ଉପକୂଳରେ ‘ହିଟ୍‌ୱେଭ୍‌’ ସତର୍କତା ଜାରି

ଭୁବନେଶ୍ୱର:ଆସନ୍ତା ଏକ ସପ୍ତାହ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳରୁ ଉପାନ୍ତ ଯାଏଁ ବହିବ ଝାଞ୍ଜି ପବନ। ଗୁରୁବାର ଏହି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ‘ହିଟ୍‌ୱେଭ୍’ ସତର୍କବାଣୀ ମଧ୍ୟ ଜାରି କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡାକ୍ତର ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଚଳିତ ବର୍ଷ ପ୍ରଥମ ଥର ପାଇଁ […]

odishaheat-main

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 02:56 PM IST

ଭୁବନେଶ୍ୱର:ଆସନ୍ତା ଏକ ସପ୍ତାହ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳରୁ ଉପାନ୍ତ ଯାଏଁ ବହିବ ଝାଞ୍ଜି ପବନ। ଗୁରୁବାର ଏହି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ‘ହିଟ୍‌ୱେଭ୍’ ସତର୍କବାଣୀ ମଧ୍ୟ ଜାରି କରାଯାଇଛି।

ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡାକ୍ତର ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଉପକୂଳ ଅଞ୍ଚଳରେ ‘ହିଟ୍‌ୱେଭ’ ପାଇଁ ସତର୍କବାଣୀ ଜାରି କରାଯାଇଛି। ଏହା ଦୁଇଦିନ ଧରି ଜାରି ରହିପାରେ। ଏହାସହ ରାଜ୍ୟରେ କାଁ ଭାଁ ଭାବେ କାଳବୈଶାଖୀ ମଧ୍ୟ ଦେଖାଦେଇପାରେ।”

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ଆଜିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। କେବଳ ରାଜଧାନୀ ନୁହେଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି।

ଆଜି ରାଜ୍ୟର ୧୪ ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବାଲେଶ୍ୱର ୪୧.୦ ଡିଗ୍ରୀ, ଚାନ୍ଦବାଲି ୪୧.୩, କଟକ ୪୦.୬, ଅନୁଗୋଳ ୪୦.୭, ବାରିପଦା ୪୦.୮, ଝାରସୁଗୁଡା ୪୧.୦, ସମ୍ବଲପୁର ୪୦.୮, ହୀରାକୁଦ ୪୯.୬, ତାଳଚେର ୪୧.୬, ଭବାନୀପାଟଣା ୪୦.୫, ବଲାଙ୍ଗିର୪୧.୦, ଟିଟିଲାଗଡ ୪୦.୫, ମାଲକାନ୍‌ଗିରି ୪୨.୦, ସୋନପୁର ୪୧.୨, ଢେଙ୍କାନାଳ ୪୦.୬,  କୋରାପୁଟ ୩୫.୬, ଫୁଲବାଣୀ ୩୯.୦, ଦାରିଙ୍ଗିବାଡି ୩୫.୫,  ପାରାଦୀପ୍ ୩୧.୦, ଗୋପାଳପୁର ୩୦.୭, ପୁରୀ ୩୩.୨ ଓ କେଉଁଝରଗଡ ୩୯.୨  ଡିଗ୍ରୀ ତାପମାତ୍ରା ରହିଛି।

ଭୁବନେଶ୍ୱରର ଜଣେ ଟ୍ରାଫିକ୍‌ ପୋଲିସ କର୍ମଚାରୀ କହିଛନ୍ତି,”ଆଜି ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗରମ ହେଉଛି। ଖରାର ପ୍ରଭାବରେ ହାତ, ମୁହଁ ଓ ଦେହ ପୋଡି ଗଲା ପରି ଲାଗୁଛି।”

କୁଚିଣ୍ଡାର ଜଣେ ପଥଚାରୀ କହିଛନ୍ତି,“ଖରା ତ ବହୁତ ହେଉଛି,ଦିନ ୧୧ଟା ବାଜିଲାବେଳକୁ ଘରୁ ବାହାରି ହେଉନାହିଁ। ଅସହ୍ୟ ଗରମ କାରଣରୁ ଅତିଷ୍ଠ ଲାଗୁଛି। ଅପରାହ୍ଣ ୫ଟା ଯାଏଁ ରାସ୍ତାଘାଟ ଶୁନଶାନ୍‌ ହୋଇଯାଉଛି।”

ମାଲକାନ୍‌ଗିରିର ଜଣେ ପଥଚାରୀ କହିଛନ୍ତି,“ମାଲକାନ୍‌ଗିରି ସହରରେ ଏହି କିଛି ଦିନ ହେବ ତାପମାତ୍ରା ଉଚ୍ଚା ରହୁଛି। ଯଦି ଏହିପରି କିଛି ଦିନ ଲାଗି ରହେ ତେବେ ଅଂଶୁଘାତ ଦେଖାଦେଇପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ନେବା ଦରକାର।”

ରାଉରକେଲାର ଜଣେ ବ୍ୟବସାୟୀ କହିଛନ୍ତି,“ଖରାରୁ ତ୍ରାହି ପାଇବା ପାଇଁ ମୁଣ୍ଡରେ ଓଦା ରୁମାଲ,ଗାମୁଛା, ଛତା ଓ ପଗଡି ବ୍ୟବହାର କରୁଛୁ। ଘରୁ ବାହାରିଲାବେଳକୁ ସାଙ୍ଗରେ ପାଣି ବୋତଲ୍ ଆଣୁଛୁ।”

Related story