ନିଶା ଜାଲରୁ ମୁକୁଳିବା ପାଇଁ ଚାହୁଁଛନ୍ତି କି? ପଢନ୍ତୁ କ’ଣ କରିବେ

ନିଶା ଦ୍ରବ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ହେଲେ ଉପାୟ ପାଉନାହାନ୍ତି। ଯଦି ବି କୌଣସି ଫର୍ମୁଲା ପାଉଛନ୍ତି ତଥାପି ନିଶା ଜାଲରୁ ମୁକୁଳି ପାରୁନାହାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର। ଗବେଷକମାନେ ଏକ ନୂଆ ଥେରାପିର ଆବିଷ୍କାର କରିଛନ୍ତି , ଯାହା ମସ୍ତିଷ୍କରେ ମାଦକ ଦ୍ରବ୍ୟ ସେବନରୁ ହେଉଥିବା ରାସାୟନିକ ଅସନ୍ତୁଳନକୁ ଦୂର କରିବାରେ ସାହାଯ୍ୟ କରିବ। ଆମେରିକାର ଗ୍ଲୋବଷ୍ଟେସନ ସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟ ଏହି ନୂଆ ଥେରାପି […]

cafe

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 07:35 PM IST

ନିଶା ଦ୍ରବ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ହେଲେ ଉପାୟ ପାଉନାହାନ୍ତି। ଯଦି ବି କୌଣସି ଫର୍ମୁଲା ପାଉଛନ୍ତି ତଥାପି ନିଶା ଜାଲରୁ ମୁକୁଳି ପାରୁନାହାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର। ଗବେଷକମାନେ ଏକ ନୂଆ ଥେରାପିର ଆବିଷ୍କାର କରିଛନ୍ତି , ଯାହା ମସ୍ତିଷ୍କରେ ମାଦକ ଦ୍ରବ୍ୟ ସେବନରୁ ହେଉଥିବା ରାସାୟନିକ ଅସନ୍ତୁଳନକୁ ଦୂର କରିବାରେ ସାହାଯ୍ୟ କରିବ। ଆମେରିକାର ଗ୍ଲୋବଷ୍ଟେସନ ସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟ ଏହି ନୂଆ ଥେରାପି ଆବିଷ୍କାର କରିଛନ୍ତି।

ଏହା ଭବିଷ୍ୟତରେ ନିଶାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ। ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ଏହି ଥେରାପି ଯେବେ ମୂଷା ଉପରେ ପ୍ରୟୋଗ କରାଗଲା ତାହା ସଫଳ ହୋଇଥିଲା। ମୁଖ୍ୟତଃ ‍ବାରମ୍ବାର ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପରିବର୍ତ୍ତନ କ୍ଷେତ୍ରରେ 'ସିରୋଟୋନିନ୍' ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। 'ସିରୋଟୋନିନ୍' ଏକ ରସାୟନ ଯାହା ମସ୍ତିଷ୍କର ତନ୍ତ୍ରିକା ଗୁଡ଼ିକୁ ସୂଚନା ପହଞ୍ଚାଇଥାଏ। ଏହି  ନୂଆ ଥେରାପି ବଳରେ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ମାନସିକସ୍ତର ରାସାୟନିକ ସନ୍ତୁଳନକୁ ଠିକ୍‌ କରିପାରେ।

Related story