ବସ୍‌ରେ ବସିଥିଲା ବେଳେ ମଲାଲାଙ୍କୁ ଏମିତି ହୋଇଥିଲା ଗୁଳିମାଡ଼

ନୂଆଦିଲ୍ଲୀ: ନାରୀ ଶିକ୍ଷା ପାଇଁ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗାଇଥିଲେ ୧୨ ବର୍ଷର ଝିଅ ମଲାଲା । କୁନି ଝିଅଟିଏ ହେଲେ ମଧ୍ୟ ସେଦିନକ ତାଲିବାନୀଙ୍କ ବନ୍ଧୁକ ଆଗରେ ସାହସ ହାରି ନ ଥିଲେ ସେ। ଇସ୍‌ଲାମକୁ ଦ୍ୱାହି ଦେଇ ଝିଅମାନଙ୍କୁ  ଶିକ୍ଷାରୁ ବଞ୍ଚିତ କରାଯିବାକୁ ଘୋର ବିରୋଧୀ ଥିଲେ ମାଲାଲା । ତାଲିବାନୀ ଆତଙ୍କବାଦୀଙ୍କ ଏହି ନୀତିକୁ ବିରୋଧ  କରି ମୁଣ୍ଡରେ ଗୁଳିଖାଇଥିଲେ ମଲାଲା । ତେବେ ସୌଭାଗ୍ୟବଶତଃ ମାଲାଲା ଚିକିତ୍ସା […]

malala-1

malala-1

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 11:09 AM IST

Sports

Latest News

ନୂଆଦିଲ୍ଲୀ: ନାରୀ ଶିକ୍ଷା ପାଇଁ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗାଇଥିଲେ ୧୨ ବର୍ଷର ଝିଅ ମଲାଲା । କୁନି ଝିଅଟିଏ ହେଲେ ମଧ୍ୟ ସେଦିନକ ତାଲିବାନୀଙ୍କ ବନ୍ଧୁକ ଆଗରେ ସାହସ ହାରି ନ ଥିଲେ ସେ। ଇସ୍‌ଲାମକୁ ଦ୍ୱାହି ଦେଇ ଝିଅମାନଙ୍କୁ  ଶିକ୍ଷାରୁ ବଞ୍ଚିତ କରାଯିବାକୁ ଘୋର ବିରୋଧୀ ଥିଲେ ମାଲାଲା । ତାଲିବାନୀ ଆତଙ୍କବାଦୀଙ୍କ ଏହି ନୀତିକୁ ବିରୋଧ  କରି ମୁଣ୍ଡରେ ଗୁଳିଖାଇଥିଲେ ମଲାଲା । ତେବେ ସୌଭାଗ୍ୟବଶତଃ ମାଲାଲା ଚିକିତ୍ସା ପରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ।  ହେଲେ ଗୁଳିମାଡ଼ ପରିସ୍ଥିତିର ଚିତ୍ର ଥିଲା ଅତ୍ୟନ୍ତ ଭୟଙ୍କର।  ବସ୍‌ରେ ବସିଥିବା ବେଳେ ତାଲିବାନୀ ଆତଙ୍କବାଦୀମାନେ ମଲାଲାଙ୍କୁ  ଖୋଜି ଖୋଜି ଗୁଳି କରିଥିଲେ। ଏଥିପାଇଁ ତାଙ୍କୁ ପରବର୍ତ୍ତୀ ସମୟରେ  ନୋବେଲ୍‌ ଶାନ୍ତି ପୁରସ୍କାର  ପ୍ରଦାନ କରାଯାଇଥିଲା।

୨୦୧୨ରେ ଝିଅମାନଙ୍କ ଶିକ୍ଷାକୁ ସମର୍ଥନ କରିବା ଯୋଗୁଁ  ମଲାଲା ୟୁସୁଫଜଇଙ୍କୁ ତାଲିବାନ ଆତଙ୍କବାଦୀ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ୨୦୦୭ରୁ ୨୦୦୯ ମେ’ ପର୍ଯ୍ୟନ୍ତ ସ୍ୱାତ ଉପତ୍ୟାକାରେ ତାଲିବାନ ଆତଙ୍କବାଦୀମାନେ ନିଜର ଆତଙ୍କରାଜ ଚଲାଇଥିଲେ। ସେମାନଙ୍କ ଡ଼ରରେ ଝିଅମାନେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ସେମାନଙ୍କ ଡରରେ ସେଠାରେ ପାଖାପାଖି ୪୦୦ସ୍କୁଲ୍‌ ବନ୍ଦ ହୋଇ ଯାଇଥିଲା। ମଲାଲା ସେବେଠାରୁ ଝିଅମାନଙ୍କ ଶିକ୍ଷା ପାଇଁ ଲଢ଼େଇ କରି ଆସୁଥିଲେ।
୯ ଅକ୍ଟୋବର ୨୦୧୨ରେ ମଲାଲା ନିଜ ସାଙ୍ଗମାନଙ୍କ ସହିତ ସ୍କୁଲ ଯିବା ସମୟରେ ବସ୍‌ରେ ଆତଙ୍କବାଦୀମାନେ ଚଢ଼ିଥିଲେ। ବସ୍‌ରେ ଥିବା ପିଲାଙ୍କୁ ପଚାରିଥିଲେ ମଲାଲା କିଏ ?  ଅନ୍ୟପିଲାମାନେ ମଲାଲାଙ୍କୁ ଦେଖି ଇଶାରା କରିବା ପରେ ଆତଙ୍କବାଦୀମାନେ ମଲାଲାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ତେବେ ଘଟଣା ପରେ ପାକିସ୍ତାନୀ ଡାକ୍ତରମାନେ ମାଲାଲାଙ୍କ ମୁଣ୍ଡରୁ ଗୁଳି ତ’ ବାହାର କରି ଦେଇଥିଲେ କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରିଟେନ ନିଆଯାଇଥିଲା।

ସେଠାରେ ତାଙ୍କୁ କୁଇନ୍‌ ଏଲିଜାବେଥ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ମୁଣ୍ଡର ଅପରେସନ୍‌ ପାଇଁ ୫ ଘଣ୍ଟା ଲାଗିଥିଲା।  ଅନେକ ସଂଘର୍ଷ ପରେ ମଲାଲା ନୂଆ ଜୀବନ ପାଇଥିଲେ। ମଲାଲାଙ୍କ ଏହି କାମ ପାଇଁ ୨୦୧୩ରେ ତାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।  ଏହା ସହିତ ୨୦୧୩ରେ ତାଙ୍କୁ ୟୁରୋପ ଯୁନିୟନ୍‌ର ପ୍ରତିଷ୍ଠିତ ଶେଖରୋବ ମାନବାଧିକାର ପୁରସ୍କାର ମଧ୍ୟ ମିଳିଥିଲା।  ୨୦୧୪ରେ ମଲାଲାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ମିଳିଥିଲା। ୧୭ ବର୍ଷ ବୟସରେ ନୋବେଲ୍‌ ପୁରସ୍କାର ପାଇଥିବା ମାଲାଲା ହେଉଛନ୍ତି ପ୍ରଥମ ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos