ଋତୁ ବଦଳିବା ସହ ଅନେକ ପ୍ରକାର ଭାଇରାଲ ରୋଗରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି। ଶୀତ ଦିନେ ଥଣ୍ଡା ଜ୍ୱର ପରି ସହ ଆଲାର୍ଜି ପରି ସମସ୍ୟା ଦେଖାଯାଇଥାଏ। ସାଧାରଣତଃ ଶ୍ୱାସ ରୋଗୀଙ୍କୁ ଆଲାର୍ଜିର ସମସ୍ୟା ଅଧିକ ହୋଇଥାଏ। ଶୀତ ଦିନେ ଚର୍ମର ଆଦ୍ରତା ପ୍ରାୟତଃ ହ୍ରାସ ହେଉଥିବାରୁ ଆଲାର୍ଜି ,ଚର୍ମ ଶୁଖି ଘା ହେବା ଶରୀର ଲାଲ ହୋଇଯିବା ପରି ସମସ୍ୟା ଦେଖାଯାଇଥାଏ। ଆସନ୍ତୁ ଜାଣିବା ଏପରି ସମସ୍ୟାରୁ ରକ୍ଷା ପାଇବେ କିପରି ?
ଆଲାର୍ଜିରୁ ବଞ୍ଚିବା ପାଇଁ କ'ଣ କରିବେ
ଘରର ଗଦି, ସ୍କ୍ରିନ୍ ଆଦି ଅଧିକ ଦିନ ଯାଏଁ ସଫା କରି ନଥିଲେ ସେଥିରେ ବ୍ୟାକ୍ଟରିଆ ରହିଥାଏ। ଯେଉଁ କାରଣରୁ ସ୍କିନ ଆଲାର୍ଜି ପରି ସମସ୍ୟା ଦେଖାଯାଇଥାଏ। ଧୂଳିକଣା, ସୁକ୍ଷ୍ମଜୀବାଣୁରୁ ବଞ୍ଚିବା ଲାଗି ଘରକୁ ପରିଷ୍କାର ରଖନ୍ତୁ। ଆଲାର୍ଜିରେ ପୀଡିତ ଥିବା ବ୍ୟକ୍ତି ନିଜଠୁ ଧୂଳି ଯାଗାରୁ ଦୂରେଇ ରଖିବା ଉଚିତ। ଶ୍ୱାସ ରୋଗୀ, ଗଳା ସଂକ୍ରମଣ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
ଘରୁ ବାହାରିବା ସମୟରେ ପାଖରେ ପାଣି ବୋତଲ ରଖନ୍ତୁ। ଚିନି ଯୁକ୍ତ ପାନୀୟ, ଡବାରେ ଥିବା ଜୁସ୍ ପିଅନ୍ତୁ ନାହିଁ କାରଣ ଏହା ଶରୀରରେ ଥିବା ତରଳ ପଦାର୍ଥକୁ ଅବଶୋଷଣ ପକ୍ରିୟାକୁ କମ୍ କରିଦେଇଥାଏ। ଏହି ଦିନରେ ଭିଟାମିନ 'ସି' ଜାତୀୟ ଖାଦ୍ୟ ଖାଇଲେ ଆଲାର୍ଜି ଓ ଅନ୍ୟାନ ସମସ୍ୟାରୁ ମୁକ୍ତି ମିଳିଥାଏ। ମୁତ୍ରର ରଙ୍ଗ ଉପରେ ଧ୍ୟାନ ରଖନ୍ତୁ ଯେପରି ମୂତ୍ରର ରଙ୍ଗ ହଳଦିଆ ଦେଖା ନଯାଏ। ଏଥିପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।