ପାଇକଙ୍କ ବୀରତ୍ୱକୁ ମନେ ପକାଇଲେ କେନ୍ଦ୍ର ସରକାର; ୧୬ ବୀରଙ୍କ ଦାୟଦଙ୍କୁ କରିବେ ସମ୍ମାନିତ

ଭୁବନେଶ୍ୱର: ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ଓଡ଼ିଆ ବୀର ପାଇକଙ୍କ ତ୍ୟାଗ ଓ ବଳିଦାନକୁ ରାଷ୍ଟ୍ରୀୟ ସ୍ୱୀକୃତି ଦେବା ପାଇଁ ବିଜେପି ଯୋଜନା କରିଛି। ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜଣ ସଂଗ୍ରାମୀଙ୍କ ଦାୟଦଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିବେ। ତେବେ ଚର୍ଚ୍ଚା ହେଉଛି ଓଡ଼ିଆ ଭାବାବେଗ ସହ ଜଡିତ ବୀର ସଂଗ୍ରାମୀଙ୍କ ଦାୟଦଙ୍କୁ ପ୍ରଥମ ଥର ପାଇଁ ସ୍ୱୀକୃତି ଦେଇ ଭୋଟ୍ ବ୍ୟାଙ୍କ ମଜବୁତ୍‌ କରିବାକୁ ଗୋଟି ଚଳାଇଛି କି ବିଜେପି? ବକ୍ସି ଜଗବନ୍ଧୁଙ୍କ […]

baxi jagabandhu

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 10:17 PM IST

ଭୁବନେଶ୍ୱର: ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ଓଡ଼ିଆ ବୀର ପାଇକଙ୍କ ତ୍ୟାଗ ଓ ବଳିଦାନକୁ ରାଷ୍ଟ୍ରୀୟ ସ୍ୱୀକୃତି ଦେବା ପାଇଁ ବିଜେପି ଯୋଜନା କରିଛି। ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜଣ ସଂଗ୍ରାମୀଙ୍କ ଦାୟଦଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିବେ। ତେବେ ଚର୍ଚ୍ଚା ହେଉଛି ଓଡ଼ିଆ ଭାବାବେଗ ସହ ଜଡିତ ବୀର ସଂଗ୍ରାମୀଙ୍କ ଦାୟଦଙ୍କୁ ପ୍ରଥମ ଥର ପାଇଁ ସ୍ୱୀକୃତି ଦେଇ ଭୋଟ୍ ବ୍ୟାଙ୍କ ମଜବୁତ୍‌ କରିବାକୁ ଗୋଟି ଚଳାଇଛି କି ବିଜେପି?

ବକ୍ସି ଜଗବନ୍ଧୁଙ୍କ ଦାୟଦ ହେଉଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ୧୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରୁ ମାନପତ୍ର ନେବେ ଲଳିତେନ୍ଦୁ। ଝିଆରୀ ଉପାସନାଙ୍କ ପାଖକୁ ମଧ୍ୟ ଆସିଛି ପତ୍ର। ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରି ବଳିଦାନ ଦେଇଥିବା ବକ୍ସି ଜଗବନ୍ଧୁଙ୍କ ଦାୟଦଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୋଲି ଦର୍ଶାଇଛନ୍ତି କେନ୍ଦ୍ର ସରକାର।

ଆଉ ଜଣେ ସଂଗ୍ରାମୀ ହେଉଛନ୍ତି ଖୋର୍ଦ୍ଧା ତାପଙ୍ଗଗଡ଼ର ସାମନ୍ତ ମାଧବଚନ୍ଦ୍ର ରାଉତରାୟଙ୍କ ଦାୟାଦ ବିଚିତ୍ରାନନ୍ଦ। ବିଚିତ୍ରାନନ୍ଦଙ୍କୁ ମଧ୍ୟ ସମ୍ମାନିତ କରିବେ ମୋଦି।

ପାଇକ ବିଦ୍ରୋହର ଆଉ ଜଣେ ଲଢ଼ୁଆ ବୀର ହେଉଛନ୍ତି ଲକ୍ଷ୍ମଣ ନାୟକ। ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁମ୍ମାର ଏହି ବୀର ଦାୟଦଙ୍କୁ ମନେ ପକାଇଛନ୍ତି ମୋଦି। ତାଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ଖୋର୍ଦ୍ଧାର ପିଣ୍ଡିକେ ବାହୁବଳେନ୍ଦ୍ର, ଖୋର୍ଦ୍ଧା ବାଣପୁରର ଦୀନବନ୍ଧୁ ସାମନ୍ତରାୟ ମହାପାତ୍ରଙ୍କ ଦାୟଦଙ୍କୁ ମଧ୍ୟ ରାଜଭବନ ଡାକିଛନ୍ତି କେନ୍ଦ୍ର ସରକାର। ଏହି ଓଡ଼ିଆ ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ରାଷ୍ଟ୍ରୀୟ ସ୍ୱୀକୃତି ଦେବା ପାଇଁ ବିଜେପି ଯୋଜନା କରିଛି।

ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ ଅବସରରେ ଏଥର କେନ୍ଦ୍ର ବଜେଟରେ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ବିଜେପି ମଧ୍ୟ ଏହାକୁ ଧୂମ୍‌ଧାମରେ ପାଳନ କରିଛି। ବକ୍ସି ଜଗବନ୍ଧୁଙ୍କ ଗାଁ ଗଡ଼ରୋଡ଼ଙ୍ଗରେ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା। ମୋଦି ମଧ୍ୟ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ପାଇକଙ୍କ ପ୍ରତି ଏ ଆବେଗ ଦେଖ ରାଜ୍ୟ ସରକାର ମଧ୍ୟ ପଛରେ ରହିବାକୁ ଚାଁହୁ ନାହାନ୍ତି। ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ପିଇବା ପାଣି ଯୋଜନା ପ୍ରକଳ୍ପ ଆରମ୍ଭ କରିଛନ୍ତି। ବକ୍ସି ଜଗବନ୍ଧଙ୍କ ନାଁରେ ଏକ ନୂଆ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

Related story