ଘର ଦୁଆରେ କାହିଁକି ଅଙ୍କାଯାଇଛି ଏମିତି ଚିତ୍ର ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁ ଘରକୁ ଚାହିଁବେ, ସେଠି ଦେଖିବାକୁ ମିଳବ ଏହି ସବୁ ଚିତ୍ର। ପ୍ରଥମେ ଆପଣ ଚକିତ ହେବେ ଯଦି ପରିବାର ସହ ଯାଇଥିବେ ତା ହେଲେ ନିଶ୍ଚିତ ଟିକେ ସଙ୍କୋଚ କରିବେ। କିନ୍ତୁ ସେହି ଚିତ୍ରର ବାସ୍ତବ ଅର୍ଥ ବୁଝିବା ପରେ ଆପଣ ମୁଣ୍ଡ ପାତି ପ୍ରଣାମ କରିବେ। ଆମେ ଆପଣଙ୍କୁ କହୁଛୁ ଆମ ପଡୋଶୀ ଦେଶର କଥା। ଯେଉଁଠ ଭଗବାନ ବୁଦ୍ଧଙ୍କୁ ବିପୁଳ ଶ୍ରଦ୍ଧା ଓ ସମ୍ମାନ ମିଳେ। ଦେଶଟି ହେଉଛି ଭୁଟାନ୍‌। […]

Bhutanese_house,_Paro

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 10:06 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁ ଘରକୁ ଚାହିଁବେ, ସେଠି ଦେଖିବାକୁ ମିଳବ ଏହି ସବୁ ଚିତ୍ର। ପ୍ରଥମେ ଆପଣ ଚକିତ ହେବେ ଯଦି ପରିବାର ସହ ଯାଇଥିବେ ତା ହେଲେ ନିଶ୍ଚିତ ଟିକେ ସଙ୍କୋଚ କରିବେ। କିନ୍ତୁ ସେହି ଚିତ୍ରର ବାସ୍ତବ ଅର୍ଥ ବୁଝିବା ପରେ ଆପଣ ମୁଣ୍ଡ ପାତି ପ୍ରଣାମ କରିବେ। ଆମେ ଆପଣଙ୍କୁ କହୁଛୁ ଆମ ପଡୋଶୀ ଦେଶର କଥା। ଯେଉଁଠ ଭଗବାନ ବୁଦ୍ଧଙ୍କୁ ବିପୁଳ ଶ୍ରଦ୍ଧା ଓ ସମ୍ମାନ ମିଳେ। ଦେଶଟି ହେଉଛି ଭୁଟାନ୍‌। ଏଠାକାର ପରମ୍ପରାରେ ଉତ୍ତେଜକ ପୁରୁଷ ଲିଙ୍ଗକୁ ପୂଜା କରାଯାଇଥାଏ।

ଭାରତୀୟମାନେ ଭଗବାନ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରୁଥିବା ବେଳେ ଏଠାରେ ଏହାକୁ ଏକ ବିପତ୍ତି ନାଶନକାରୀ ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଏପରିକି କାଠ, ପଥର ଓ ମାଟିରେ ନିର୍ମିତ ଉତ୍ତେଜନ ଲିଙ୍ଗର ମୂର୍ତ୍ତି ଏଠାକର ବଜାରରେ ସହଜରେ ମିଳିଯାଏ। ଲୋକେ ଏହାକୁ କିଣି ନେଇ ଘର ଦୁଆର ମୁହଁରେ ଲାଗାଇଥାନ୍ତି ଓ ବିଶ୍ୱାସ କରନ୍ତି ଏଭଳି ପ୍ରତୀକ ଦ୍ୱାର କୌଣସି ଦୁଷ୍ଟଶକ୍ତି ଗୃହକୁ ପ୍ରବେଶ କରିପାରିବ ନାହିଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚିନ୍ତାଧାରା ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନଶୈଳୀ ସହ ଏତେ ମାତ୍ରାରେ ଜଡିତ ହୋଇଯାଇଛି ଯେ, ଏହାକୁ କେହି ଭୁଲ୍‌ ବୋଲି ଭାବନ୍ତି ନାହିଁ। ଆଉ ଖାସ୍‌ ଏଇଥିପାଇଁ ମନ୍ଦିର ହେଉ କି ଘର ସବୁଠି ଅଙ୍କା ଯାଇଥିଏ ଏଭଳି ଉତ୍ତେଜକ ଲିଙ୍ଗର ଚିତ୍ର। ଯାହାର ନାଁ ହେଉଛି Phallus paintings। ସ୍ଥାନୀୟ ଗବେଷକଙ୍କ ମତରେ ଡୁରକାପ୍‌ କିଲ୍ଲେ ନାମକ ଜଣେ ସନ୍ଥ ଏହାର ପ୍ରବର୍ତ୍ତନ କରିଥିଲେ।  ଯାହାକୁ ଲୋକେ Mad saint ବା ପାଗଳ ସନ୍ଥ ବା ଦେବଦୂତ ବୋଲି ମଧ୍ୟ ଗ୍ରହଣ କରିଥିଲେ।

Related story