୨୩ ଜୁନ, ଶନିବାର: ପଢ଼ନ୍ତୁ ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ ପାଇଁ କ’ଣ ରହିଛି

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ଅର୍ଥିକ ସମସ୍ୟାରେ ପଡ଼ି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି।

ବୃଷ: ଆଜି ଦିନଟି ଧାଁ ଦୌଡ଼ରେ କଟିବ। ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି। ପ୍ରତିଯୋଗିତା ମୂଳକ ସ୍ଥିତିରେ ସଫଳତା ପାଇବେ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ। ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ପିଲାମାନଙ୍କ ଉନ୍ନତି ଘଟିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ଲବଙ୍ଗ ଖାଇ ଘରୁ ବାହାରନ୍ତୁ।

ସିଂହ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଅଭିବାହିତ ଯୁବକଯୁବତୀଙ୍କ ପାଇଁ ଦିନଟି ଭଲ। ବିବାହା ସ୍ଥିର ହେବାରୁ ବହୁ ସମ୍ଭାବନା ରହିଛି।

କନ୍ୟା: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଚାକିରି କ୍ଷେତ୍ରରେ ସୁଧାର ଆସିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ମଙ୍ଗଳ କାମ ହୋଇପାରେ।

ତୁଳା: ମାନ-ସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ମନ ପସନ୍ଦର ପରିବର୍ତ୍ତନ ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଖର୍ଚ୍ଚରୁ ବଞ୍ଚିକି ରୁହନ୍ତୁ। ଶନି ଚାଳିଶା ପାଠ କରନ୍ତୁ।

ଧନୁ: ଆଶା ହରାଇ ସାରିଥିବା ସ୍ଥାନରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ଧାଁଦୌଡ଼ ବଢ଼ିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଆଜିର ଦିନଟି ଭଲରେ କଟିବ। ନୂଆ ଦାୟିତ୍ୱ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ।

କୁମ୍ଭ: କ୍ୟାରିୟରରେ ସଫଳତା ପାଇବେ। ପ୍ରତିଯୋଗିତାରେ ସଫଳତା ମିଳିବାର ଯୋଗ ରହିଛି। ପରିବାରରେ ହସ ଖୁସିର ପରିବେଶ ରହିବ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ନିଷ୍ପତ୍ତି ନେବ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି।