ହଜିଗଲା ବିବେକ: ବିଚ୍‌ରାସ୍ତାରେ ଉଲଗ୍ନ ମହିଳାକୁ ଲୁଗା ଖଣ୍ଡେ ମିଳିଲାନି

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଏଠାରେ ଲୋକେ ଯେମିତି ଭିଆଇପି ସହର ମଧ୍ୟ ସେମିତି ହାଇଫାଇ। ହେଲେ ଅଜି ଏହି ସହରର ଲୋକେ ଯେମିତି ନିଜ ବିବେକକୁ ଘରର ଚାରିକାନ୍ଥ ଭିତରେ ଛାଡି ଦେଇ ଆସିଥିଲେ। ସବୁ ଦେଖୁ ଥିଲେ ହେଲେ ବିଚ୍‌ରାସ୍ତାରେ ଉଲଗ୍ନ ଅବସ୍ଥାରେ ବୁଲୁଥିବା ଜଣେ ଅସହାୟ ମହିଳା ଦେହରେ ଲୁଗା ଖଣ୍ଡେ ଢାଙ୍କିବାକୁ ଉଚିତ ମନେ କରି ନ ଥିଲେ। ଭିଆଇପି ଅଞ୍ଚଳ କୁହାଯାଉଥିବା ଭୁବନେଶ୍ୱରର ୨ ନମ୍ବର ମାର୍କେଟ ବିଲଡିଂରୁ ବିଧାନସଭା […]

bbsr

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 10:07 PM IST

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଏଠାରେ ଲୋକେ ଯେମିତି ଭିଆଇପି ସହର ମଧ୍ୟ ସେମିତି ହାଇଫାଇ। ହେଲେ ଅଜି ଏହି ସହରର ଲୋକେ ଯେମିତି ନିଜ ବିବେକକୁ ଘରର ଚାରିକାନ୍ଥ ଭିତରେ ଛାଡି ଦେଇ ଆସିଥିଲେ। ସବୁ ଦେଖୁ ଥିଲେ ହେଲେ ବିଚ୍‌ରାସ୍ତାରେ ଉଲଗ୍ନ ଅବସ୍ଥାରେ ବୁଲୁଥିବା ଜଣେ ଅସହାୟ ମହିଳା ଦେହରେ ଲୁଗା ଖଣ୍ଡେ ଢାଙ୍କିବାକୁ ଉଚିତ ମନେ କରି ନ ଥିଲେ।

ଭିଆଇପି ଅଞ୍ଚଳ କୁହାଯାଉଥିବା ଭୁବନେଶ୍ୱରର ୨ ନମ୍ବର ମାର୍କେଟ ବିଲଡିଂରୁ ବିଧାନସଭା ମଧ୍ୟରେ ପ୍ରାୟ ଦେଢ କିମି ମଧ୍ୟରେ ଦେଖିବାକୁ ମିଳିଥିଲା ଏପରି ଅଭାବନୀୟ ଦୃଶ୍ୟ। ମହିଳା ଜଣଙ୍କ ଉଲଗ୍ନ ଅବସ୍ଥାରେ ଏଣେ ତେଣେ ବୁଲୁଥିଲେ ମଧ୍ୟ ସହାୟତା କରିବାକୁ କେହି ଆଗେଇ ଆସି ନ ଥିଲେ। ବିଧାନସଭା ନିକଟରେ କିଛି ସାମ୍ବାଦିକଙ୍କ ନଜରରେ ପଡିଥିଲେ ମହିଳା ଜଣଙ୍କ ଉପରେ। ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କୁ ଅଟକାଇ ଲୁଗା ପିନ୍ଧିବାକୁ କହିଥିଲେ। ଶେଷରେ ମହିଳା ଜଣଙ୍କ ନିଜ ବ୍ୟାଗ୍‌ରେ ରଖିଥିବା ଲୁଗା ପିନ୍ଧି ଥିଲେ।

ପରେ ପୋଲିସ ପହଞ୍ଚି ତାଙ୍କୁ ଭ୍ୟାନରେ ବସାଇ ନେଇଯାଇଥିଲା। ମହିଳା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରାଯାଉଛି।

Related story