ଏହି ସମସ୍ୟା ଅଛି କି? ଘୋଡ଼ାନାଲ ମୁଦି ପିନ୍ଧିପାରିବେ

ବାସ୍ତୁ ସହ ଘୋଡ଼ାନାଲର ଗଭୀର ସମ୍ବନ୍ଧ ରହିଛି। କଳା ଘୋଡ଼ାର ଡାହାଣ ପାଦର ପୁରୁଣା ନାଲ ଘରୁ ବାସ୍ତୁଦୋଷ ଦୂର କରିବାରେ ସହାୟକ ହୋଇଥାଏ। ଘୋଡ଼ାନାଲ ଆଉ କେଉଁ ସମସ୍ୟାରୁ ମୁକ୍ତି ଦିଏ ବୋଲି ବିଶ୍ୱାସ ରହିଛି ଆସନ୍ତୁ ଜାଣିବା।

  • ଜାତକରେ ଶନି ମହାଗ୍ରହ ଅଶୁଭରେ ଥିଲେ ଘୋଡାନାଲରୁ ତିଆରି ହୋଇଥିବା ମୁଦିକୁ ପିନ୍ଧନ୍ତୁ। ଶୁଭଫଳ ମିଳିବ।
  • ଘର ମୁଖ୍ୟଦ୍ୱାର ଉପରେ ଘୋଡ଼ା ନାଲକୁ ଟଙ୍ଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଘର ଉପରେ ଖରାପ ନଜର ଦୂର ହୋଇଯାଏ। ସୁଖ ଶାନ୍ତି ବଜାୟ ରହେ।
  • କଳାଘୋଡ଼ାର ନାଲକୁ କଳା କପଡ଼ାରେ ବାନ୍ଧି ଆଲମାରୀ କିମ୍ୱା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ଆର୍ଥିକ ସ୍ଥିତି ଠିକ୍ ରହିବ।