Advertisment

ଘରେ ପ୍ରସ୍ତୁତ କରନ୍ତୁ ମସଲା ଦୋଷା

ଆବଶ୍ୟକ ସାମଗ୍ରୀ: ବିରି, ଚାଉଳ, ସିଝା ଆଳୁ, କଟା ପିଆଜ, ସୋରିଷ, ଜିରା, ଭିଜା ଚଣା ଡାଲି, ମୁଗ ଡାଲି, ହେଙ୍ଗୁ, ଭୃସୁଙ୍ଗ  ପତ୍ର, କଞ୍ଚା ଲଙ୍କା, କାଜୁ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବାଟି ଦିଅନ୍ତୁ। ତା’ପରେ ମସଲା ପାଇଁ ଆଳୁକୁ ସିଝାଇ ତାକୁ ଚକଟି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ମସଲା ଦୋଷା

dosa

ଆବଶ୍ୟକ ସାମଗ୍ରୀ: ବିରି, ଚାଉଳ, ସିଝା ଆଳୁ, କଟା ପିଆଜ, ସୋରିଷ, ଜିରା, ଭିଜା ଚଣା ଡାଲି, ମୁଗ ଡାଲି, ହେଙ୍ଗୁ, ଭୃସୁଙ୍ଗ  ପତ୍ର, କଞ୍ଚା ଲଙ୍କା, କାଜୁ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବାଟି ଦିଅନ୍ତୁ। ତା’ପରେ ମସଲା ପାଇଁ ଆଳୁକୁ ସିଝାଇ ତାକୁ ଚକଟି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ସୋରିଷ ପକାନ୍ତୁ। ସୋରିଷ ଫୁଟିଯିବା ପରେ ସେଥିରେ ହେଙ୍ଗୁ, ଚଣା ଡାଲି, ମୁଗ ଡାଲି ଓ ଜିରା ପକାନ୍ତୁ।  ତାକୁ ଟିକେ ଭାଜି ଦିଅନ୍ତୁ। ତା’ପରେ ସେଥିରେ ଭୃସଙ୍ଗ  ପତ୍ର, କଞ୍ଚା ଲଙ୍କା  ଓ କାଜୁ ଭାଙ୍ଗିକି ପକାନ୍ତୁ। ଏହାକୁ ଭଲରେ ଭାଜିଦେଇ ସେଥିରେ କଟାଯାଇଥିବା ପିଆଜ ପକାନ୍ତୁ।  ପିଆଜ ହାଲୁକା ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ହଳଦୀ ଓ ଲୁଣ ପକାନ୍ତୁ। ତାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ଯଦି ଆପଣଙ୍କୁ ଶୁଖିଲା ମସଲା ଦରକାର ତେବେ ପାଣି ଦେବେ ନାହିଁ। ମସଲାକୁ ଅଳ୍ପ ସମୟ ସିଝିବାକୁ ଦିଅନ୍ତୁ। ତା’ପରେ ସେଥିରେ ଚକଟା ଆଳୁ ପକାନ୍ତୁ।  ମସଲା ସହ ଆଳୁକୁ ଭଲ ଭାବେ ମିସାଇ ଦିଅନ୍ତୁ। ମସଲା ଅଳ୍ପ ଗାଢ୍‌ ରଙ୍ଗ ହୋଇଯିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା। ତେବେ ଚାଲନ୍ତୁ ଦୋଷା ପ୍ରସ୍ତୁତ କରିବା।

ମସଲା ପ୍ରସ୍ତୁତ ହୋଇଯିବା ପରେ ଏକ ତାୱାରେ ଅଳ୍ପ ତେଲ ଦେଇ ଗରମ କରନ୍ତୁ। ବଟାଯାଇଥିବା ପିଠୋଉକୁ ପତଳା ଆକାରରେ ଦିଅନ୍ତୁ। ତଳ ଯେପରି ଲାଗି ନଯାଏ ସେଥିପାଇଁ ଚାରିଆଡ଼ୁ ଅଳ୍ପ ତେଲ ଦିଅନ୍ତୁ। ପିଠା ଅଳ୍ପ ହାଲୁକା ମାଟିଆ ହୋଇଯିବା ପରେ ସେଥିରେ ପ୍ରସ୍ତୁତ ହୋଇଥିବା ମସଲା ଆଳୁକୁ ଦେଇ ପିଠାକୁ ଗୋଟିଏ ପଟୁ ମୋଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଦୋଷା। ଦୋଷାକୁ ସାମ୍ବର ଓ ନଡ଼ିଆ ଚଟଣି ସହ ଖାଆନ୍ତୁ ତାର ସ୍ୱାଦ ଦ୍ୱିଗୁଣା ହୋଇଯିବ।

Advertisment