ଖାଇବା, ପିଇବା ଭଳି ନିଦ୍ରା ଶୋଇବା ଆମ ଶରୀର ପାଇଁ ଏକ ଜରୁରୀ ଆବଶ୍ୟକ। ଠିକ୍ ଭାବରେ ନ ଶୋଇଲେ ଦେହ ଖରାପ ହୋଇଥାଏ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଭଳି ରୋଗ ମଧ୍ୟ ଦେଖା ଦେଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୟନ ଅଭ୍ୟାସ, ଆବଶ୍ୟକତା ଓ ଏହାର ପ୍ରଭାବ ଉପରେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ବୟସ ଅନୁଯାୟୀ ମଣିଷର ଶୋଇବାର ସମୟ ପରିବର୍ତ୍ତନ ହୋଇଥାଏ। ଆସନ୍ତୁ ଜାଣିବା ବୟସ ଅନୁସାରେ ଆମେ କେତେ ସମୟ ଶୋଇବା ଆବଶ୍ୟକ।
୧- ଶିଶୁମାନେ ଅଧିକ ସମୟ ଶୋଇଥାନ୍ତି ବୋଲି ଆମେ ଜାଣିଛେ। ବିଶେଷକରି ଶିଶୁଟି ଜନ୍ମ ହେବାରୁ ୩ ମାସ ପର୍ଯ୍ୟନ୍ତ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।
୨-ସେହିପରି ୪ରୁ ୧୧ ମାସର ଶିଶୁ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ବୋଲି ସର୍ଭେରୁ ଜଣାପଡ଼ିଛି।
୩-୧ରୁ ୨ ବର୍ଷର ପିଲା ୧୧ରୁ୧୪ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
୪-ସେହିପରି ୩ରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ।
୫-୧୪ରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲାମାନେ ୮ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ସର୍ଭେରୁ ଜଣାପଡ଼ିଛି।
୬-୧୮ରୁ ୬୪ ବୟସ ପର୍ଯ୍ୟନ୍ତ ୭ରୁ ୯ ଘଣ୍ଟା ଶୋଇବା ଶରୀର ପାଇଁ ଭଲ ବୋଲି ସର୍ଭେରୁ ଜଣାପଡ଼ିଛି।
୭-୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।