ରାଜ୍ୟରେ ଦାରିଦ୍ର୍ୟ ୨୫ ପ୍ରତିଶତ କମିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ବେଶ ଧୂମଧାମରେ ପାଳନ ହୋଇଛି। ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକାକୁ  ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କଥା କହିଥିଲେ। ସେ କହିଛନ୍ତି- “ସ୍ୱାଧୀନତାର ୭୦ ବର୍ଷ ଭିତରେ […]

cmo

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 12:38 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ବେଶ ଧୂମଧାମରେ ପାଳନ ହୋଇଛି। ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକାକୁ  ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କଥା କହିଥିଲେ।

ସେ କହିଛନ୍ତି- “ସ୍ୱାଧୀନତାର ୭୦ ବର୍ଷ ଭିତରେ ଭାରତ ବିକାଶଶୀଳ ଦେଶ ଭାବେ ସାରା  ବିଶ୍ୱରେ ପରିଚୟ ସୃଷ୍ଟି କରିଛି। ଦେଶର ବିକାଶ ଇତିହାସରେ ଓଡ଼ିଶା ତାର ସ୍ଥିତି ମଜଭୁତ  କରିପାରିଛି। ଏଥିସହ ଆମ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଯୋଗୁଁ ରାଜ୍ୟରେ ଦାରିଦ୍ର୍ୟ ୨୫ ପ୍ରତିଶତ କମିଛି। ଏହା ନୀତି ଆୟୋଗର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆମ ସରକାରଙ୍କ ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ଆହୁରି ଦ୍ରୁତ ହ୍ରାସ ପାଇବ। ଏଥିସହ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶାରୁ ଗରିବୀ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଇଥିବ। ଚାଷୀ ଆମ ଅର୍ଥନୀତିର ମେରୁଦଣ୍ଡ। ତେଣୁ ଚାଷୀଙ୍କୁ ସେମାନଙ୍କର ହକ୍ ଦେବା ପାଇଁ  ଆମ ସରକାର ସବୁବେଳେ ଚାଷୀ ଭାଇଙ୍କ ସାଙ୍ଗରେ ରହିଛି ଓ ରହିଥିବ।”

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମହାତ୍ମାଗାନ୍ଧୀ ମାର୍ଗରେ ନିୟୋଜିତ ହୋଇଥିଲେ ୨୫ ପ୍ଲାଟୁନ୍ ଫୋର୍ସ, ୨ ଶହ ଅଫିସର।  ପ୍ରଥମ ଥର ପାଇଁ ସୁଇଫ୍ଟ ଆକ୍ସନ ଫୋର୍ସ ସହ ଏସ୍ଓଜି, କ୍ୟୁଏଟି, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଧା ପୋଷାକରେ ସୁରକ୍ଷାକର୍ମୀ ମୁତୟନ ଥିଲେ।ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ପର୍ଯ୍ୟନ୍ତ ସବୁ ଗତିବିଧି ଉପରେ ୫୦ଟି ସିସିଟିଭି କ୍ୟାମେରା ନଜର ରଖିଥିଲେ। ଏଥିସହ ପରେଡ୍ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା।

Related story