ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ ବାର୍ଲି

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ବାର୍ଲି (ଯଅ ଦାନା)ରେ  ଔଷଧୀୟ ଗୁଣ  ଭରି ରହିଛି। ଏଥିରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ, ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍,ବିଟା ଓ ଗ୍ଲୁକୋନ,ମାଙ୍ଗାନିଜ୍‌, ପ୍ରୋଟିନ୍‌,ଆମିନୋ ଏସିଡ୍‌, ଫା‍ଇବର, ଆଣ୍ଟି-ଅକ୍ସାଇଡ୍‌ ଓ ଲେକ୍‌ଟିକ୍‌ ଏସିଡ୍‌ ପରି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ପେଟ ସମ୍ୱନ୍ଧୀୟ ସମସ୍ୟା ଥିଲେ ଓ ଖାଦ୍ୟ ହଜମ ହେଉ ନଥିଲେ ବାର୍ଲି ଖାଇବା ଅତ୍ୟନ୍ତ ଭଲ। ତେବେ ଆସନ୍ତୁ ଜାଣିବା ବାର୍ଲି ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ନିୟମିତ […]

kkkkkk

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 02:04 PM IST

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ବାର୍ଲି (ଯଅ ଦାନା)ରେ  ଔଷଧୀୟ ଗୁଣ  ଭରି ରହିଛି। ଏଥିରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ, ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍,ବିଟା ଓ ଗ୍ଲୁକୋନ,ମାଙ୍ଗାନିଜ୍‌, ପ୍ରୋଟିନ୍‌,ଆମିନୋ ଏସିଡ୍‌, ଫା‍ଇବର, ଆଣ୍ଟି-ଅକ୍ସାଇଡ୍‌ ଓ ଲେକ୍‌ଟିକ୍‌ ଏସିଡ୍‌ ପରି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ପେଟ ସମ୍ୱନ୍ଧୀୟ ସମସ୍ୟା ଥିଲେ ଓ ଖାଦ୍ୟ ହଜମ ହେଉ ନଥିଲେ ବାର୍ଲି ଖାଇବା ଅତ୍ୟନ୍ତ ଭଲ। ତେବେ ଆସନ୍ତୁ ଜାଣିବା ବାର୍ଲି ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

  • ନିୟମିତ ବାର୍ଲିକୁ ପାଣିରେ ମିଶାଇ ପିଇବା ଦ୍ୱାରା ବାତ,ଗୋଡହାତ ଦରଜ ସମସ୍ୟା ଦୂର ହୋଇଥାଏ।
  • ଗର୍ଭାବସ୍ଥାରେ ମହିଳାମାନଙ୍କ ପାଦ ଫୁଲିଯାଏ। ପାଦ ଫୁଲା ଯୋଗୁଁ ହେଉଥିବା ଦରଜ ଦୂର କରିବାରେ ନିୟମିତ ରୂପେ ବାର୍ଲି ପାଣି ପିଇବା ଭଲ।
  • ପେଟରେ ଷ୍ଟୋନ୍‌ ସମସ୍ୟା ପାଇଁ ବାର୍ଲି ଖାଇବା ଅତ୍ୟନ୍ତ ଭଲ। ବାର୍ଲି ଖାଇବା ଦ୍ୱାରା ପେଟରୁ ଷ୍ଟୋନ୍‌ ବାହାରି ଯାଏ।
  • ବାର୍ଲିକୁ ପାଣିରେ ମିଶାଇ ପିଇବା ଦ୍ୱାରା ରକ୍ତସଫା ହୋଇଥାଏ।
  • ଗଳା ଦରଜ ଓ ଜଳିବା ପରି ସମସ୍ୟା ଦେଖାଦେଲେ ବାର୍ଲିକୁ ଭଲ ଭାବେ ପେଶି ପାଣିରେ ବତୁରାଇ ୮ ଘଣ୍ଟା ରଖିଦିଅନ୍ତୁ। ଏହି ପାଣିକୁ ଫୁଟାଇ ଭଲ ଭାବେ ଛାଣି ଦିଅନ୍ତୁ। ହାଲକା ଉଷୁମ୍‌ କରି ଏହି ପାଣିରେ କୁଳି କରନ୍ତୁ। ନିଶ୍ଚୟ ଆରାମ ଲାଗିବ।
  • ବାର୍ଲିରେ ପ୍ରସ୍ତୁତ ହୋଇଥିବା ରୁଟି ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୁଏ। ଏଥିରେ ଫାଇବରର ମାତ୍ରା ଅଧିକ ଥିବାରୁ ହଜମ ହେବାରେ ସମସ୍ୟା ଦେଖାଯାଏ ନାହିଁ। ପେଟ କମ୍‌ କରିବାକୁ ଚାହୁଁଥିଲେ ନିୟମିତି ବାର୍ଲିରେ ପ୍ରସ୍ତୁତ ରୁଟି ଖାଆନ୍ତୁ।
  • ଏକ ଲିଟର ପାଣିରେ ବାର୍ଲି ସହ କିଛି ପରିବାକୁ ମିଶାଇ ସୁପ୍‌ କରି ପିଇ ପାରିବେ।
  • ବାର୍ଲିରେ ମହୁ ମିଶାଇ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ।
  • ବାର୍ଲିକୁ ପାଣିରେ ମିଶାଇ ପିଇବା ଦ୍ୱାରା ଶରୀର ଭିତରୁ ବିଷାକ୍ତ ପଦାର୍ଥ ବାହାରିଯାଏ ଓ ତ୍ୱଚାରେ ଚମକ ଆସିଥାଏ।

 

Related story