ହାର୍ଡକୋର ମହିଳା ମାଓବାଦୀ ଜ୍ୟୋତିକୁ ଗିରଫ କଲା ବୌଦ୍ଧ ପୋଲିସ୍

ବୌଦ୍ଧ: ଛତିଶଗଡି ହାର୍ଡକୋର ମହିଳା ମାଓବାଦୀକୁ ବୌଦ୍ଧ ପୋଲିସ ଆଜି ଗିରଫ କରିଛି। ତା’ ନାଁ ହେଉଛି ଜ୍ୟୋତି ମାଡକାମି ଓରଫ୍ ସୁସ୍ମିତା। ସେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ ଡିଭିଜନର ଏରିଆ କମିଟିର ସଦସ୍ୟ ଥିଲା। ତା’ଘର ଛତିଶଗଡ଼ରେ। ସୁସ୍ମିତା ନାଁରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କ।ର ପୁରସ୍କାର ଘୋଷଣା କରିଥିଲେ। ୨୦୧୪ରୁ ସେ ବୌଦ୍ଧ ଅଞ୍ଚଳରେ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଏହା ପୂର୍ବରୁ ସେ ବରଗଡ ଓ ବଲାଙ୍ଗିର ଜିଲାରେ ସଂଗଠନ ଦାୟିତ୍ୱରେ ଥିଲା। ବିଶେଷକରି […]

mao

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 03:25 PM IST

ବୌଦ୍ଧ: ଛତିଶଗଡି ହାର୍ଡକୋର ମହିଳା ମାଓବାଦୀକୁ ବୌଦ୍ଧ ପୋଲିସ ଆଜି ଗିରଫ କରିଛି। ତା’ ନାଁ ହେଉଛି ଜ୍ୟୋତି ମାଡକାମି ଓରଫ୍ ସୁସ୍ମିତା। ସେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ ଡିଭିଜନର ଏରିଆ କମିଟିର ସଦସ୍ୟ ଥିଲା। ତା’ଘର ଛତିଶଗଡ଼ରେ। ସୁସ୍ମିତା ନାଁରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କ।ର ପୁରସ୍କାର ଘୋଷଣା କରିଥିଲେ। ୨୦୧୪ରୁ ସେ ବୌଦ୍ଧ ଅଞ୍ଚଳରେ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଏହା ପୂର୍ବରୁ ସେ ବରଗଡ ଓ ବଲାଙ୍ଗିର ଜିଲାରେ ସଂଗଠନ ଦାୟିତ୍ୱରେ ଥିଲା। ବିଶେଷକରି ନୃତ୍ୟଗୀତ ମାଧ୍ୟମରେ ଲୋକଙ୍କୁ ମାଓବାଦୀଙ୍କ ସପକ୍ଷରେ ଆଣିବାକୁ ପ୍ରବର୍ତ୍ତାଇବା କାମ କରୁଥିଲା ସୁସ୍ମିତା। ୨୦୧୩ ମସିହାରୁ କଳାହାଣ୍ଡି ଜିଲାରେ ସଂଘଟିତ ଅନେକ ମାଓ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା।

Related story