ଆଖି ଡେଇଁବାର ବୈଜ୍ଞାନିକ କାରଣ ଜାଣନ୍ତି କି?

ବାମ ଆଖି କିମ୍ୱା  ଡାହାଣ ଆଖି ଡେଇଁବା ବା ଫଡ଼କିବା ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ଆଖି ଡେଇଁଲେ ଅନେକ ଶୁଭ ବୋଲି ଭାବୁଥିବା ବେଳେ ଅନେକ ଏହା ଅଶୁଭ ସଂକେତ ବୋଲି କହନ୍ତି। ତେବେ ଆପଣ କେବେ ଭାବିଛନ୍ତି ଆଖି ଡେଇଁବା ପଛର କାରଣ କ’ଣ? ଆଖି ଡେଇଁବା ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା କହିଥାଏ। ବେଳେ ବେଳେ ଆଖି କିଛି ସେକେଣ୍ଡ୍‌ ପାଇଁ ଡେଇଁଥାଏ ତ ବେଳେବେଳେ ଏହି ସମସ୍ୟା ୧ରୁ […]

1292-urgencias_oculares copy

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 09:24 AM IST

ବାମ ଆଖି କିମ୍ୱା  ଡାହାଣ ଆଖି ଡେଇଁବା ବା ଫଡ଼କିବା ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ଆଖି ଡେଇଁଲେ ଅନେକ ଶୁଭ ବୋଲି ଭାବୁଥିବା ବେଳେ ଅନେକ ଏହା ଅଶୁଭ ସଂକେତ ବୋଲି କହନ୍ତି। ତେବେ ଆପଣ କେବେ ଭାବିଛନ୍ତି ଆଖି ଡେଇଁବା ପଛର କାରଣ କ'ଣ?

ଆଖି ଡେଇଁବା ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା କହିଥାଏ। ବେଳେ ବେଳେ ଆଖି କିଛି ସେକେଣ୍ଡ୍‌ ପାଇଁ ଡେଇଁଥାଏ ତ ବେଳେବେଳେ ଏହି ସମସ୍ୟା ୧ରୁ ୨ଦିନ ଯାଏଁ ରହିଥାଏ। ଆଖି ଲଗାତାର ଭାବେ ଡେଇଁଲେ ଶରୀରର ସ୍ଥିତି ଗମ୍ଭୀର ହୋଇପାରେ। ଅର୍ଥାତ୍‌ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇପାରେ। ତେବେ ଆସନ୍ତୁ ଜାଣିବା ଆଖି ଡେଇଁବା ପଛରେ ରହିଥିବା ବୈଜ୍ଞାନିକ କାରଣ ବିଷୟରେ।

ଆଖି ଡେଇଁବା ବା ଫଡ଼କିବାକୁ ଡାକ୍ତରୀ ଭାଷାରେ 'Myokymia' କୁହାଯାଏ। ଆଖି ଡେଇଁଲେ ଆଖିର ମାଂସପେଶୀ ସଙ୍କୁଚିତ ହୋଇଯାଏ।

- ବ୍ୟସ୍ତ ଜୀବନଶୈଳୀ କାରଣରୁ ଚାପଗ୍ରସ୍ତ ହେବା ଏବେ ସାଧାରଣ କଥା ହୋଇଗଲାଣି। ଅଧିକ ମାତ୍ରାରେ ଚାପଗ୍ରସ୍ତ ହେବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେଇଥାଏ। ସେହିଭଳି  ଅଧିକ ଚିନ୍ତା ଯୋଗୁଁ ଆଖି ମଧ୍ୟ ଡେଇଁଥାଏ।

- କଂପ୍ୟୁଟର ସାମ୍ନାରେ ଅଧିକ ସମୟ ବସିବା, ଅଧିକ ଔଷଧର ସେବନ ଓ କଣ୍ଟାକ୍ଟ୍‌ ଲେନ୍ସ ପିନ୍ଧିବା ଦ୍ୱାରା ଆଖି ଶୁଷ୍କ ହୋଇଯାଏ। ଏହି କାରଣରୁ ଆଖି ଡେଇଁଥାଏ।

- ଅଧିକ ମଦ୍ୟପାନ କରୁଥିଲେ ଆଖି ଡେଇଁବା ଭଳି ସମସ୍ୟା ଦେଖା ଦେଇଥାଏ।

- ଗବେଷଣାରୁ ଜଣାପଡ଼ିଛି  ଖାଦ୍ୟରେ ମ୍ୟାଗ୍ନେସିୟମ୍‌ ପରି ପୋଷକ ତତ୍ତ୍ୱ ଅଭାବ ରହିଲେ ଆଖି ଡେଇଁଥାଏ ।

- ଚା, କଫି, କୋଲ୍ଟଡ୍ରିଙ୍କ୍ସ୍‌ ରେ କୈଫିନ୍‌ ରହିଛି। ଏହାର ଅତ୍ୟଧିକ ସେବନ ଆଖି ଡେଇଁବାର କାରଣ ହୋଇଥାଏ।

- ଆଲାର୍ଜି କାରଣରୁ ଆଖି କୁଣ୍ଡାଇ ହୋଇଥାଏ। ଯାହା ଫଳରେ ଆମେ ଆଖିକୁ ରଗଡ଼ି ଦେଉ। ଆଖିକୁ ଜୋରେ ରଗଡ଼ିବା ଦ୍ୱାରା ଆଖି ଡେଇଁବାକୁ ଲାଗେ।

- ସାଧାରଣତଃ ଆଖି ଅଳ୍ପ ସମୟ ପାଇଁ ଫଡକିଥାଏ। ଯଦି ଏହି ସମସ୍ୟା ଅଧିକ ଦିନ ଯାଏଁ ରହୁଛି ତେବେ ଏପରି ସ୍ଥିତିକୁ 'Benign Blepharospasm' ଓ  'Hemifacial spasm'ଡିସ୍‌ଅର୍ଡର କୁହାଯାଇଥାଏ।

 

Related story