ଗରିବ ଘରର ସାହେବ: କାଶୀପୁରର ସୁନନ୍ଦଙ୍କ ସଂଘର୍ଷର କାହାଣୀ ମନେ ପକାଇ ଦେଲା ଆଉ ଦୁଇ ବାବୁଙ୍କ କଥା

ଚଳିତଥର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ୟା ଭିତରେ ଅଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ବଡ଼ମାରି ଭଟ୍ଟା ଗାଁର ସୁନନ୍ଦ ଝୋଡ଼ିଆ। କେବଳ ଆଦିବାସୀ ଅଧ୍ୟୁଷିତ କି ଅନୁନ୍ନତ ଅଞ୍ଚଳରୁ ଆସିଛନ୍ତି ବୋଲି ନୁହେଁ ତାଙ୍କ ପରିବାରର ଆର୍ଥିକ କାହାଣୀ ସମସ୍ତଙ୍କୁ ତାଜୁବ୍ କରିଛି। କିଛି ଲୋକ ସଫଳତା ପାଇଁ ସୁନନ୍ଦଙ୍କୁ ସାବାସି ଜଣାଇଥିବା ବେଳେ କେହିକେହି ତାଙ୍କ ମାଆଙ୍କୁ ଦେଇଛନ୍ତି ଶ୍ରେୟ। […]

IAS topper

IAS topper

Rakesh Mallick
  • Published: Thursday, 01 June 2017
  • Updated: 02 June 2017, 04:33 PM IST

Sports

Latest News

ଚଳିତଥର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ୟା ଭିତରେ ଅଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ବଡ଼ମାରି ଭଟ୍ଟା ଗାଁର ସୁନନ୍ଦ ଝୋଡ଼ିଆ। କେବଳ ଆଦିବାସୀ ଅଧ୍ୟୁଷିତ କି ଅନୁନ୍ନତ ଅଞ୍ଚଳରୁ ଆସିଛନ୍ତି ବୋଲି ନୁହେଁ ତାଙ୍କ ପରିବାରର ଆର୍ଥିକ କାହାଣୀ ସମସ୍ତଙ୍କୁ ତାଜୁବ୍ କରିଛି। କିଛି ଲୋକ ସଫଳତା ପାଇଁ ସୁନନ୍ଦଙ୍କୁ ସାବାସି ଜଣାଇଥିବା ବେଳେ କେହିକେହି ତାଙ୍କ ମାଆଙ୍କୁ ଦେଇଛନ୍ତି ଶ୍ରେୟ। ଆଉ କହିଛନ୍ତି-ମର୍ତ୍ତ୍ୟରେ ସେ ଫୁଟାଇ ପାରିଛନ୍ତି ପାରିଜାତ।

ତେବେ ଏ ସମୟରେ ଓଡ଼ିଆ ନହୋଇ ବି ଓଡ଼ିଆଙ୍କ ଅତି ପରିଚିତ ପାଲଟିଥିବା ଦୁଇ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସରଙ୍କ କାହାଣୀ ବି ଆମକୁ ମନେ ପଡି ଯାଇଛି। ସେ ଦୁହେଁ ହେଲେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜାୱଲେ ଏବଂ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟିର ଓଏସ୍‌ଡି ରାଜେଶ ପ୍ରଭାକର ପାଟିଲ୍। ଏ ଦୁହିଁଙ୍କ କାହାଣୀକୁ ଶୁଣିବା ପୂର୍ବରୁ ପ୍ରଥମେ ନଜର ପକାଇବା କିଏ ଏହି ମର୍ତ୍ତ୍ୟର ପାରିଜାତ।

ସୁନନ୍ଦ ଝୋଡ଼ିଆ

ଯାହାଙ୍କ ମାଆ ପାଇଁ ମାଟି ସିଲଟ ସ୍ୱପ୍ନ ପାଲଟିଥିଲା। ଏବେ ତାଙ୍କ ପୁଅ ହେବ କଲେକ୍ଟର। ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସାରା ଦେଶରେ ୧୦୪୬ ରାଙ୍କ ରଖିଛନ୍ତି ସୁନନ୍ଦ ଝୋଡ଼ିଆ। ଏବେ ସୁନନ୍ଦଙ୍କ କାଶୀପୁର ବ୍ଲକ୍ ନାଁରେ ଗୁଗଲରେ ଟାଇପ୍ କରି ଦେଲେ ଆସିଯାଏ ଭୋକ ଓ ମୃତ୍ୟୁର କେତେକେତେ କାହାଣୀ। ଆମ୍ୱ ଟାକୁଆ ଓ ଜାଉ ପାଇଁ ଅପଖ୍ୟାତର ପୃଷ୍ଠା ପୃଷ୍ଠା ଲେଖା।

ତେବେ ବୁଧବାର ସଂଧ୍ୟାରେ ୟୁପିଏସ୍‌ସି ଫଳ ଘୋଷଣା ପରେ ଗଣମାଧ୍ୟମର ପ୍ରତିନିଧି ପହଂଚିବାକୁ ଚେଷ୍ଟା କରିଥିଲେ ସୁନନ୍ଦଙ୍କ ଗାଁରେ। ଦୁର୍ଗମ ଇଲାକାକୁ ରାତିରେ ଯିବା ସମ୍ଭବ ହୋଇ ନଥିଲା, ହେଲେ ପରଦିନ ସକାଳର ତୋଫ। ଆଲୁଅରେ ଜଳଜଳ ହୋଇ ଦେଖା ଯାଉଥିଲା ଚାଳକୁଡ଼ିଆରୁ ଇନ୍ଦିରା ଆବାସ ପାଲଟିଥିବା ସୁନନ୍ଦଙ୍କ ଅଭାବୀ ଘରର ଚିତ୍ର।

ସୁନନ୍ଦ ଥିଲେ ଦିଲ୍ଲୀରେ। ହେଲେ ମୂଲ ମଜୁରି ଲାଗି, ଗୋଟା ସାଉଁଟା ଆମ୍ୱକୁ ବିକି ପୁଅକୁ ଏତେବାଟ ଯାଏ ଆଣିଥିବା ମାଆ ସମ୍ଭାଳି ଥିଲେ ଘର। ପୁଅର ସଫଳତା କଥା ବୁଝିବାକୁ ତାଙ୍କ ଜୁଉ ପାଉନଥିଲା। ହେଲେ ସେ ବୁଝି ପାରୁଥିଲେ ପୁଅ ତାଙ୍କ କଲେକ୍ଟର ହେବ। ଯଦିଓ ଖୁସିର କଥାକୁ ଜାହିର୍ କରି ପାରୁନଥିଲେ, ହେଲେ ମାଆଙ୍କ ଚେହେରା ଦେଖିଲେ ଠିକ୍ ବୁଝି ହେଉଥିଲା, ଯେ ମାଣ୍ଡିଆ ଜାଉ ପିଆଇ ସେ ପୁଅର ମସ୍ତିଷ୍କକୁ ପୁଷ୍ଟ କରି ପାରିଥିବାରୁ ଖୁବ୍ ଖୁସି ହୋଇ ପଡିଛନ୍ତି।

ଇଏ ହେଉଛନ୍ତି ସେହି ଯୁବକ। ଯାହାଙ୍କ ପାଇଁ ଦୁନିଆର ସବୁ ସୁବିଧା ଥିଲା ସ୍ୱପ୍ନ ଭଳି। ମାତ୍ର ୧୦ବର୍ଷ ବୟସରେ ବିନା କୋଚିଂରେ ନବୋଦୟ ପରୀକ୍ଷାରେ ପାଶ୍ କରିବା ପରେ ଆରମ୍ଭ ହୋଇଯାଇଥିଲା ହଷ୍ଟେଲ୍ ଜୀବନ। ଆଉ ପ୍ଳସ୍‌ ଟୁ ବିଜ୍ଞାନ ପାଶ୍ କରିବା ପରେ ମେଧାବୀ ସୁନନ୍ଦ ଗାଁ ଛାଡ଼ି ଚାଲି ଆସିଥିଲେ ପାଖ ସହର ରାୟଗଡ଼ାକୁ। ବିନା କୋଚିଂରେ ଏକ ନିଛାଟିଆ ଭଡ଼ାଘରେ କରିଥିଲେ ଆଇଆଇଟି ପାଇଁ ପ୍ରସ୍ତୁତି। ଆଉ ସଫଳତା ବି ପାଇଥିଲେ। ଆଇଆଇଟି ଧାନବାଦରେ ମିନେରାଲ୍ ସାଇନ୍ସରେ ବିଟେକ୍ ପାଶ୍ କରିବା ପରେ ଚାକିରି କରିଥିଲେ କୋଲ୍ ଇଣ୍ଡିଆ ଲିମିଟେଡ୍ କଂପାନୀରେ। ହେଲେ ସୁନନ୍ଦଙ୍କ ଲକ୍ଷ୍ୟ ଥିଲା ପ୍ରଶାସନିକ ସେବା। କିଛି ମାସର ଚାକିରି କିଛି ଟଙ୍କ। ସଂଚୟ। ଏହାପରେ ଚାକିରି ଛାଡ଼ି ଆସିଥିଲେ ଦିଲ୍ଲୀକୁ। ସଂଚିତ ଟଙ୍କ। ସରିଗଲା। ହେଲେ ପ୍ରସ୍ତୁତି କିନ୍ତୁ ସରିଲାନି। ସାଂସଦ ଜୟରାମ ପାଙ୍ଗୀଙ୍କ କ୍ୱାର୍ଟର୍ସରେ ରହି ନିଜକୁ ପ୍ରସ୍ତୁତ କଲେ ୟୁପିଏସ୍‌ସି  ପରୀକ୍ଷା ପାଇଁ। ଅଚଂଳର ଜଣେ ବଦାନ୍ୟ ବ୍ୟକ୍ତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ କିଛି କିଛି ଟଙ୍କ। ଆସୁଥିଲା ମାସକୁ ମାସ। ବାସ୍ ସେତିକି ଟଙ୍କ। ଆଉ ଟ୍ୟୁସନ୍ ପଇସାରେ ଚାଲିଲା ଆଇଏଏସ୍ ହେବାକୁ ପ୍ରସ୍ତୁତି। ଆଉ ଆଜି ସଫଳତା ଆପଣଙ୍କ ସାମ୍ନାରେ। ହୁଏତ ଏବେ ଗୁଗଲରେ କାଶୀପୁର ସର୍ଚ୍ଚ କଲେ ଶୀର୍ଷରେ ଆସିଯିବ ସୁନନ୍ଦଙ୍କ ସଫଳତାର କାହାଣୀ। ସୁନନ୍ଦଙ୍କ କାହାଣୀ ଏବେ ମନେ ପକାଇ ଦେଇଛି ଓଡିଶା କ୍ୟାଡର ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ୍ ଓ ନିତିନ୍ ଭାନୁଦାଶ ଜାୱଲେଙ୍କ ସଂଘର୍ଷର କାହାଣୀକୁ।

ରାଜେଶ ପ୍ରଭାକର ପାଟିଲ୍‌

ଦାରିଦ୍ର୍ୟ ଓ ଦୁଷ୍ଟାମୀର ଚକ୍ରବ୍ୟୂହରେ ସେ ଥିଲେ ଜଣେ ଅଭିମନ୍ୟୁ। ଅଶିକ୍ଷାର ମାୟାଜାଲରେ ଛନ୍ଦି ହୋଇ ପଡିଥିଲା ତାଙ୍କ ଶୈଶବ। ବାପାଙ୍କ ଭାଷାରେ ସେ ଥିଲେ ଫୁର୍ତ୍ତିବାଜ୍, ମାଆଙ୍କ ନଜରରେ ଜିଦ୍‌ଖୋର ଓ ଭଉଣୀମାନଙ୍କ ପାଇଁ ପୂରା ଗେହ୍ଲୁ। ଏସବୁ ସତ୍ତ୍ୱେ ତାଙ୍କ ପିଲା ଦିନ କଟି ଯାଇଥିଲା ଆର୍ଥିକ ଗୋଲାମିଗିରିରେ। ବେଶ୍ ରୋମାଞ୍ଚକର ଥିଲା ତାଙ୍କ ଶୈଶବର ସଂଘର୍ଷ। କେତେବେଳେ ପର ବିଲରେ ପାଣି ମଡ଼ାଇଛନ୍ତି ତ ଆଉ କେତେବେଳେ ସାହୁକାର ଘରେ କପା ବାଛିଛନ୍ତି। ପୁଣି ହାଟରୁ ହାଟକୁ ବୁଲି ପରିବା ବିକ୍ରି କରିଛନ୍ତି। ଆଉ ସ୍କୁଲ୍ ଫି’ ବାନ୍ଧିବାକୁ ସେ ସାହି ସାହି ବୁଲି ପାଉଁରୁଟି ବିକ୍ରି କରିଛନ୍ତି। ଆଶ୍ଚର୍ଯ୍ୟ ହେଲେ ବି ସତ। ସେ ତାଜା ପାୱାବାଲା (ପାଉରୁଟି ବିକାଳି) ଆଜି ଆମ ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଓଏସ୍‌ଡି।

ରାଜେଶ ପ୍ରଭାକର ପାଟିଲ୍। ପ୍ରଗତିର କୋଳାହଳଠାରୁ ଖୁବ୍ ଦୂରରେ ମହାରାଷ୍ଟ୍ରର ଜଲଗାୱଁ। ଗାଁ ତ ନୁହେଁ ଦାରିଦ୍ର୍ୟ ବିଷାକ୍ତ ଅଂଶ। ସେଇଠି କଟିଥିଲା ରାଜେଶଙ୍କ ଶୈଶବ। ଅବୁଝାପଣର ଶୀର୍ଷରେ ଥିବା ତାଙ୍କ ପିଲାଦିନ। କିନ୍ତୁ ପାରିବାରିକ ସଂସ୍କାର ଓ ମାଆଙ୍କ ବୈଚାରିକ ଦୃଷ୍ଟିକୋଣରେ ଖୁବ୍ ପ୍ରଭାବିତ ହୋଇଥିଲା। କୈଶୋରରେ ବଦଳି ଯାଇଥିଲା ଜୀବନର ନକ୍ସା। ସ୍କୁଲ୍ ପରେ ଆରମ୍ଭ ହୋଇଥିଲା କଠୋର ପାରିବାରିକ ପରିସ୍ଥିତି ସହ ଲଢେଇ। ଶିଖି ଯାଇଥିଲେ ସମୟକୁ ସୁବିନିଯୋଗ କରିବାର କରିବାର କଳା। ଆରମ୍ଭ ହୋଇଥିଲା ବିଜୟ ଯାତ୍ରା। ଭାଗ୍ୟର କ୍ରୀତଦାସ ନହୋଇ ଆତ୍ମ ବିଶ୍ୱାସର ଗାଡ଼ିରେ ବସି ସ୍ୱପ୍ନର ରାସ୍ତାରେ ମାଡ଼ି ଚାଲିଥିଲେ ସେ। ପୁଣେ ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ କେତେବେଳେ ଭାରତୀୟ ପରିସଂଖ୍ୟାନ ସେବାରେ ତ ପୁଣି କେତେବେଳେ ବାୟୁସେନାରେ ଯୋଗ ଦିଅନ୍ତି ସେ। ହେଲେ ମନ କିନ୍ତୁ ଅଟକି ଯାଇଥିଲା ଭାରତୀୟ ପ୍ରଶାସନିକ ସେବାରେ। ଶେଷରେ ଯୁଦ୍ଧଯାତ୍ରାର ପରିସମାପ୍ତି ଘଟିଥିଲା। ମାଆକୁ ଫୋନ୍ କରି କହିଥିଲେ ମା! ମୁଁ କଲେକ୍ଟର ହେଲି। ସାଧାରଣ ଲୋକଙ୍କ ପାଇଁ ଏବେ ସେ ସରକାରୀ ବାବୁ ଓ ଦପ୍ତରରେ ସାହେବ। ହେଲେ ନିଜ ସଂଘର୍ଷମୟ ଅତୀତ ଓ ଗରିବିର କଥାକୁ କାହା ଆଗରେ ଲୁଚାଇବାକୁ ଚେଷ୍ଟା କରି ନାହାନ୍ତି ସେ। ବଂର ସଂଘର୍ଷ କେମିତି ସଫଳତାର ବାଟ କଢ଼ାଏ ସେନେଇ ସେ ଲେଖିଛନ୍ତି ନିଜ ଆତ୍ମଜୀବନୀ “ମା’ ମୁଁ କଲେକ୍ଟର ହେଲି”। ଯାହାକି ପ୍ରଥମେ ମରାଠୀ ଭାଷାରେ ପ୍ରକାଶିତ ହୋଇଥିଲା। “ତାଈ ମି କଲେକ୍ଟର ହେଇନୁ”ର ଓଡ଼ିଆ ଅନୁବାଦକୁ ଖୁବ୍ ପାଠକୀୟ ଆଦୃତି ମିଳିବା ପରେ ୨୦୧୫ରେ ଏହାର ଇଂରାଜୀ ଅନୁବାଦ ପୁସ୍ତକ “ମାଆ- ଆଇ ହାବ୍ ବିକମ୍ କଲେକ୍ଟର” ପ୍ରକାଶିତ ହୋଇଛି।

ନିତୀନ ଭାନୁଦାସ ଜାୱଲେ

ମୁମ୍ୱାଇର ଘଟକୋପାର୍ ବସ୍ତିରେ ଜଣେ ଝାଡୁଦାରଙ୍କ ଘରେ ଜନ୍ମ ନେଇଥିଲେ ଏହି ଯୁବକ। ଛଅ ଭଉଣୀ ଓ ଜଣେ ଭାଇକୁ ନେଇ ୧୦ଫୁଟିଆ ନୂଆଁଣିଆ ଘରେ ଚାଲିଥିଲା ତାଙ୍କ ଜୀବନ। ଯେଉଁଠି ଶୋଇବାକୁ ଜାଗା ମିଳେନି, ସେଠି ପଢିବା ପାଇଁ ପରିବେଶ ଖୋଜିବା ଥିଲା ନୀତିନଙ୍କ ପାଇଁ ସ୍ୱପ୍ନ। ଘରର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା ଯେ ଭଉଣୀମାନେ ପରଘରେ ଲୁଗାସଫ। ନହେଲେ ବାସନ ମାଜିବାକୁ ବାଧ୍ୟ ହେଉଥିଲେ। କେବଳ ଯାହା ତାଙ୍କ ଠାରୁ ବୟସରେ ୧୭ବର୍ଷ ବଡ଼, ଭାଇ ପୋଲିସ୍ ବିଭାଗରେ କନେଷ୍ଟବଳ ଚାକିରି ପାଇଥିଲେ। ହେଲେ ନିଜ ପରିବାର କି ବଂଶରେ କେହି ବି ଜଣେହେଲେ ମାଟ୍ରିକ୍ ପାଶ୍ କରିନଥିଲେ।

ଏସବୁ ଭିତରେ ସେ କିନ୍ତୁ ଚାହୁଁଥିଲେ ମହାକାଶଚାରୀ ହେବେ ନହେଲେ ଭାରତୀୟ ଟିମ୍ ପାଇଁ କ୍ରିକେଟ୍ ଖେଳିବେ। ହେଲେ ସମୟ ବଦଳାଇ ଦେଇଥିଲା ଏହି ଗରିବ ମେଧାବୀ ଯୁବକର ଲକ୍ଷ୍ୟକୁ। ଅଭାବ ଓ ହତାଶର ଚକ୍ରବ୍ୟୁହରେ ପେଶି ନହୋଇ ସେ ଦେଖିଥିଲେ ଆଗକୁ ବଢିବାର ସ୍ୱପ୍ନ। ୮୭ ପ୍ରତିଶତ ମାର୍କ ରଖି ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସିନା ପାଶ୍ କରିଗଲେ, ହେଲେ ପ୍ଳସ୍‌ ଟୁ ସାଇନ୍ସ ପରୀକ୍ଷାରେ ଭଲ କରି ପାରିଲେ ନାହିଁ। ବାଧ୍ୟ ହୋଇ ପଢିଲେ ଆୟୁର୍ବେଦ ବିଜ୍ଞାନ। ଏ ସମୟରେ ଜଣେ ସାଙ୍ଗ ତାଙ୍କ ମୁଣ୍ଡରେ ପୁରାଇଲା ଆଇଏଏସ୍ ହେବାର ନିଶା। ପାଠ ପଢା ସାରି ଠିକାରେ ଡାକ୍ତରୀ ଚାକିରି ସହ ଆରମ୍ଭ କରିଦେଲେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି। ପ୍ରଥମ ଚେଷ୍ଟାରେ ଦେଖିବାକୁ ପଡିଲା ବିଫଳତାର ଚେହେରା। ଆଉ ଦ୍ୱିତୀୟ ଚେଷ୍ଟାରେ ଝାଡୁଦାରର ପୁଅ ହୋଇଗଲା ଆଇଏଏସ୍। ସଭିଲ ସର୍ଭିସ ପରୀକ୍ଷାରେ ୫୬ ରାଙ୍କ୍ ରଖି ପାଶ୍ କଲେ ନୀତିନ୍। ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଏ ଗରିବ ଘରର ସାହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story