କ’ଣ ଖାଇଲେ କମିବ ଓଜନ, ରୁଟି ନା ଭାତ ?

କଥା ଯଦି ଭାରତୀୟ ଖାଦ୍ୟର ଆସେ ତା ହେଲେ ତମାମ୍‌ ଖାଦ୍ୟ ମୁଣ୍ଡକୁ ଆସେ । ଡାଲି, ତରକାରୀ, ଚଟଣୀ, ପାମ୍ପଡ଼, ଆଚାରା, ଭର୍ତ୍ତା, ଭଜା ଏମିତି କେତେ କ’ଣ। ଆଉ ସବୁଠାରୁ ବଡ କଥା ହେଉଛି ଏତେବଡ ଦେଶରେ ଏତେପ୍ରକାର ଖାଦ୍ୟ ମାତ୍ର ୨ ଟି ପ୍ରମୁଖ ଖାଦ୍ୟ ସହ ଗ୍ରହଣ କରାଯାଇଥାଏ। ଗୋଟିଏ ହେଲା ଭାତ ଓ ଅନ୍ୟଟି ରୁଟି। ଯାହାକୁ କି ଭାରତୀୟ ଖାଦ୍ୟ ତାଲିକାରେ ପ୍ରମୁଖ ସ୍ଥାନ ଦିଆଯାଇଛି। ଉଭୟ ସ୍ୱକୀୟ […]

roti-VS-rice copy

roti-VS-rice copy

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 03:47 PM IST

Sports

Latest News

କଥା ଯଦି ଭାରତୀୟ ଖାଦ୍ୟର ଆସେ ତା ହେଲେ ତମାମ୍‌ ଖାଦ୍ୟ ମୁଣ୍ଡକୁ ଆସେ । ଡାଲି, ତରକାରୀ, ଚଟଣୀ, ପାମ୍ପଡ଼, ଆଚାରା, ଭର୍ତ୍ତା, ଭଜା ଏମିତି କେତେ କ’ଣ। ଆଉ ସବୁଠାରୁ ବଡ କଥା ହେଉଛି ଏତେବଡ ଦେଶରେ ଏତେପ୍ରକାର ଖାଦ୍ୟ ମାତ୍ର ୨ ଟି ପ୍ରମୁଖ ଖାଦ୍ୟ ସହ ଗ୍ରହଣ କରାଯାଇଥାଏ। ଗୋଟିଏ ହେଲା ଭାତ ଓ ଅନ୍ୟଟି ରୁଟି। ଯାହାକୁ କି ଭାରତୀୟ ଖାଦ୍ୟ ତାଲିକାରେ ପ୍ରମୁଖ ସ୍ଥାନ ଦିଆଯାଇଛି। ଉଭୟ ସ୍ୱକୀୟ ଗୁଣଲାଗି ଭାରି ପ୍ରସିଦ୍ଧ।

ହେଲେ ଯେତେବେଳେ ଶରୀରରେ ଓଜନ ବଢିବା ଓ ଡାଏଟିଂ କଥା ଆସେ ସେତେବେଳେ ପ୍ରଥମେ ଆମେ ଏହି ଦୁଇ ପ୍ରମୁଖ ଖାଦ୍ୟକୁ ବର୍ଜନ କରିଦେଉ। ବାସ୍ତବିକ୍‌ ଏହି ଦୁଇ ଡିସ୍‌ ଶରୀର ଲାଗି ବେସ୍‌ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଭରି ରହିଛି ଅନେକ ଉପାକରୀ ଗୁଣ। ରୁଟି ଖାଇଲେ ଦିନତମାମ୍‌ ଶରୀରକୁ ଫିଟ୍‌ ଅନୁଭବ କରିହେବ। ସେହିପରି ଭାତ ଖାଇବା ଦ୍ୱାରା ଖାଦ୍ୟ ହଜମରେ ଏହା ସାହାଯ୍ୟ କରିବ।

ଏବେ କଥା ଉଠୁଛି ଯଦି ଉଭୟ ଶରୀର ପାଇଁ ଏତେ ଉପକରୀ ତା ହେଲେ ଓଜନ ବଢିବା ବେଳେ ଆମେ କ’ଣ ଖାଇବା ଦରକାର। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

କ‘ଣ ରହିଛି ଏଥିରେ

  • ରୁଟିରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଛି। ଗହମରୁ ରୁଟି ତିଆରି ହୋଇଥାଏ ଓ ଏଥିରେ ସୋଡିୟମ୍‌ ରହିଛି। ପ୍ରତି ୧୨୦ ଗ୍ରାମ୍‌ ଗହମରେ ୧୯୦ ମିଲିଗ୍ରାମ୍‌ ସୋଡିୟମ୍‌ ରହିଛି। ହେଲେ ଚାଉଳରେ ସୋଡିୟମ୍‌ ନାହିଁ। ଏଣୁ ଯଦି ଆପଣ ଡାଏଟ୍‌ ଚାର୍ଟରୁ ସୋଡିୟମ୍‌ ହଟାଇବାକୁ ଚାହୁଁଛନ୍ତି ତା ହେଲେ ରୁଟି ଖାଇବାରୁ ଦୂରେଇ ରୁହନ୍ତୁ।
  • ଚାଉଳରେ ଲୋୟର ଡାଇଟରୀ ଫାଇବର ରହିଛି, ହେଲେ ଗହମରେ ପ୍ରୋଟିନ୍‌ ଓ ଫାଇବରର ପରିମାଣ ଅଧିକ।
  • ରୁଟିରେ ଫାଇବର ପରିମାଣ ଅଧିକ ଥିବାରୁ ଏହା ଆପଣଙ୍କୁ ସମୟ ସମୟରେ ଭୋକ ଲାଗିବାରୁ ମୁକ୍ତ ରଖିଥାଏ। ଯାହାକୁ ଆପଣଙ୍କୁ ଅଧିକ ଖାଇବା ଇଚ୍ଛାରୁ ମୁକ୍ତ ରଖିଥାଏ ଓ ମେଦବହୁଳତାରୁ ମୁକ୍ତି ଦେଇଥାଏ।
  • ଚାଉଳରେ ପ୍ରଚୁର ମାତ୍ରାରେ ଷ୍ଟର୍ଚ ରହିଥିବାରୁ ଏହା ଶୀଘ୍ର ଖାଦ୍ୟ ପାଚନ କରି ଦେଇଥାଏ । ଫଳରେ ବାରମ୍ବାର ଭୋକ ଲାଗେ।
  • ରୁଟିରେ ଭରପୁର ମାତ୍ରାରେ କ୍ୟାଲସିୟମ୍‌, ପୋଟାସିୟମ୍‌, ଆଇରନ୍‌, ଫସ୍‌ଫରସ୍‌ ଶରୀରକୁ ପହଞ୍ଚିଥାଏ ହେଲେ ଭାତରେ କ୍ୟାଲସିୟମ୍‌ ନ ଥାଏ। ଏଥିରେ ପୋଟାସିୟମ୍‌ ଓ ଫସଫରସ୍‌ର ମାତ୍ରା ମଧ୍ୟ ବହୁତ କମ୍‌।
  • ରୁଟି ହଜମ ହେବାକୁ ଅଧିକ ସମୟ ନେଇଥାଏ। ଏହି କାରଣରୁ ଏହା ବ୍ଲଡ ସୁଗାର ଲେବଲକୁ ମଧ୍ୟ ସନ୍ତୁଳିତ ରଖିଥାଏ।

ଏମିତି ହେବା ଦରକାର ଆପଣଙ୍କ ଡାଏଟ୍‌ ଚାର୍ଟ

  • ପ୍ରତିଦିନ ୪ ପଟ ରୁଟି ଦିନରେ ଖାଆନ୍ତୁ।
  • ରାତି ସାଢ ୭ଟା ସୁଦ୍ଧା ରାତି ଭୋଜନ ସାରି ଦିଅନ୍ତୁ। ଏମିତି କରିବା ଦ୍ୱାରା ସୋଇବା ବେଳକୁ ଏହା ହଜମ ହୋଇଯାଇଥିବ।
  • ଯଦି ଭାତ ଖାଇବାକୁ ଭଲ ଲାଗୁଛି ତ ବ୍ରାଉନ୍‌ ରାଇସ୍‌ ଖାଆନ୍ତୁ ଏହା ଆପଣଙ୍କୁ ଫିଟ୍‌ ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos