ଆସିଲା ଶସ୍ତାମହଙ୍ଗା ତାଲିକା: ସ୍ୱାସ୍ଥ୍ୟ ଶିକ୍ଷାରେ ଛୁଟ୍‌, ପକେଟ୍‌ ଖାଲି କରିବ ମୋବାଇଲ୍‌ ବିଲ୍‌

ନୂଆଦିଲ୍ଲୀ: ଶ୍ରୀନଗରରେ ବସିଥିବା ଜିଏସ୍‌ଟି କାଉନସିଲ୍ ବୈଠକର ଦ୍ୱିତୀୟ ଦିନରେ ଆଉ କିଛି ସାମଗ୍ରୀ ଉପରେ ଟିକସ ନିର୍ଦ୍ଧାରଣ କରାଯାଇଛି। GST କାଉନସିଲ ମିଟିଂ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି,“ସ୍ୱାସ୍ଥ୍ୟ ଓ ଶିକ୍ଷା GSTରୁ ମୁକ୍ତ ରହିବ। ସେହିପରି ମହିଳାଙ୍କ ବିନ୍ଦି, ସିନ୍ଦୂର, ଚୁଡ଼ି, ହ୍ୟାଣ୍ଡଲୁମ ବସ୍ତ୍ର, ତାଳଗୁଡ଼ GST ମୁକ୍ତ ରହିବ। ରେଳ, ରାସ୍ତା, ବିମାନ ଯାତ୍ରା, ଓଲା, ଉବେର ଆଦି ଟ୍ୟାକ୍ସି ସେବା, ଛୋଟ ରେଷ୍ଟୁରାଣ୍ଟରେ ଖାଇବା ଉପରେ ୫% GST […]

gst-7591

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 05:55 PM IST

ନୂଆଦିଲ୍ଲୀ: ଶ୍ରୀନଗରରେ ବସିଥିବା ଜିଏସ୍‌ଟି କାଉନସିଲ୍ ବୈଠକର ଦ୍ୱିତୀୟ ଦିନରେ ଆଉ କିଛି ସାମଗ୍ରୀ ଉପରେ ଟିକସ ନିର୍ଦ୍ଧାରଣ କରାଯାଇଛି। GST କାଉନସିଲ ମିଟିଂ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି,“ସ୍ୱାସ୍ଥ୍ୟ ଓ ଶିକ୍ଷା GSTରୁ ମୁକ୍ତ ରହିବ। ସେହିପରି ମହିଳାଙ୍କ ବିନ୍ଦି, ସିନ୍ଦୂର, ଚୁଡ଼ି, ହ୍ୟାଣ୍ଡଲୁମ ବସ୍ତ୍ର, ତାଳଗୁଡ଼ GST ମୁକ୍ତ ରହିବ। ରେଳ, ରାସ୍ତା, ବିମାନ ଯାତ୍ରା, ଓଲା, ଉବେର ଆଦି ଟ୍ୟାକ୍ସି ସେବା, ଛୋଟ ରେଷ୍ଟୁରାଣ୍ଟରେ ଖାଇବା ଉପରେ ୫% GST ଓ ମଦ୍ୟପାନ ସୁବିଧା ଥିବା ଏସି ରେଷ୍ଟୁରାଣ୍ଟରେ GST ୧୮%, ପଞ୍ଚ ତାରକା ହୋଟେଲରେ GST ୨୮% ରହିବ।”

ଜେଟଲୀ କହିଛନ୍ତି,“ଚା, କଫି, ଚିନାବାଦାମ, ମାଛ ଉପରେ GST ୫% ଲାଗିବ। ଚିନି ଉପରେ GST ୫% ଲାଗୁ ହେବ। ବ୍ରାଣ୍ଡେଡ ଜିନିଷ ଶସ୍ତା ହେବ। GST ୨୪%ରୁ ୧୮% ଖସିଲା। ପ୍ରକ୍ରିୟାକୃତ ଖାଦ୍ୟ ଶସ୍ତା ହେବ, ୧୫ରୁ ଖସି GST ୫% ହେଲା। ସାବୁନ, କେଶତୈଳ ଶସ୍ତା ହେବ।  ଏସବୁ ଜିନିଷରେ ୨୮ରୁ ୧୮%କୁ ଖସିବ ଟିକସ। ବାଇକ, ସିମେଣ୍ଟ, ରଙ୍ଗ, ଇଲେକ୍ଟ୍ରି ଜିନିଷ ଶସ୍ତା ହେବ। ତମାଖୁ ଦ୍ରବ୍ୟ, ସୌଖିନ ଜିନିଷ ଦର ଉପରେ ୨୮% ଟିକସ। ମୋବାଇଲ ବିଲ୍, ବୀମା ପ୍ରିମିୟମ, ବ୍ୟାଙ୍କିଙ୍ଗ ଚାର୍ଜ ମହଙ୍ଗା ହେବ।  ୱାଇଫାଇ, DTH ସେବା ମହଙ୍ଗା ହେବ। ସ୍କୁଲ ଫି, କୋରିୟର ସେବା, ବିମାନ ଟିକେଟ ମହଙ୍ଗା ହେବ।  ଛୋଟ କାର୍‌ ଦର ସାମାନ୍ୟ ବଢ଼ିବା ସମ୍ଭାବନା ରହିଛି। ସିନେମା ଦେଖିବା ମହଙ୍ଗା ହେବ। ସିନେମା ହଲ୍ ପାଇଁ ୨୮% GST ଲାଗୁହେବ।”

Related story