ଉଚ୍ଚଶିକ୍ଷାର ଉନ୍ନତି ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ବିଧାନସଭାରେ ପାସ୍ ହେଲା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଲ୍।  ଗତକାଲି ଏହି ବିଲ୍‌କୁ  ପାସ୍‌ କରିଛନ୍ତି ରାଜ୍ୟ ସରକାର।  ଏହି ପରିଷଦର ଅଧ୍ୟକ୍ଷ ରହିବେ ଉଚ୍ଚଶିକ୍ଷା ମନ୍ତ୍ରୀ।  ଉପାଧ୍ୟକ୍ଷ ପଦରେ ଜଣେ ପ୍ରଫେସର ପାହ୍ୟାର ଶାସକ ରହିବେ। ଯିଏକି ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବେ। ଏହା ବ୍ୟତୀତ ପରିଷଦରେ ବିଭିନ୍ନ ବର୍ଗରୁ ମୋଟ ୧୫ ଜଣ ସଭ୍ୟ ରହିବେ।  ରାଜ୍ୟରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷାସ୍ତରରେ ଉଚ୍ଚଶିକ୍ଷା ଗବେଷଣାର ମାନଦଣ୍ଡ ସୁପରିଚାଳନା କରିବା, ଉନ୍ନତି ନିମନ୍ତେ […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 08:04 AM IST

ଭୁବନେଶ୍ୱର: ବିଧାନସଭାରେ ପାସ୍ ହେଲା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଲ୍।  ଗତକାଲି ଏହି ବିଲ୍‌କୁ  ପାସ୍‌ କରିଛନ୍ତି ରାଜ୍ୟ ସରକାର।  ଏହି ପରିଷଦର ଅଧ୍ୟକ୍ଷ ରହିବେ ଉଚ୍ଚଶିକ୍ଷା ମନ୍ତ୍ରୀ।  ଉପାଧ୍ୟକ୍ଷ ପଦରେ ଜଣେ ପ୍ରଫେସର ପାହ୍ୟାର ଶାସକ ରହିବେ। ଯିଏକି ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବେ।

ଏହା ବ୍ୟତୀତ ପରିଷଦରେ ବିଭିନ୍ନ ବର୍ଗରୁ ମୋଟ ୧୫ ଜଣ ସଭ୍ୟ ରହିବେ।  ରାଜ୍ୟରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷାସ୍ତରରେ ଉଚ୍ଚଶିକ୍ଷା ଗବେଷଣାର ମାନଦଣ୍ଡ ସୁପରିଚାଳନା କରିବା, ଉନ୍ନତି ନିମନ୍ତେ ପ୍ରୋତ୍ସାହନ ଦେବା, ସମସ୍ତଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସୁଯୋଗ ସୃଷ୍ଟି ସହ ସମତା ଓ ଗୁଣବତ୍ତା ବଜାୟ ରଖିବା ଏହାର ଲକ୍ଷ୍ୟ।

Related story