ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଲେ  ରାଜ୍ୟ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର: ଆଜି ଗୁରୁଦିବସ। ସେଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କୁ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ସ୍କୁଲ ଓ କଲେଜରେ ଗୁରୁ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ଗୁରୁ ଦିବସକୁ ବର୍ଜନ କରି କଳା ଦିବସ ଭାବେ ପାଳନ କରୁଛି ରାଜ୍ୟ ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ। ଢେଙ୍କନାଳା ଜିଲ୍ଲା କାମାକ୍ଷାନଗରରେ ଆଜି ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ଏକାଠି ହୋଇ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ ସଭା କରିଥିଲେ। ସେହିପରି ପୁରୀ […]

block

block

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 04:23 PM IST

Sports

Latest News

ଭୁବନେଶ୍ୱର: ଆଜି ଗୁରୁଦିବସ। ସେଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କୁ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ସ୍କୁଲ ଓ କଲେଜରେ ଗୁରୁ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।

bbsrଅନ୍ୟପକ୍ଷରେ ଗୁରୁ ଦିବସକୁ ବର୍ଜନ କରି କଳା ଦିବସ ଭାବେ ପାଳନ କରୁଛି ରାଜ୍ୟ ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ। ଢେଙ୍କନାଳା ଜିଲ୍ଲା କାମାକ୍ଷାନଗରରେ ଆଜି ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ଏକାଠି ହୋଇ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ ସଭା କରିଥିଲେ।

ସେହିପରି ପୁରୀ ସଦର ବ୍ଲକ ଅନ୍ତର୍ଗତ ସମସ୍ତ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକମାନେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରି ସୁବାସବୋଷ ଛକରେ ଧାରଣା ଦେଇଛନ୍ତି। ଶିକ୍ଷକମାନେ କଳାପଟି ବାନ୍ଧି ଦାବି ପୂରଣ ନେଇ ସ୍ଲୋଗାନ ଦେଉଛନ୍ତି। ପୁରୀ ସଦର ବ୍ଲକ ଅଞ୍ଚଳରେ ୮ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ରହିଥିବାବେଳେ ୭ଟି ଏମ୍ଇ ସ୍କୁଲ ରହିଛି। ଯେଉଁଥିରେ ଏବେ ପାଠପଢ଼ା ଠପ୍ ରହିଛି।

ସେହିପରି ପୂର୍ଣ୍ଣ ଅନୁଦାନ ଦାବିରେ ଭୁବନେଶ୍ୱରରେ ଆନ୍ଦୋଳନରେ ବସି ଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନେ ମଧ୍ୟ ମୁହଁରେ କଳାପଟି ବାନ୍ଧି କଳା ଦିବସ ପାଳନ କରିଛନ୍ତି।

ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନେ ଆଜିର ଦିନଟିକୁ କଳା ଦିବସ ଭାବେ ପାଳନ କରିଛନ୍ତି।

ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରାଥମିକ ଶିକ୍ଷା ବି ଏକପ୍ରକାର ଠପ୍। ସିଏଜିଙ୍କ ରିପୋର୍ଟ କହୁଛି ୨୦୦୯ରୁ ୧୪ ମଧ୍ୟରେ ରାଜ୍ୟରେ ୩୩ ହଜାର ୪୯୯ ରୁ ୫୦ ହଜାର ୪ ଶହ ଶିକ୍ଷକ ପଦବୀ ଖାଲି ପଡିଥିଲା।

ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, କୋରାପୁଟ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ମଧ୍ୟ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକମାନେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି।

ବାଲେଶ୍ୱର ସହରରେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନେ ଫକୀର ମୋହନ ଗୋଲେଇ ଛକ ନିକଟରେ ମୁହଁରେ କଳା ବାନ୍ଧି ଧାରଣାରେ ବସିଥିଲେ। ସେହିପରି ବଲାଙ୍ଗିରରେ ଗାନ୍ଧୀ ନଗର ପଡ଼ାରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଥିଲେ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ବିଇଓଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା।

ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ କଳା ଦିବସ ପାଳନ କରାଯାଇଥିଲା। ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ଓ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ୮୦ଟି ବ୍ଲକ୍ ଗ୍ରାଣ୍ଟ୍ ବିଦ୍ୟାଳୟର ଶତାଧିକ ଶିକ୍ଷକ,ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି ଗୁରୁ ଦିବସକୁ କଳା ଦିବସ ଭାବେ ପାଳି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story