ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଏହି ପାନୀୟ: ୪ ଦିନରେ କମିଯିବ ୪ କିଲୋ ଓଜନ  

ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁଁ  ଆମେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରୁଛେ। ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ କରୁ ନ ଥିବାରୁ ଏବେ ମେଦବହୁଳତା ପରି ସମସ୍ୟାରେ ଯୁଝିବାକୁ ପଡୁଛି। ଯାହା ଏବେ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏବେ ୧୦ରୁ ୮ ଜଣ ଲୋକ ମେଦବହୁଳତାର ଶିକାର ହେଉଛନ୍ତି। ମେଦବହୁଳତା କମ୍ କରିବାକୁ ଆମେ ବିଭିନ୍ନ  ପ୍ରକାର ଉପାୟ ଅବଲମ୍ୱନ କରୁଛେ।  କମ୍ ଖାଦ୍ୟ ଖାଇବା, ଓଜନ ହ୍ରାସ ମେଡିସିନ୍ ଖାଇବା  ସହ  ସକାଳୁ […]

water

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 10:00 AM IST

ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁଁ  ଆମେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରୁଛେ। ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ କରୁ ନ ଥିବାରୁ ଏବେ ମେଦବହୁଳତା ପରି ସମସ୍ୟାରେ ଯୁଝିବାକୁ ପଡୁଛି। ଯାହା ଏବେ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏବେ ୧୦ରୁ ୮ ଜଣ ଲୋକ ମେଦବହୁଳତାର ଶିକାର ହେଉଛନ୍ତି। ମେଦବହୁଳତା କମ୍ କରିବାକୁ ଆମେ ବିଭିନ୍ନ  ପ୍ରକାର ଉପାୟ ଅବଲମ୍ୱନ କରୁଛେ।  କମ୍ ଖାଦ୍ୟ ଖାଇବା, ଓଜନ ହ୍ରାସ ମେଡିସିନ୍ ଖାଇବା  ସହ  ସକାଳୁ ଉଠି ବ୍ୟାୟାମ ମଧ୍ୟ କରିଥାଉ।

ଯଦି ଆପଣ ବି ଅନେକ ଦିନ ହେବ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି। କିନ୍ତୁ  ଓଜନ କମିବାର ନାଁ ନେଉ ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଏପରି ଏକ ପାନୀୟ ସମ୍ପର୍କରେ କହିବୁ ଯାହା ସହଜରେ ଓଜନ ହ୍ରାସ କରାଇବାରେ ସହାୟକ ହେବ। ଏହି ପାନୀୟକୁ ଲଗାତାର ୪ ଦିନ ପିଇବା ଦ୍ୱାରା ଆପଣ ନିଜେ ହିଁ ଫରକ ଅନୁଭବ କରିପାରିବେ। ଏହି ପାନୀୟର କୌଣସି ସାଇଡ୍‌ ଡିଫେକ୍ଟ ନାହିଁ। ଆସନ୍ତୁ ଜାଣିବା ଏହି ପ୍ରାକୃତିକ ପାନୀୟ ବିଷୟରେ।

ଏହି ପାନୀୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ

୮ ଗ୍ଲାସ ପାଣି, ଗୋଟିଏ ଚାମଚ ଅଦା,  ଗୋଟିଏ ଚାମଚ ଶୁଖିଲା ପୋଦିନା ପତ୍ର,  କଟା ହୋଇଥିବା ଗୋଟିଏ କାକୁଡ଼ି ଓ ଗୋଟିଏ ଲେମ୍ୱୁ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ବଡ଼ ପାତ୍ରରେ ଉପରେ ଲେଖାଯାଇଥିବା ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏହାକୁ ରାତିସାରା ଫ୍ରିଜ୍‌ରେ ରଖନ୍ତୁ। ତା’ପର ଦିନ ଏହି ମିଶ୍ରିତ ପାଣିକୁ ଦିନସାରା ଭିତରେ ୪ରୁ ୫ ଗ୍ଲାସ ପିଅନ୍ତୁ। ବ୍ରେକ୍‌ ଫାଷ୍ଟ କରିବା ପୂର୍ବରୁ ଏହି ପାଣି ପିଇବା ଆରମ୍ଭ କରିବେ। କେବଳ ଦୁଇ ଦିନ ଭିତରେ ଆପଣଙ୍କ ଓଜନ କମ୍ ହେବାରେ ଆରମ୍ଭ କରିବ। ଏହି ପାଣି ପିଇବା ପରେ ୪ ଦିନ ମଧ୍ୟରେ ଆପଣଙ୍କ ଓଜନ୪ କିଲୋ କମ୍ ହୋଇଯିବ। ତେବେ ଏହି ପାଣି ୪ଦିନ ପିଇବା ପରେ ୧ ସପ୍ତାହ ପାଇଁ ବନ୍ଦ କରି ଦିଅନ୍ତୁ । ତାପରେ ପୁଣି ଥରେ ଏହି ପାଣି ପିଇବା ଆରମ୍ଭ କରିବେ।

Related story