୍ଥଳରେ […]

gunpur

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 11:55 AM IST

ଗୁଣୁପୁର: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାରିଖିତି ପ୍ରାଥମିକ ସେବାଶ୍ରମରେ ଜଣେ ୫ମ ଶ୍ରେଣୀ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଆଜି ଅଭିଯୋଗ ହୋଇଛି। ତା’ ନାଁ ନରେନ୍ଦ୍ର ମିଶାଲ। ତାଙ୍କ ଘର ପେଣେକାମ ଗାଁରେ।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଖାଇବା ପରେ ସେ ସେବାଶ୍ରମର ଏକ କୋଠରୀରେ ସାଙ୍ଗମାନଙ୍କ ସହ ଶୋଇଥିଲେ। ସକାଳେ ଅନ୍ୟ ପିଲାମାନେ ଉଠିବା ପରେ ନରେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ଗୁଣୁପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

Related story