ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ମାମଲା: ଶୁଣାଣି ପୂର୍ବରୁ ଓହରି ଗଲେ ଜଣେ ବିଚାରପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ପାଣ୍ଠି ଅନିୟମିତତା ଅଭିଯୋଗ ମାମଲାର ଆଜି ଶୁଣାଣି ଥିଲା। କିନ୍ତୁ ତା’ ପୂର୍ବରୁ ଜଣେ ବିଚାରପତି ଏହି ଶୁଣାଣିରୁ ଓହରି ଯାଇଛନ୍ତି। ଅନ୍ୟ ଖଣ୍ଡପୀଠରେ ଶୁଣାଣି ଲାଗି ସେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ତେଣୁ ଆଜି ମାମଲାର ଶୁଣାଣି ହେବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତ ନିର୍ବାଚନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଂପକୀୟ ଖର୍ଚ୍ଚ ନେଇ ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 12:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ପାଣ୍ଠି ଅନିୟମିତତା ଅଭିଯୋଗ ମାମଲାର ଆଜି ଶୁଣାଣି ଥିଲା। କିନ୍ତୁ ତା’ ପୂର୍ବରୁ ଜଣେ ବିଚାରପତି ଏହି ଶୁଣାଣିରୁ ଓହରି ଯାଇଛନ୍ତି। ଅନ୍ୟ ଖଣ୍ଡପୀଠରେ ଶୁଣାଣି ଲାଗି ସେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ତେଣୁ ଆଜି ମାମଲାର ଶୁଣାଣି ହେବା ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଗତ ନିର୍ବାଚନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଂପକୀୟ ଖର୍ଚ୍ଚ ନେଇ ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର ୨ଟି ମାମଲା ଦାଏର କରିଥିଲେ। ଏଥିରେ ଦର୍ଶାଯାଇଥିଲା, ନିର୍ବାଚନୀ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଓ ବିଜେଡି ପକ୍ଷରୁ ଦିଆଯାଇଥିବା ହିସାବରେ ତାଳମେଳ ରହୁ ନଥିବାରୁ ଦର୍ଶାଇ ନବୀନଙ୍କ ସଭ୍ୟପଦ ରଦ୍ଦ କରାଯାଉ।

ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ। ମାମଲାରେ ଠିକ୍ ବିଚାର ହୋଇ ନ ପାରିବା ଆଶଙ୍କା କରି ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସୁବାସ ମହାପାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ ହାଇକୋର୍ଟରେ ଶୁଣାଣି ପୂର୍ବରୁ ଜଣେ ବିଚାରପତି ଏହି ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି।

 

 

 

Related story