ଦେହ ନୁହେଁ ମନର ମିଳନରେ ପ୍ରେମ ହୁଏ ସାର୍ଥକ, ଜାଣନ୍ତୁ କିଛି ଟିପ୍ସ

ପ୍ରେମ ଦୈହିକ ସୁଖ ନୁହେଁ। ଦେହର ସୁଖରେ ପ୍ରେମର ପରିସୀମା ସୀମିତ ହୋଇ ରହି ନ ଥାଏ। ପ୍ରେମ ଦୁଇ ହୃଦୟର ମିଳନ। ଦୁଇଟି ମନ ଗୋଟିଏ ହେଲେ ହୋଇଥାଏ ପ୍ରେମ। ଏହା ହେଉଛି ଶାସ୍ୱତ। ମାତ୍ର ଏହାକୁ ଦୈହିକ ସେକ୍ସ ଭିତରେ ସୀମିତ କରି ରଖାଯାଇ ନ ପାରେ। ପ୍ରେମ ସମ୍ପର୍କକୁ ମଧୁମୟ କରିବା ପାଇଁ ହେଲେ ଅନେକ କିଛି ଉପାୟ ରହିଛି। ଯାହାକୁ ଅତି ସହଜରେ ଅପଣେଇ ହେବ। ଏ ସମ୍ପର୍କରେ ପ୍ରେମୀ ଯୁଗଳମାନେ […]

love

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 11:33 AM IST

ପ୍ରେମ ଦୈହିକ ସୁଖ ନୁହେଁ। ଦେହର ସୁଖରେ ପ୍ରେମର ପରିସୀମା ସୀମିତ ହୋଇ ରହି ନ ଥାଏ। ପ୍ରେମ ଦୁଇ ହୃଦୟର ମିଳନ। ଦୁଇଟି ମନ ଗୋଟିଏ ହେଲେ ହୋଇଥାଏ ପ୍ରେମ। ଏହା ହେଉଛି ଶାସ୍ୱତ। ମାତ୍ର ଏହାକୁ ଦୈହିକ ସେକ୍ସ ଭିତରେ ସୀମିତ କରି ରଖାଯାଇ ନ ପାରେ। ପ୍ରେମ ସମ୍ପର୍କକୁ ମଧୁମୟ କରିବା ପାଇଁ ହେଲେ ଅନେକ କିଛି ଉପାୟ ରହିଛି। ଯାହାକୁ ଅତି ସହଜରେ ଅପଣେଇ ହେବ। ଏ ସମ୍ପର୍କରେ ପ୍ରେମୀ ଯୁଗଳମାନେ ଜାଣିବା ଜରୁରୀ। ଏହାକୁ ବାସ୍ତବ ଜୀବନରେ ପ୍ରୟୋଗ କଲେ ନିଶ୍ଚିତ ସଫଳତା ପାଇପାରିବେ। ଆଉ ଆପଣଙ୍କ ପ୍ରେମ ସମ୍ପର୍କ ସୁଖମୟ ହେବ।

ରୋମାଣ୍ଟିକ ଡିନର

ଜୀବନକୁ ମଧୁମୟ କରିବାରେ କ୍ୟାଣ୍ଡେଲ ଲାଇଟ୍‌ ଡିନର ବଡ଼ ଭୂମିକା ରହିଛି। ତେଣୁ ଏହାକୁ କୌଣସି ପ୍ରେମୀ ଯୁଗଳ ହାତ ଛଡ଼ା କରିବାକୁ ଚାହାଁନ୍ତି ନାହିଁ। ରୋଷିଥିବା ଜୀବନସାଥୀଙ୍କ ପାଇଁ ରେସ୍ତୋରେଣ୍ଟର କର୍ଣ୍ଣର ଟେବୁଲ୍‌କୁ ବୁକିଂ କରିଥାଆନ୍ତି। ସମୟ ପାଇଲେ ସାଥୀଙ୍କୁ ନେଇ କ୍ୟାଣ୍ଡଲ ଲାଇଟ୍‌ ଡିନର କରିଥାଆନ୍ତି। ଏହା କଲେ ପ୍ରେମ ସମ୍ପର୍କ ମଧୁମୟ ହୋଇଥାଏ।

ସଙ୍ଗୀତ

ଜୀବନରେ ସଙ୍ଗୀତର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ସଙ୍ଗୀତ ବିନା ଜୀବନ ଅଧୁରା। ଜୀବନକୁ ସଙ୍ଗୀତ ମଧୁର କରିଥାଏ। ଶରୀର ମଧ୍ୟକୁ ଏହା ଏକ ଶକ୍ତି ଦେଇଥାଏ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ତେଣୁ ସବୁବେଳେ ମଧୁର ସଙ୍ଗୀତ ଶୁଣନ୍ତୁ। ଏମିତି କଲେ ଜୀବନ ପ୍ରେମମୟ ହେବ। ଜୀବନରୁ ସବୁ ଦୁଃଖ ଦୂର ହୋଇଯିବ।

ଜହ୍ନ ରାତି

ଜହ୍ନ ରାତିରେ ସମୟ ଅତିବାହିତ କରନ୍ତୁ। ପରସ୍ପରର ହାତ ଧରି ଚାଲନ୍ତୁ । ଯଦି ଫାଙ୍କା ଓ ନିରାପଦ ସ୍ଥାନ ପାଉଛନ୍ତି, ତା’ହାହେଲେ ଉଭୟ ବସି ଧ୍ୟାନ କରନ୍ତୁ। ଏହାକୁ ଆପଣଙ୍କ ଜୀବନଙ୍କୁ ରଙ୍ଗିନ ଓ ସୁଖମୟ କରିଥାଏ। ତେବେ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ।

ଡ୍ୟାନ୍ସ କ୍ଲାସ୍‌

ସଙ୍ଗୀତ ପରି ନାଚ ମଧ୍ୟ ପ୍ରେମୀ ଯୁଗଳଙ୍କ ଭିତରେ ଥିବା ଦୂରତା କମାଇଥାଏ। ଜୀବନକୁ ରଙ୍ଗୀନ କରିଥାଏ। ଏଥିପାଇଁ ଆପଣ କୌଣସି ନୃତ୍ୟ କରିପାରିବେ । ଯାହାକୁ ଆପଣ ଓ ଆପଣଙ୍କ ଜୀବନ ସାଥୀ ଅତି ସହଜରେ ଗ୍ରହଣ କରିପାରିବେ।

ବଣଭୋଜି

ଜୀବନ ସାଥୀ ଗୃହିଣୀ ବା ଚାକିରି ଥାଆନ୍ତୁ। ସେମାନେ ସବୁବେଳେ ସାଥୀଙ୍କ ସହିତ ଜୀବନ ଅତିବାହିତ କରିବାକୁ ଚାହୁଁଥିବେ। ମାତ୍ର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହି ସୁଯୋଗ ମିଳେନି। ତେଣୁ ପିକ୍‌ନିକ (ବଣଭୋଜି) କରିବାକୁ ଯାହାଆନ୍ତୁ। ଚେଷ୍ଟା କରନ୍ତୁ ଏକୁଟିଆ ସମୟ ବିତାଇବାକୁ।

 ଲଙ୍ଗ ଡ୍ରାଇଭ୍‌

ସହରୀ ଜୀବନରେ ସାଥୀଙ୍କ ସହିତ ଆପଣ ଲଙ୍ଗ ଡ୍ରାଇଭ୍‌ (ଲମ୍ୱା ଯାତ୍ରା)ରେ ଯାଇଛନ୍ତି। ଏହାକୁ ଜାରି ରଖନ୍ତୁ। ଏହାଦ୍ୱାରା ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ଥିବା ଦୂରତା ଦୂର ହେବ। ସମ୍ପର୍କ ମଧୁମୟ ହେବ।

ପ୍ରେମ ଚିଠି

ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆ ବହୁ ଆଗକୁ ଗଲାଣି। ଜନ୍ମ ଦିନ ବା ବିବାହ ବାର୍ଷିକ ଅଭିନନ୍ଦନ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଦେଉଛନ୍ତି। କିନ୍ତୁ ପ୍ରକୃତ ପ୍ରେମ ଚିଠିରେ ଥାଏ। ତେଣୁ ସେହି ଚିଠି ମନେ ପକାନ୍ତୁ। ଯେଉଁ ଚିଠି ଆପଣ କେବେନା କେବେ ଆପଣଙ୍କ ପ୍ରେମିକା ଦେଇଥିବେ। ସୋସିଆଲ୍‌ ମିଡ଼ିଆ ଜାମାନାରେ ଚିଠି ଲେଖିବେ ଆପଣଙ୍କ ପ୍ରେମର ସମ୍ପର୍କ ସୁଦୃଢ଼ ହେବ।

 

ଆପଣଙ୍କ ପାଖରେ ଡିଭିଡି ପ୍ଲେୟର ଅଛି। ଇଣ୍ଟରନେଟ୍‌ ରହିଛି। ତାହାହେଲେ ମନ ପସନ୍ଦର ଫିଲ୍ମ ଏକାଠି ବସି ଦେଖନ୍ତୁ। ଚାହିଁଲେ ପପ୍‌କନ୍‌ ଓ ଅନ୍ୟାନ୍ୟ ଜୀନିଷ ପ୍ରସ୍ତୁତ କରି ଖାଆନ୍ତୁ। ଏହା ଦ୍ୱାରା ସମ୍ପର୍କ ବଢ଼ିଥାଏ। ସମ୍ପର୍କରେ ଭଟ୍ଟା ଥିଲେ ଦୂର ହୋଇଥାଏ।

[caption id="attachment_231452" align="aligncenter" width="918"] tour bus traveling down a major highway[/caption]

ବସ୍‌ରେ ଯାତ୍ରା

ବସ୍‌ରେ ଯାତ୍ରା କରିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସତ କଥା। ଯଞ୍ଜାଳମୟ ଜୀବନରୁ ଫୁରସତ ପାଇଲେ ବସ୍‌ରେ ଯାତ୍ରା କରନ୍ତୁ। ଚେଷ୍ଟା କରନ୍ତୁ ସାଥୀରେ ବସିବା ପାଇଁ। ବସ୍‌ ସିଟ୍‌ରେ ବସିବା ବେଳେ ପରସ୍ପର ହାତ ଧରି ବସନ୍ତୁ। ଏହାଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

Related story