ଆପଣଙ୍କ ପିଲାର ଶରୀର ଅସ୍ୱାଭାବିକ୍‌ ଭାବେ ବୃଦ୍ଧି ପାଉଛି କି ? କ’ଣ କରିବେ, ପଢନ୍ତୁ କିଛି ଉପାୟ

ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଓଜନ କମାଇବାକୁ ସବୁଠି ଚାଲିଛି ପ୍ରତିଯୋଗୀତା। କେବଳ ବଡ଼ ନୁହେଁ ଛୋଟ ପିଲାମାନେ ବି ଏହି ମୋଟାପଣରେ ଶିକାର ହେଉଛନ୍ତି। ମୋଟାପଣ ପାଇଁ ପିଲାମାନଙ୍କୁ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କ ପିଲାର ଶରୀର ଅସ୍ୱାଭାବାବିକ୍‌ ଭାବେ ବୃଦ୍ଧି ପାଉଚି ତେବେ ଚିନ୍ତା କରନ୍ତୁ ନାହିଁ। ଏହାର ନିରାକରଣ ପାଇଁ ଏହି ସବୁ  ଟିପ୍ସ୍ ଉପରେ ଧ୍ୟାନ ଦିଅନ୍ତୁ। ୧.ପିଲାଙ୍କୁ ଖେଳିବା , ଦୌଡ଼ିବା ସଙ୍ଗେ […]

baby-1

baby-1

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 04:52 PM IST

Sports

Latest News

ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଓଜନ କମାଇବାକୁ ସବୁଠି ଚାଲିଛି ପ୍ରତିଯୋଗୀତା। କେବଳ ବଡ଼ ନୁହେଁ ଛୋଟ ପିଲାମାନେ ବି ଏହି ମୋଟାପଣରେ ଶିକାର ହେଉଛନ୍ତି। ମୋଟାପଣ ପାଇଁ ପିଲାମାନଙ୍କୁ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କ ପିଲାର ଶରୀର ଅସ୍ୱାଭାବାବିକ୍‌ ଭାବେ ବୃଦ୍ଧି ପାଉଚି ତେବେ ଚିନ୍ତା କରନ୍ତୁ ନାହିଁ। ଏହାର ନିରାକରଣ ପାଇଁ ଏହି ସବୁ  ଟିପ୍ସ୍ ଉପରେ ଧ୍ୟାନ ଦିଅନ୍ତୁ।

୧.ପିଲାଙ୍କୁ ଖେଳିବା , ଦୌଡ଼ିବା ସଙ୍ଗେ ସଙ୍ଗେ ସୁଇମିଂ ପାଇଁ ମଧ୍ୟ ପଠାନ୍ତୁ। ପାଠପଢାରେ ଅଧିକ ଚାପ ପକାନ୍ତୁ ନାହିଁ । କାରଣ ସବୁ ସମୟରେ ଗୋଟିଏ ସ୍ଥାନରେ ବସି ରହିଲେ ମୋଟାପଣ ବୃଦ୍ଧି ପାଇଥାଏ । ସେଥିପାଇଁ ପିଲାମାନଙ୍କୁ ସର୍ବଦା ଚଲାବୁଲା କରିବାକୁ  ଉତ୍ସାହିତ କରନ୍ତୁ ।

୨. ନିଜ ପିଲାର ଖାଇବା ଉପରେ ଧ୍ୟାନ ଦିଅନ୍ତୁ । ଜଣେ ପିଲା ଦିନକୁ ୧୮୦୦ ରୁ ୨୨୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

୩. ପିଲାମାନଙ୍କୁ ସବୁବେଳେ ଘରେ ରନ୍ଧା ହୋଇଥିବା ଖାଦ୍ୟ ଦିଅନ୍ତୁ । ଭୋକ ଲାଗିଲେ ଫ୍ରାଏଡ୍ ସ୍ନାକ୍ସ୍ ଜାଗାରେ ଫଳ, ‍କ୍ଷୀର ଓ ଦହି ଆଦି ପୁଷ୍ଠିକର ଖାଦ୍ୟ ଦିଅନ୍ତୁ । ସେମାନଙ୍କ ନିୟମିତ ଖାଦ୍ୟାଭ୍ୟାସରେ ପ୍ରୋଟିନ୍, ମିନେରାଲ ଓ ଭିଟାମିନ୍‌ଯୁକ୍ତ ଖାଦ୍ୟ ରହିବା ଜରୁରୀ।

୪. ପ୍ୟାକେଟ ଫୁଡ୍ ଆପଣଙ୍କ ପିଲାଙ୍କ ପାଇଁ ହାନିକାରକ ହୋଇପାରେ । ଏହାସହ ଅଳ୍ପ କ୍ୟାଲୋରୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅନୁଚିତ୍ । କାରଣ ଏଥିରେ ଅନେକ ହାନିକାରକ ତତ୍ତ୍ୱ ଥାଏ ।

୫. ପିଲାମାନଙ୍କୁ  ଶୋଷ ଲାଗିଲେ ଜୁସ୍ କିମ୍ବା କୋଲା ଜାଗାରେ ପାଣି ପିଇବାକୁ ଦିଅନ୍ତୁ ।

୬. ପିଲାମାନଙ୍କୁ ମିଠା ଖାଇବା ସମ୍ପୁର୍ଣ ଭାବେ ବନ୍ଦ ନ କରି ସେମାନଙ୍କୁ ସପ୍ତାହକୁ ଥରେ କିମ୍ବା ଦୁଇଥର ମିଠା ଖାଇବାକୁ ଦିଅନ୍ତୁ ।

୭.ଯଦି ପିଲା ଡାଏଟିଂ କରୁଛନ୍ତି ତେବେ ଆପଣ ମଧ୍ୟ ତାଙ୍କ ସହିତ ରୁହନ୍ତୁ ।  ସଠିକ୍‌ ମାର୍ଗରେ ଗାଇଡ୍‌ କଲେ ସେମାନଙ୍କ ଶାରିରୀକ ଅବସ୍ଥାରେ  ସୁଧାର ଆସିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos