କେମିତି ପାଇବେ ଲମ୍ବା ଓ ଚମକଦାର ନଖ, ଆସନ୍ତୁ ଜାଣିବା

ସୁନ୍ଦର ନଖ ଝିଅମାନଙ୍କ ହାତର ଶୋଭା ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍ ଲଗାଇଲେ ଏହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର ଦିଶୁ। କିନ୍ତୁ ତଥାପି କିଛି ଝିଅଙ୍କର ନଖ ବିଲକୁଲ ବଢ଼େନାହିଁ। ଯେଉଁଥି ପାଇଁ ସେମାନେ ଭାରି ଚିନ୍ତିତ ହୋଇପଡନ୍ତି। ତାହେଲେ […]

Nail

Nail

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 08:21 PM IST

Sports

Latest News

ସୁନ୍ଦର ନଖ ଝିଅମାନଙ୍କ ହାତର ଶୋଭା ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍ ଲଗାଇଲେ ଏହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର ଦିଶୁ। କିନ୍ତୁ ତଥାପି କିଛି ଝିଅଙ୍କର ନଖ ବିଲକୁଲ ବଢ଼େନାହିଁ। ଯେଉଁଥି ପାଇଁ ସେମାନେ ଭାରି ଚିନ୍ତିତ ହୋଇପଡନ୍ତି। ତାହେଲେ ବ୍ୟସ୍ତ ହୁଅନ୍ତୁନି । ଆସନ୍ତୁ ଜାଣିବା ନଖ ବଢ଼ାଇବାର କି କି ଘରୋଇ ଉପାୟ ଅଛି।

୧. ଅଲିଭ୍ ଅଏଲ୍: ପ୍ରତିଦିନ ଅଲିଭ୍ ଅଏଲ୍‌କୁ ନଖରେ ମାଲିସ୍ କରନ୍ତୁ। ମାତ୍ର ଅଳ୍ପ କିଛି ଦିନରେ ଆପଣଙ୍କ ନଖ ବଢ଼ିଯିବ।

୨. ନେଲ ପଲିସ୍‌: ପ୍ରତିଦିନ ନଖରେ ନେଲପଲିସ୍ ଲଗାଇବା ଉଚିତ୍। ଏପରି କଲେ ନଖ ମଜବୁତ୍‌ ହୋଇଥାଏ। ଯଦି ଆପଣ ନେଲ ପଲିସ୍ ନ ଲଗାଇବେ ତେବେ ଆପଣଙ୍କ ନଖ ପତଳା ହୋଇଯିବ ଓ ବାରମ୍ବାର ଭାଙ୍ଗିଯିବ।

୩. ନଡ଼ିଆ ତେଲ: ନଡ଼ିଆ ତେଲ ନଖ ପାଇଁ ବହୁତ ଭଲ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନଖରେ ନଡ଼ିଆ ତେଲ ମାଲିସ୍ କରନ୍ତୁ। ଅଳ୍ପ ଦିନ ଭିତରେ ଆପଣ ଫରକ ଜାଣିପାରିବେ।

୪. କମଳା ରସ: ଯଦି ଆପଣ ପ୍ରତିଦିନ ନଖରେ କମଳା ରସ ଲଗାଇବେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ନଖ ବଢ଼ିବା ସହ ନଖର ଚମକ ମଧ୍ୟ ବଢ଼ିବ।

୫. ଭ୍ୟାସଲିନ୍: ପ୍ରତି ଦିନ ନଖରେ ଭ୍ୟାସ୍‌ଲିନ୍ ମାଲିସ କଲେ ନଖ ବଡ଼ିବା ସହ ମଜବୁତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos