ଘରେ ମନିପ୍ଲାଣ୍ଟକୁ ଠିକ୍‌ ଭାବେ ରଖିଛନ୍ତି ତ? ଜାଣନ୍ତୁ କେଉଁଠି ଓ କେମିତି ରଖିବେ

କୁହାଯାଏ ମନିପ୍ଲାଣ୍ଟକୁ ଘରେ ରଖିବା ଦ୍ୱାରା ଧନ ବଢ଼ିଥାଏ। ଏଥିପାଇଁ ଅନେକ ଲୋକ ଘରେ ମନିପ୍ଲାଣ୍ଟ ଲଗାଇଥାଆନ୍ତି। ଏହି ଗଛ ଲଗାଇବା ଦ୍ୱାରା ସକାରାତ୍ମକ  ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ଏହାକୁ ଠିକ୍‌ ଦିଗରେ ନ ରଖିଲେ ବା ଠିକ୍‌ ଭାବେ ରକ୍ଷାଣବେକ୍ଷଣ ନକଲେ କ୍ଷତି ସହିବାକୁ ପଡ଼ିପାରେ। ସେଥିଲାଗି ମନିପ୍ଲାଣ୍ଟକୁ ଘରେ ଠିକ୍‌ ଦିଗରେ ଲଗାଇବା ସହ ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହି […]

maxresdefault

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 08:38 AM IST

କୁହାଯାଏ ମନିପ୍ଲାଣ୍ଟକୁ ଘରେ ରଖିବା ଦ୍ୱାରା ଧନ ବଢ଼ିଥାଏ। ଏଥିପାଇଁ ଅନେକ ଲୋକ ଘରେ ମନିପ୍ଲାଣ୍ଟ ଲଗାଇଥାଆନ୍ତି। ଏହି ଗଛ ଲଗାଇବା ଦ୍ୱାରା ସକାରାତ୍ମକ  ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ଏହାକୁ ଠିକ୍‌ ଦିଗରେ ନ ରଖିଲେ ବା ଠିକ୍‌ ଭାବେ ରକ୍ଷାଣବେକ୍ଷଣ ନକଲେ କ୍ଷତି ସହିବାକୁ ପଡ଼ିପାରେ। ସେଥିଲାଗି ମନିପ୍ଲାଣ୍ଟକୁ ଘରେ ଠିକ୍‌ ଦିଗରେ ଲଗାଇବା ସହ ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହି ଗଛକୁ ଘରେ କେମିତି ରଖିବାକୁ ହୁଏ ସେ ନେଇ କିଛି ନିୟମ ରହିଛି। ଆସନ୍ତୁ ଜାଣିବା ସେ ସଂପର୍କରେ।

୧. ମନିପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତ। ଏହାକୁ ଉତ୍ତର-ପୂର୍ବ ଓ ପୂର୍ବ-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

୨. ଦକ୍ଷିଣ-ପୂର୍ବ ଦିଗର ଦେବତା ହେଉଛନ୍ତି ଭଗବାନ ଗଣେଶ। ଏହି ଦିଗରେ  ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ସୁଖ,ସମୃଦ୍ଧି ବୃଦ୍ଧି ହୋଇଥାଏ।

୩. ମନିପ୍ଲାଣ୍ଟକୁ ଘର ବାହାରେ ଲଗାନ୍ତୁ ନାହିଁ। ଏହାକୁ ଘର ଭିତରେ ଲଗାଇବା ଦ୍ୱାରା ଶୁଭ ଫଳ ମିଳିଥାଏ।

୪. ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ। ପତ୍ର ଶୁଖିବାକୁ ଲାଗିଲେ ଏହାକୁ କାଟି ଦିଅନ୍ତୁ।

୫. ମନିପ୍ଲାଣ୍ଟର ପତ୍ର  ଯେପରି ତଳ ଆଡ଼କୁ ବା ମାଟି ଆଡ଼କୁ ନବଢ଼ି ଉପର ଆଡ଼କୁ ବଢ଼ିବ ସେଥିପ୍ରତି ଧ୍ୟାନ ଦେବେ। ଏକ ବାଡ଼ି ସାହାଯ୍ୟରେ ଏହାକୁ  ଉପର ଆଡ଼କୁ ବଢ଼ାଇପାରିବେ।

୬. ବିଶ୍ୱାସ ରହିଛି ମନିପ୍ଲାଣ୍ଟ ଯେତେ ସବୁଜ ରଙ୍ଗର ରହିବ ସେତେ ମାତ୍ରାରେ ଧନ ବୃଦ୍ଧି ହେବ।

Related story