କେମିତି ଘିମିରି ସମସ୍ୟାରୁ ପାଇବେ ମୁକ୍ତି, ଜାଣନ୍ତୁ କିଛି ସହଜ ଉପାୟ

ଖରାଦିନରେ ପ୍ରାୟ ଲୋକଙ୍କର ସବୁଠୁ ବଡ଼ ସମସ୍ୟା ଥାଏ ଘିମିରି। ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ। ଏହା ବାହାରିବାର ଅନେକ କାରଣ ରହିଛି, ଯଥା ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଦେବା, ରକ୍ତ ବିଶୁଦ୍ଧ ନ ରହିବା, ଖାଦ୍ୟ ସନ୍ତୁଳନ ଠିକ୍‌ ନ ରହିବା, କୌଣସି କାରଣରୁ ଆଲର୍ଜି ହେବା ଇତ୍ୟାଦି। ତେବେ ଖରାଦିନେ ଘିମିରି ହେବା ତ’ ସ୍ୱାଭାବିକ କଥା। କିନ୍ତୁ ଏହା ଖୁବ୍ ଯନ୍ତ୍ରଣା […]

helth image

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 10:23 PM IST

ଖରାଦିନରେ ପ୍ରାୟ ଲୋକଙ୍କର ସବୁଠୁ ବଡ଼ ସମସ୍ୟା ଥାଏ ଘିମିରି। ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ। ଏହା ବାହାରିବାର ଅନେକ କାରଣ ରହିଛି, ଯଥା ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଦେବା, ରକ୍ତ ବିଶୁଦ୍ଧ ନ ରହିବା, ଖାଦ୍ୟ ସନ୍ତୁଳନ ଠିକ୍‌ ନ ରହିବା, କୌଣସି କାରଣରୁ ଆଲର୍ଜି ହେବା ଇତ୍ୟାଦି। ତେବେ ଖରାଦିନେ ଘିମିରି ହେବା ତ’ ସ୍ୱାଭାବିକ କଥା। କିନ୍ତୁ ଏହା ଖୁବ୍ ଯନ୍ତ୍ରଣା ଦେଇଥାଏ। ତେଣୁ ଏଥିରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା କିଛି ସଜହ ଉପାୟ।

୧- ଫ୍ରିଜ୍‌ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ।

୨- ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ।

୩- ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ।

୪-ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ ।

୫- ଏକ ଚାମଚ ନଡ଼ିଆ ତେଲରେ କର୍ପୁର ମିଶାନ୍ତୁ। ଏହାକୁ ଘିମିରି ଉପରେ ଲଗାନ୍ତୁ। ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଉପଶମ ମିଳିବ।

୬- ଅଧ ଚାମଚ ଚନ୍ଦନ ପାଉଡ଼ରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ। ଏହାକୁ ଘିମରି ଉପରେ ଲଗାନ୍ତୁ।

୬- ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ। ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏପରି ଦିନକୁ ୩ ଥର କରନ୍ତୁ। ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହୋଇପାରିବ।

 

Related story