ବାସି ରୁଟିର ଚମତ୍କାରୀ ଫାଇଦା: ବ୍ଲଡ ପ୍ରେସରକୁ ବି କରେ ନିୟନ୍ତ୍ରଣ

ବାସି ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ। ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଘରେ ଥିବା ବାସି ଖାଦ୍ୟକୁ ଫିଙ୍ଗି ଦେଇଥାଉ କିମ୍ବା କୌଣସି ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଇଦେଇଥାଉ। ହେଲେ କିଛି ଲୋକ ବାସି ରୁଟି ଖାଇବାକୁ ଭଲ ପାଆନ୍ତି।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବାସି ରୁଟି ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିପାରେ। ଆଜି ଆମେ ଆପଣଙ୍କୁ ଏହି ରୁଟିର ବିଭିନ୍ନ ଫାଇଦା ସମ୍ପର୍କରେ ଜଣାଉଛୁ। ବ୍ଲଡପ୍ରେସର: ଯଦି […]

healthy

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 06:29 PM IST

ବାସି ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ। ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଘରେ ଥିବା ବାସି ଖାଦ୍ୟକୁ ଫିଙ୍ଗି ଦେଇଥାଉ କିମ୍ବା କୌଣସି ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଇଦେଇଥାଉ। ହେଲେ କିଛି ଲୋକ ବାସି ରୁଟି ଖାଇବାକୁ ଭଲ ପାଆନ୍ତି।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବାସି ରୁଟି ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିପାରେ। ଆଜି ଆମେ ଆପଣଙ୍କୁ ଏହି ରୁଟିର ବିଭିନ୍ନ ଫାଇଦା ସମ୍ପର୍କରେ ଜଣାଉଛୁ।

ବ୍ଲଡପ୍ରେସର: ଯଦି ଆପଣଙ୍କର ରକ୍ତଚାପର ସମସ୍ୟା ରହିଛି ତେବେ ବାସି ରୁଟି ଖାଇବା ଆପଣଙ୍କ ପାଇଁ ଭଲ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ସକାଳେ ଥଣ୍ଡା କ୍ଷୀର ସହ ଏହି ରୁଟି ଖାଇବାକୁ ହେବ। ଏହାଦ୍ୱାରା ଆପଣଙ୍କ ବଢ଼ିଥିବା ରକ୍ତଚାପ ସନ୍ତୁଳିତ ରହିବ।

ଗ୍ୟାସ୍‌ଟିକ୍: ଅଧିକ ସମୟ ଧରି ଖାଲିପେଟରେ ରହିବା ଦ୍ୱାରା ଏହି  ସମସ୍ୟା ବା ଏସିଡିଟି ହୋଇଥାଏଏହି ଗ୍ୟାସ୍ ଯୋଗୁଁ ସୁଗାର୍‌ ବୋମାରୀ ମଧ୍ୟ ହୋଇଥାଏ। ତେଣୁ ଯେଉଁମାନେ ସକାଳେ ଥଣ୍ଡା କ୍ଷୀର ସହ ବାସି ରୁଟି ଖାଇ ବାହାରକୁ ଯାଆନ୍ତି ସେମାନଙ୍କର ଗ୍ୟାସ୍ ସମସ୍ୟା ରୁହେ ନାହିଁ।

ପେଟ ସମସ୍ୟା: ଯଦି ଆପଣଙ୍କ ପେଟ ଖରାପ ଅଛି, ତେବେ ବାସି ରୁଟି ସହ କ୍ଷୀର ଖାଇବା ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ଏହା ଆପଣଙ୍କ ପେଟ ସମସ୍ୟା ଦୂର କରିବ।

ସୁଗାର ସମସ୍ୟା: ଯଦି ଆପଣ ପ୍ରତିଦିନ ସଖାଳେ ବାସି ରୁଟି ଆଉ ଚାହା ଖାଇବେ । ତେବେ ଆପଣଙ୍କ ସୁଗାର ନିୟନ୍ତ୍ରଣରେ ରହିବ।

Related story