ସାବଧାନ! ନଚେତ୍ ଆପଣ ବି ବିପଦରେ ପଡିପାରନ୍ତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଏବେ ମାରାତ୍ମକ ରୋଗଟିଏ ଭାରତର କୋଣ ଅନୁକୋଣରେ ବ୍ୟାପିବାକୁ ଲାଗିଛି। ଝାମ୍ପି ନେଉଛି ଜୀବନ। ଆଉ ଏଥର ଏହି ମାରାତ୍ମକ ରୋଗର ବାହାକ ସାଜିଛି ବାଦୁଡ଼ି। ସାଥିରେ ନେଇ ଆସୁଛି ନିପା। ଏହା ଏକ ମାରାତ୍ମକ ରୋଗ। ଏଥିରୁ ବର୍ତ୍ତିବା ପାଇଁ ସଚେତନତା ହିଁ ଲୋଡ଼ା। ତା ହେଲେ ଆସନ୍ତୁ ଜାଣିବା, କେମିତି ଓ କାହିଁକି ବ୍ୟପିଥାଏ ଏହି ରୋଗ। ସାଧାରଣତଃ ଗଛରେ ଥିବା ଫଳ ମୂଳ ଓ ପତ୍ର ସମୁହକୁ ବେଳେବେଳେ ବାଦୁଡି […]

nipa copy

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 08:09 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଏବେ ମାରାତ୍ମକ ରୋଗଟିଏ ଭାରତର କୋଣ ଅନୁକୋଣରେ ବ୍ୟାପିବାକୁ ଲାଗିଛି। ଝାମ୍ପି ନେଉଛି ଜୀବନ। ଆଉ ଏଥର ଏହି ମାରାତ୍ମକ ରୋଗର ବାହାକ ସାଜିଛି ବାଦୁଡ଼ି। ସାଥିରେ ନେଇ ଆସୁଛି ନିପା। ଏହା ଏକ ମାରାତ୍ମକ ରୋଗ। ଏଥିରୁ ବର୍ତ୍ତିବା ପାଇଁ ସଚେତନତା ହିଁ ଲୋଡ଼ା। ତା ହେଲେ ଆସନ୍ତୁ ଜାଣିବା, କେମିତି ଓ କାହିଁକି ବ୍ୟପିଥାଏ ଏହି ରୋଗ।

ସାଧାରଣତଃ ଗଛରେ ଥିବା ଫଳ ମୂଳ ଓ ପତ୍ର ସମୁହକୁ ବେଳେବେଳେ ବାଦୁଡି ଖାଇ ଅଇଁଠା କରିଥାଏ। କିଛି ଲୋକେ ଏହି ବାଦୁଡି ଖାଇଥିବା ଫଳକୁ ଧୋଇଧାଇ ଖାଇଦିଅନ୍ତି।  ଏପରି ଆଦୌ କରନ୍ତୁ ନାହିଁ। କାରଣ ଏହି ଫଳ ଖାଇଥିବା ବାଦୁଡି ଯଦି ନିପା ସଙ୍କ୍ରମିତ ହୋଇଥାଏ ତା ହେଲେ କଥା ସରିଲା ଆଉ ଆପଣ ବି ଶିଧାଶଳଖ ଏହି ରୋଗରେ ପଡିପାରନ୍ତି। ଖାଲି ବାଦୁଡି ନୁହେଁ ଘୁଷୁରୀ ମଧ୍ୟ ଏହି ରୋଗର ବାହାକ। ଏଣୁ ଫଳ ଗଛରୁ ତୋଳି ଖାଇବା ଆଗରୁ ଭଲକରି ପରଖି ନିଅନ୍ତୁ।

କ’ଣ ଦେଖାଯାଏ ଲକ୍ଷଣ

ଏହି ରୋଗ ହେଲେ ଜ୍ୱର, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ କଷ୍ଟ, ମାନସିକ ଅବସାଦ, କୋମା ଅବସ୍ଥା ଦେଖା ଦେଇଥିଏ। ଏପରିକି ଅସ୍ୱାଭାବିକ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଛି। ନିପା ଭାଇରସ ସଂକ୍ରମଣ ହେବା ପରେ ୫ରୁ ୧୪ ଦିନ ମଧ୍ୟରେ ଏହାର ପ୍ରଭାବରେ ଅସୁସ୍ଥତା ଆରମ୍ଭ ହୋଇଯାଏ।

ଏ ପର୍ଯ୍ୟନ୍ତ ଏହି ରୋଗରେ କୌଣସି ପ୍ରତିଶେଧକ ଟିକା ବାହାରି ନାହିଁ। ଏଣୁ ଯଥାସମ୍ଭବ ସଚେତନତା ହିଁ ଏହାର ନିରାକରଣ ବୋଲି ଡାକ୍ତରମାନେ କହୁଛନ୍ତି।

Related story