ମୋଟାପଣ କମାଇବ ପଇଡ଼ ପାଣି

ପଇଡ଼ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଫାଇଦା ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାରଣ ଠିକ୍‌ ରହିବା ସହ ଅନେକ ରୋଗରୁ ରକ୍ଷା ମିଳିଥାଏ। ଏହା ତ୍ୱଚା ସମସ୍ୟାରୁ ମୁକ୍ତି ଦେଇଥାଏ ଓ ଚେହେରା ସୁନ୍ଦର ଆକର୍ଷଣୀୟ ଦିଶିଥାଏ। ପଇଡ଼ ପାଣିର ଏମିତି ଆହୁରି ବହୁତ ଫାଇଦା ରହିଛି। ଆସନ୍ତୁ ଜାଣିବା ପଇଡ଼ ପାଣିରୁ ଆମକୁ କି ଲାଭ ମିଳିଥାଏ। ୧- ପଇଡ଼ ପାଣି ଶରୀରର ଓଜନ କମାଇବାରେ ସାହାଯ୍ୟ କରେ। କମ୍‌ […]

coco

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 09:04 AM IST

ପଇଡ଼ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଫାଇଦା ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାରଣ ଠିକ୍‌ ରହିବା ସହ ଅନେକ ରୋଗରୁ ରକ୍ଷା ମିଳିଥାଏ। ଏହା ତ୍ୱଚା ସମସ୍ୟାରୁ ମୁକ୍ତି ଦେଇଥାଏ ଓ ଚେହେରା ସୁନ୍ଦର ଆକର୍ଷଣୀୟ ଦିଶିଥାଏ। ପଇଡ଼ ପାଣିର ଏମିତି ଆହୁରି ବହୁତ ଫାଇଦା ରହିଛି। ଆସନ୍ତୁ ଜାଣିବା ପଇଡ଼ ପାଣିରୁ ଆମକୁ କି ଲାଭ ମିଳିଥାଏ।

୧- ପଇଡ଼ ପାଣି ଶରୀରର ଓଜନ କମାଇବାରେ ସାହାଯ୍ୟ କରେ। କମ୍‌ ଫ୍ୟାଟ୍‌ ଯୁକ୍ତ ପଇଡ଼ ପାଣି ପିଇବା ଦ୍ୱାରା ଭୋକ କମ୍‌ ହୋଇଥାଏ। ଫଳରେ ଓଜନ କମିଥାଏ।

୨- ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପଇଡ଼ ପାଣିରେ ରାଇବୋଫ୍ଲୋୱିନ୍, ଥାୟମିନ୍, ପାୟରିଅକ୍ସିନ୍ ଓ ଫୋଲେଟ୍‌ ପରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ିବା ସହ ଫ୍ଲୁ ରୁ ମୁକ୍ତି ମିଳେ।

୩-  ଗର୍ଭବତୀ ମହିଳାଙ୍କ ପାଇଁ ପଇଡ଼ ପାଣି ଅତ୍ୟନ୍ତ ଲାଭଦାୟୀ। ଏହାଦ୍ୱାରା ପାଚନ କ୍ରିୟା ଭଲ ରହିବା ସହ କୋଷ୍ଠ କାଠିନ୍ୟ ଓ ଛାତି ପୋଡ଼ାଜଳା ହେବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଡାକ୍ତରମାନେ ଗର୍ଭବତୀ ମହିଳାଙ୍କୁ ସର୍ବଦା ପଇଡ଼ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି।

୪-  ଏଥିରେ ଥିବା ମିନେରାଲ, ପୋଟାସିୟମ ଓ ମ୍ୟାଗ୍ନେସିୟମ ଦ୍ୱାରା କିଡ୍‌ନି ଜନିତ ରୋଗରୁ ରକ୍ଷା କରିଥାଏ। ଏହା ୟୁରିନର ଉତ୍ପାଦନ ଓ ପ୍ରବାହକୁ ସୁସ୍ଥ ରଖିଥାଏ।

୫-  ଯଦି ଆପଣଙ୍କ ତ୍ୱଚାରେ ବ୍ରଣ କିମ୍ବା କିଛି ଦାଗ ହୋଇଛି ତେବେ ପଇଡ଼ ପାଣିକୁ ତ୍ୱଚାରେ ଲଗାନ୍ତୁ। ଦେଖିବେ କିପରି ଅଳ୍ପ ଦିନରେ ସବୁ ଭଲ ହୋଇଯିବ ଓ ଚେହେରା ଉଜ୍ୱଳ ଦିଶିବ। ଏହାକୁ ଆପଣ ହାତ ଓ ନଖକୁ ସୁସ୍ଥ ରଖିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ।

୬-  ପଇଡ଼ ପାଣି କୋଲେଷ୍ଟ୍ରଲ ଓ ଫ୍ୟାଟ୍‌ ଫ୍ରି ହୋଇଥିବାରୁ ଏହା ହୃତପିଣ୍ଡ ପାଇଁ ବହୁତ ଭଲ। ଏହାସହ ଏହାର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମଧ୍ୟ ରକ୍ତ ସଞ୍ଚାରରେ ଭଲ ପ୍ରଭାବ ପକାଇଥାଏ।

Related story