ଏହିସବୁ ଦେଶୀ ଫଳରେ ଅଛି ମଜଭୁତ ଦାନ୍ତ ଓ ମାଢ଼ିର ଔଷଧ

ସଫ। ଦାନ୍ତ ଏବଂ ମଜଭୁତ ମାଢି ହେଉଛି ସୁସ୍ଥ ଦାନ୍ତର ପରିଚୟ। ମାଢ଼ି ଦୁର୍ବଳ ହୋଇଗଲେ ଦାନ୍ତ ଦରଜ ହେବା ସହ ସମୟ ପୂର୍ବରୁ ଦାନ୍ତ ଭାଙ୍ଗିବା ପରି ସମସ୍ୟା ଦେଖାଯାଇଥାଏ। ଫଳରେ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ। ଦାନ୍ତକୁ ମଜଭୁତ ରଖିବା ପାଇଁ ଦୁଇ ବେଳା ଦାନ୍ତକୁ ବ୍ରସ୍ କରିବା ଯଥେଷ୍ଟ ନୁହେଁ ଏଥିପାଇଁ ବିଶେଷ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଦାନ୍ତ ଓ ମାଢି ମଜଭୁତ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 03:39 PM IST

ସଫ। ଦାନ୍ତ ଏବଂ ମଜଭୁତ ମାଢି ହେଉଛି ସୁସ୍ଥ ଦାନ୍ତର ପରିଚୟ। ମାଢ଼ି ଦୁର୍ବଳ ହୋଇଗଲେ ଦାନ୍ତ ଦରଜ ହେବା ସହ ସମୟ ପୂର୍ବରୁ ଦାନ୍ତ ଭାଙ୍ଗିବା ପରି ସମସ୍ୟା ଦେଖାଯାଇଥାଏ। ଫଳରେ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ। ଦାନ୍ତକୁ ମଜଭୁତ ରଖିବା ପାଇଁ ଦୁଇ ବେଳା ଦାନ୍ତକୁ ବ୍ରସ୍ କରିବା ଯଥେଷ୍ଟ ନୁହେଁ ଏଥିପାଇଁ ବିଶେଷ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଦାନ୍ତ ଓ ମାଢି ମଜଭୁତ ରହିଥାଏ।

ମୂଳା: ମୂଳାରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ନିୟମିତ ଏହାକୁ ସାଲାଡ ଭାବେ ଖାଇଲେ ଦାନ୍ତ ଓ ମାଢ଼ି ମଜଭୁତ ହୋଇଥାଏ।

ମେଥି: ମେଥିଦାନାକୁ କିଛି ସମୟ ଗରମ ପାଣିରେ ଫୁଟାଇ ଥଣ୍ଡା କରିଦିଅନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ମେଥିକୁ ଛାଣି ଅଲଗା କରିଦିଅନ୍ତୁ ଓ ଏହି ପାଣିରେ କୁଳି କରନ୍ତୁ। ନିୟମିତ ଏପରି କଲେ ମାଢି ମଜଭୁତ ହେବା ସହ  ଦାନ୍ତ ଯନ୍ତ୍ରଣାରୁ  ମୁକ୍ତି ମିଳିଥାଏ।

ବାଦାମ: ବାଦାମକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ମଜଭୁତ ରହିଥାଏ।

ଡାଳିମ୍ୱ: ଡାଳିମ୍ୱ ଫୁଲ ଦାନ୍ତ ପାଇଁ ଭାରି ଉପକାରୀ। ଡାଳିମ୍ୱ ଫୁଲର ଛେଲିକୁ ଶୁଖାଇ ଏହାକୁ ଗୁଣ୍ଡକରି ନିୟମିତ ମାଢ଼ିରେ ମଜଭୁତ ରହିଥାଏ।

Related story