ଦିନେ ତାଙ୍କ ଦେହରେ ବାଜିଥିଲା ୯ ବୁଲେଟ୍‌: ଏବେ ପୁଣି ଲଢ଼େଇ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: କର୍ତ୍ତବ୍ୟପରାୟଣ ହେବା ପାଇଁ ଉପଦେଶ ସମସ୍ତେ ଦିଅନ୍ତି। କିନ୍ତୁ ପ୍ରକୃତରେ ସଚ୍ଚୋଟ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଟିଏ ମିଳିବା ଦୁନିଆରେ ବିରଳ। ଆଉ ଏହା ବି ସ୍ୱୀକାର୍ଯ୍ୟ ଯେ, ଦୁନିଆରେ କେଉଁଠି ନା କେଉଁଠି ସଚ୍ଚୋଟ ମଣିଷ ନିଶ୍ଚିତ ଅଛନ୍ତି। ସେଇଥି ପାଇଁ ତ ଦୁନିଆ ସନ୍ତୁଳିତ ହୋଇ ଚାଲିଛି। ଯଦି ଆପଣ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିଙ୍କ ସନ୍ଧାନରେ ଅଛନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତି ବିଷୟରେ ଜଣାଇବୁ। ଆପଣ […]

cheeta

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 09:49 PM IST

ନୂଆଦିଲ୍ଲୀ: କର୍ତ୍ତବ୍ୟପରାୟଣ ହେବା ପାଇଁ ଉପଦେଶ ସମସ୍ତେ ଦିଅନ୍ତି। କିନ୍ତୁ ପ୍ରକୃତରେ ସଚ୍ଚୋଟ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଟିଏ ମିଳିବା ଦୁନିଆରେ ବିରଳ। ଆଉ ଏହା ବି ସ୍ୱୀକାର୍ଯ୍ୟ ଯେ, ଦୁନିଆରେ କେଉଁଠି ନା କେଉଁଠି ସଚ୍ଚୋଟ ମଣିଷ ନିଶ୍ଚିତ ଅଛନ୍ତି। ସେଇଥି ପାଇଁ ତ ଦୁନିଆ ସନ୍ତୁଳିତ ହୋଇ ଚାଲିଛି। ଯଦି ଆପଣ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିଙ୍କ ସନ୍ଧାନରେ ଅଛନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତି ବିଷୟରେ ଜଣାଇବୁ।

ଆପଣ ସିଆରପିଏଫ୍‌ କମାଣ୍ଡାଣ୍ଟ୍ ଚେତନ୍ କୁମାର ଚୀତାହଙ୍କ କଥା ଶୁଣିଛନ୍ତି ? ସେ ଏବେ ପୁଣିଥରେ କର୍ମ କ୍ଷେତ୍ରକୁ ଫେରିଛନ୍ତି। ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଚେତନ କୁମାର ଚୀତାହ ମରଣ ସହ ଲଢ଼େଇ କରି ଜୀବନର ବାଜି ଜିତିବା ପରେ ସେ ପୁଣିଥରେ ଚାକିରିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ନଥିବା ସିଆର୍‌ପିଏଫ୍‌ ଅଫିସ ପକ୍ଷରୁ କୁହାଯାଇଛି। ସେ ଗତବର୍ଷ ସିଆରପିଏଫ୍‌ର କମାଣ୍ଡିଙ୍ଗ୍‌ ଅଫିସର ବାବେ ନିଯୁକ୍ତ ହୋଇଥିଲେ। ସେହିବର୍ଷ ଫେବୁଆରୀ ୧୪ ତାରିଖରେ କାଶ୍ମୀରର ବାନ୍ଦିପୋରାଠାରେ ଏନ୍‌କାଉଣ୍ଟର ସମୟରେ ଆତଙ୍କବାଦୀଙ୍କ ଗୁଳିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଡାହାଣ ଆଖିରେ, ମୁଣ୍ଡରେ, ଉଭୟ ହାତର ବାହୁରେ ଓ ପାକସ୍ତଳୀରେ ୯ଟି ଗୁଳି ବାଜିଥିଲା। ସେ ପ୍ରାୟ ଦେଢ଼ମାସ ହେବ କୋମାକୁ ଚାଲିଯାଇଥିଲେ। ଏମ୍‌ସରେ ଚିକିତ୍ସା ହେଉଥିଲେ। ଏବେ ଚୀତାହ ଚଳନୀୟ ସୁସ୍ଥ ହେବା ପରେ ଚାକିରିରେ ଯୋଗ ଦେଇ ସେ ବହୁତ ଖୁସି ଥିବା କହିଛନ୍ତି ତାଙ୍କ ପତ୍ନୀ ଉମା ସିଂ। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି। କିନ୍ତୁ ଶତ୍ରୁଙ୍କ ସମ୍ମୁଖରେ ରହି ଲଢ଼ିବାର ଆଗ୍ରହ ଏବେ ମଧ୍ୟ ରହିଛି। ସେ ଆଗରେ ରହି ଆତଙ୍କବାଦୀଙ୍କୁ ସାମ୍ନା କରିବାକୁ ଚାହୁଁଛନ୍ତି। ବୋଲି ଉମା କହିଛନ୍ତି।

ତାଙ୍କ ନିର୍ଭିକତା ଓ ବାହାଦୁରୀ ପାଇଁ ଚେତନ ଚୀତାହଙ୍କୁ ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଥିଲା। ସେ ଏବେ ପୁଣିଥରେ ଚାକିରିରେ ଯୋଗ ଦେବା ପରେ ପୋଷ୍ଟିଂ ଅପେକ୍ଷାରେ ଅଛନ୍ତି। ସେ କ୍ରୋବା ବାଟାଲିୟନ୍‌ରେ(ନକ୍ସଲ୍‌ ବିନାଶକାରୀ ଯବାନ) ଯୋଗ ଦେବା ପାଇଁ ଚାହୁଁଛନ୍ତି।  ତେବେ ସେ ପୂର୍ବପରି ସୁସ୍ଥ ନଥିବା ଅଫିସ ପକ୍ଷରୁ କୁହାଯାଇଛି। ତେଣୁ ତାଙ୍କୁ କୌଣସି ଯୁଦ୍ଧ କିମ୍ବା ପୋଲିସ୍ ଅପରେସନ ପାଇଁ ସାମ୍ନାକୁ ଛଡ଼ା ଯାଇପାରିବ ନାହିଁ। ବରଂ କୌଣସି ଅଫିସିଆଲ କାର୍ଯ୍ୟରେ ତାଙ୍କୁ ନିଯୁକ୍ତ କରାଯିବା ନେଇ ବିଚାର କରାଯାଉଛି ବୋଲି ଶୁଣିବାକୁ ମିଳୁଛି।

Related story