ଡେଙ୍ଗା ହେବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏସବୁ ଉପାୟ

ଡେଙ୍ଗା ହେବାକୁ ସମସ୍ତେ ଚାହିଁଥାନ୍ତି। ପୋଲିସ ଚାକିରି ହେଉ ଅବା ମଡେଲିଂ କ୍ଷେତ୍ରରେ କ୍ୟାରିଅର ପାଇଁ ଉଚ୍ଚତାକୁ ପ୍ରମୁଖ ମାପକାଠି ଭାବେ ଗ୍ରହଣ କରାଯାଏ।  ସମସ୍ତଙ୍କ ଉଚ୍ଚତା ସମାନ ହୋଇ ନ ଥାଏ। ଶରୀରର ଉଚ୍ଚତା ବଢାଇବାରେ ହ୍ୟୁମନ୍‌ ଗ୍ରୋଥ୍‌ ହର୍‌ମୋନ ଅର୍ଥାତ୍‌ ଏଚ୍‌ଜିଏଚ୍ ସାହାର୍ଯ୍ୟ କରେ। ସଠିକ ପୋଷଣ ଓ ନ୍ୟୁଟ୍ରିସନ୍‌ ଅଭାବରୁ ଶରୀରର ସଠିକ୍‌ ବିକାଶ ହୋଇପାରେ ନାହିଁ। କିନ୍ତୁ ଏପରି କୌଣସି ବୟସ ନାହିଁ ଯେଉଁ ବୟସରେ ଆପଣଙ୍କ ଉଚ୍ଚତା ଆଉ ବଢିପାରିବ […]

Vitamins-can-help-you-grow-taller

Rakesh Mallick
  • Published: Thursday, 24 May 2018
  • , Updated: 25 May 2018, 03:13 PM IST

ଡେଙ୍ଗା ହେବାକୁ ସମସ୍ତେ ଚାହିଁଥାନ୍ତି। ପୋଲିସ ଚାକିରି ହେଉ ଅବା ମଡେଲିଂ କ୍ଷେତ୍ରରେ କ୍ୟାରିଅର ପାଇଁ ଉଚ୍ଚତାକୁ ପ୍ରମୁଖ ମାପକାଠି ଭାବେ ଗ୍ରହଣ କରାଯାଏ।  ସମସ୍ତଙ୍କ ଉଚ୍ଚତା ସମାନ ହୋଇ ନ ଥାଏ। ଶରୀରର ଉଚ୍ଚତା ବଢାଇବାରେ ହ୍ୟୁମନ୍‌ ଗ୍ରୋଥ୍‌ ହର୍‌ମୋନ ଅର୍ଥାତ୍‌ ଏଚ୍‌ଜିଏଚ୍ ସାହାର୍ଯ୍ୟ କରେ। ସଠିକ ପୋଷଣ ଓ ନ୍ୟୁଟ୍ରିସନ୍‌ ଅଭାବରୁ ଶରୀରର ସଠିକ୍‌ ବିକାଶ ହୋଇପାରେ ନାହିଁ। କିନ୍ତୁ ଏପରି କୌଣସି ବୟସ ନାହିଁ ଯେଉଁ ବୟସରେ ଆପଣଙ୍କ ଉଚ୍ଚତା ଆଉ ବଢିପାରିବ ନାହିଁ। ଆପଣଙ୍କ ଉଚ୍ଚତା ନେଇ ଚିନ୍ତିତ କି? ତେବେ ଚିନ୍ତା କରନ୍ତୁ ନାହିଁ। ଏମିତି କିଛି ଉପାୟ ରହିଛି ଯାହାଦ୍ୱାରା ଉଚ୍ଚତା ବଢିପାରିବ। ଆସନ୍ତୁ ଜାଣିବା ସେ ସଂପର୍କରେ

କ୍ୟାଲସିୟମ୍‌ ଓ ମିନେରାଲ
କ୍ୟାଲ୍‌ସିୟମ୍‌ ହାଡକୁ ମଜଭୁତ ରଖେ। କ୍ଷୀର,ଲହୁଣି, ଦହି ଖାଆନ୍ତୁ। ଏହା ଉଚ୍ଚତା ବଢାଇବାରେ ସାହାଯ୍ୟ କରିବ। ସେହିପରି ପାଳଙ୍ଗ, ବିନ୍‌ସ୍‌, ବ୍ରୋକଲୀ, କଖାରୁ,ଡାଲି, ବାଦାମ୍‌ , ଗାଜର, ଡାଲିଜାତୀୟ ଖାଦ୍ୟରେ ମିନେରାଲ୍ ରହିଛି। ଏହା ମଧ୍ୟ ହାଡର ବିକାଶ ଏବଂ ରକ୍ତପ୍ରବାହ ସଠିକ୍‌ କରିବାରେ ସାହାଯ୍ୟ କରିବ। ଉଚ୍ଚତା ବଢାଇବା ପାଇଁ ନିଜ ଡାଏଟ୍‌ରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ।

ଭିଟାମିନ୍‌ ‘ଡି’
ମାଛ, ଡାଲି, ଅଣ୍ଡା, ସୋୟାବିନ୍‌, ଛତୁରେ ଭିଟାମିନ୍‌ ଡି ପ୍ରର୍ଯ୍ୟାପ୍ତ ପରିମାଣରେ ରହିଛି। ଏହି  ଖାଦ୍ୟ ହାଡ଼କୁ ଶକ୍ତ କରିବା ସହ ଉଚ୍ଚତା ବଢାଇବାରେ ସହାୟକ ହୁଏ।

ପ୍ରୋଟିନ୍‌
ପ୍ରୋଟିନ୍‌ ଜାତୀୟ ଖାଦ୍ୟ ସୁସ୍ଥ ରଖିବା ସହ ଉଚ୍ଚତା ବଢାଏ।ଏହା ଶରୀରର କୋଷକୁ ମରାମତି ମଧ୍ୟ କରିଥାଏ।  ମାଛ, କ୍ଷୀର, ମାଂସ ଉଚ୍ଚତା ବଢାଇବାରେ ସାହାଯ୍ୟ କରେ।

ସଠିକ୍‌ ମୁଦ୍ରା
ସଠିକ ଭାବେ ଠିଆହେବା ଓ ବସିବା ଆଦି କ୍ରିୟା ଉଚ୍ଚତାକୁ ପ୍ରଭାବିତ କରିଥାଏ। ଚାଲିବା ସମୟରେ ଅଣ୍ଟା ସିଧା ରଖନ୍ତୁ। ବ୍ୟାୟାମ କରିବା ଦ୍ୱାରା ଉଚ୍ଚତା ବଢିପାରିବ।

ସଠିକ୍‌ ନିଦ୍ରା
ଅନିଦ୍ରା ରୁହନ୍ତୁ ନାହିଁ।ସୁସ୍ଥ ନିଦ୍ରାପାଇଁ ସବୁବେଳେ ଚେଷ୍ଟା କରନ୍ତୁ।

ଆଲ୍‌କୋହଲରୁ ଦୂରେଇ ରୁହନ୍ତୁ
ମଦ ସିଗାରେଟ, ଡ୍ରଗ୍ସ ନେବା ଦ୍ୱାରା ଶରୀରର ବିକାଶ ସଠିକ ଭାବେ ହୋଇପାରି ନ ଥାଏ। ଏସବୁରୁ ଦୂରେଇ ରୁହନ୍ତୁ।

Related story