ଏହି ସବୁ ସଙ୍କେତରୁ ଜାଣନ୍ତୁ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଧୋକା ଦେଉଛନ୍ତି

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗିବା ଏକ ସାଧାରଣ କଥା। ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ କାମରେ ଏତେ ବ୍ୟସ୍ତ ରହିଯାଉ ଯେ ବ୍ୟକ୍ତିଗତ ସଂପର୍କକୁ ସୃଦୃଢ କରିବାକୁ ସମୟ କାଢ଼ି ପାରୁ ନାହିଁ। ସମୟ ସାଙ୍ଗରେ ସବୁକିଛି ବଦଳିଲା ପରି ପ୍ରେମ ମଧ୍ୟ ଘୃଣାରେ ପରିଣତ ହୋଇଯାଏ।  ଜଣେ ଅନ୍ୟଜଣଙ୍କୁ ଧୋକା ଦିଏ। ଏଥିପାଇଁ ଜଣଙ୍କୁ ମଧ୍ୟ ଦୋଷୀ କହିପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ସ୍ୱାମୀ […]

bigstock-Cheating-his-wife-young-men-c-36529366

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 01:45 PM IST

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗିବା ଏକ ସାଧାରଣ କଥା। ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ କାମରେ ଏତେ ବ୍ୟସ୍ତ ରହିଯାଉ ଯେ ବ୍ୟକ୍ତିଗତ ସଂପର୍କକୁ ସୃଦୃଢ କରିବାକୁ ସମୟ କାଢ଼ି ପାରୁ ନାହିଁ। ସମୟ ସାଙ୍ଗରେ ସବୁକିଛି ବଦଳିଲା ପରି ପ୍ରେମ ମଧ୍ୟ ଘୃଣାରେ ପରିଣତ ହୋଇଯାଏ।  ଜଣେ ଅନ୍ୟଜଣଙ୍କୁ ଧୋକା ଦିଏ। ଏଥିପାଇଁ ଜଣଙ୍କୁ ମଧ୍ୟ ଦୋଷୀ କହିପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଧୋକା ଦେଉଛି ବୋଲି।

ପ୍ରତି କଥାରେ ମିଛି କହିବା

ଯଦି ଆପଣଙ୍କ ସ୍ୱାମୀ ପ୍ରତି କଥାରେ ମିଛି କହୁଥାନ୍ତି ଅବା କିଛି ଲୁଚାଉଥାନ୍ତି, ତେବେ ଆପଣଙ୍କୁ ବୁଝିଯିବା ଉଚିତ୍‌ଯେ ଆପଣଙ୍କ ସ୍ୱାମୀ  ଆପଣଙ୍କୁ ଧୋକା ଦେଉଛନ୍ତି।

ଫୋନ୍‌ ସର୍ବଦା ବ୍ୟସ୍ତ ଦେଖାଇବା

ସ୍ୱାମୀଙ୍କ ଫୋନ୍‌ ସର୍ବଦା ବ୍ୟସ୍ତ ଦେଖାଉଥିଲେ ଓ ଏହି ବିଷୟରେ ପଚାରିଲେ ଅଫିସ୍‌ କିମ୍ୱା ସାଙ୍ଗ ମାନଙ୍କ ବାହାନା କରୁଥିଲେ ଖାସ୍‌କରି ରାତିରେ ଫୋନ୍‌ ବ୍ୟସ୍ତ ରହିଲେ ସଚେତନ ହୋଇଯାଆନ୍ତୁ।

ଆପଣଙ୍କ ପ୍ରତି ଅବା ଘର ପ୍ରତି ରୁଚି ନ ଦେଖାଇବା

ସ୍ୱାମୀ ପୂର୍ବ ଭଳି ଆପଣଙ୍କ ଉପରେ ତଥା ଘର କାମ ପ୍ରତି ରୁଚି ନଦେଖାଇଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ଏଥିପାଇଁ ନିଜ ସ୍ୱାମୀଙ୍କ ସହ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ତା’ହେଲେ କଥା ବିଗିଡିବା ପୂର୍ବରୁ ସମ୍ଭାଳିହେବ।

କଟୁ କଥା କହୁଥିଲେ

ଆପଣଙ୍କ ସ୍ୱାମୀ ଆପଣଙ୍କୁ କଥା କଥାରେ ଅପମାନ କରୁଥିଲେ, ନିଜ ସାଙ୍ଗମାନଙ୍କ ସାମ୍ନାରେ ଆପଣଙ୍କୁ ସମ୍ମାନ ହାନି ହେବା ଭଳି କଥା କହୁଥିଲେ ଏହାର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ଅପମାନ କରିବା ଅଧିକାର କାହାର ନାହିଁ। ଆପଣଙ୍କ ସ୍ୱାମୀର ବି ନୁହେଁ।

ଖରାପ ଅଭ୍ୟାସ

ସ୍ୱାମୀର ଅଭ୍ୟାସ ବଦଳିବାକୁ ଲାଗିଲେ ଅର୍ଥାତ ମଦ, ସିଗାରେଟ ଆଦି ସେବନ ଆରମ୍ଭ କଲେ ଏବଂ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ ଅବଶ୍ୟ ଏହାକୁ ଗୁରୁତ୍ୱ ସହିତ ନିଅନ୍ତୁ।

 

 

Related story