ଆପଣଙ୍କ ଶରୀରରୁ ନିର୍ଗତ ଝାଳ ଅଧିକ ଦୁର୍ଗନ୍ଧମୟ କି ? ଜାଣନ୍ତୁ ଏହାର ପ୍ରତିକାର ବ୍ୟବସ୍ଥା

ଖରା ଦିନେ ଅଧିକ ଗୁଳଗୁଳି ଯୋଗୁଁ ଦେହରୁ ଝାଳ ବାହାରିଥାଏ। ତେବେ କିଛି ଲୋକଙ୍କର ଅଧିକ ଝାଳ ବାହାରିଥାଏ। ଏହା ଜନିତ ଦୁର୍ଗନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକି ଥାନ୍ତି। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଏଥିପାଇଁ ଡାକ୍ତରଙ୍କ ମଧ୍ୟ ପରାମର୍ଶ ନେଇଥାଉ। ଯଦି ଆପଣ ଏସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହାହେଲେ ନିମ୍ନ ପ୍ରଦତ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କ୍ଷୀର ଖରାଦିନରେ  କ୍ଷୀର ପିଅନ୍ତୁ ନାହିଁ। ଏଥିରେ କୋଲିନ୍‌ […]

parineeti-for-yrf-408-copy-copy381737

parineeti-for-yrf-408-copy-copy381737

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 08:05 PM IST

Sports

Latest News

ଖରା ଦିନେ ଅଧିକ ଗୁଳଗୁଳି ଯୋଗୁଁ ଦେହରୁ ଝାଳ ବାହାରିଥାଏ। ତେବେ କିଛି ଲୋକଙ୍କର ଅଧିକ ଝାଳ ବାହାରିଥାଏ। ଏହା ଜନିତ ଦୁର୍ଗନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକି ଥାନ୍ତି। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଏଥିପାଇଁ ଡାକ୍ତରଙ୍କ ମଧ୍ୟ ପରାମର୍ଶ ନେଇଥାଉ। ଯଦି ଆପଣ ଏସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହାହେଲେ ନିମ୍ନ ପ୍ରଦତ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

କ୍ଷୀର

ଖରାଦିନରେ  କ୍ଷୀର ପିଅନ୍ତୁ ନାହିଁ। ଏଥିରେ କୋଲିନ୍‌ ଥାଏ। ଯାହାଫଳରେ ଝାଳରୁ ଅଧିକ ଦୁର୍ଗନ୍ଧ ବାହାରିଥାଏ।  ଏହା ବଦଳରେ ଦହି ଖାଇବା ଉଚିତ।

ମଦ

ଖରା ଦିନରେ ମଦ ପିଅନ୍ତୁ ନାହିଁ। ମଦ୍ୟପାନ ଦ୍ୱାରା  ଝାଳରୁ  ଅଧିକ ଦୁର୍ଗନ୍ଧ ବାହାରିଥାଏ। ଏହି ସମୟରେ ଲେମ୍ବୁ ପାଣି ପିଇବା ଉଚିତ।

କଫି

କଫି ପିଇବାକୁ ଅନେକ ଲୋକ ପସନ୍ଦ କରନ୍ତି। କିନ୍ତୁ ଖରା ଦିନରେ  ଅଧିକ ପିଇବା ଉଚିତ ନୁହେଁ। ଏହା ଦ୍ୱାରା ଝାଳରୁ ଦୁର୍ଗନ୍ଧ ବାହାରିଥାଏ। ଏହା ବଦଳରେ ଗ୍ରୀନ ଟି  ପିଇବା ଉଚିତ।

ବନ୍ଧାକୋବି

କୋବିରେ କୋଲିନ୍‌ ଓ ଭିଟାମିନ୍‌ ଇ ରହିଥାଏ। ଏହା ଖାଇବା ଦ୍ୱାରା ମଧ୍ୟ ଶରୀରରେ ଉପରୋକ୍ତ ସମସ୍ୟା ଉପୁଜିଥାଏ। ତେଣୁ ଅଧିକ ସେଓ ଖାଇବା ଉଚିତ।

 ପିଆଜ ରସୁଣ

ଖରାଦିନରେ ପିଆଜ ଓ ରସୁଣ କମ୍‌ ଖାଇବା ଉଚିତ। ଖରାଦିନେ ଏହାକୁ ଅଧିକ ଖାଇଲେ ଝାଳରୁ ଦୁର୍ଗନ୍ଧ ବାହାରିଥାଏ। ପିଆଜ ଓ ରସୁଣ ବଦଳରେ  ଡାଲଚିନ ଓ ଅଳେଇଚ ଖାଇବା ଉଚିତ।

 ବୋଇତି କଖାରୁ

ବୋଇତି କଖାରୁରେ କୋଲିନ୍‌ ଅଧିକ ରହିଥାଏ। ଖରାଦିନରେ  ଅଧିକ ବୋଇତି କଖାରୁ ଖାଇବା ଉଚିତ ନୁହେଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos