ଭାରତୀୟ ସେନାର ବ୍ରହ୍ମସ୍‌ ରଣନୀତି: ବଦ୍‌ଲା ପାଇଁ ଇସାରା ନୁହେଁ ତ?

ନୂଆଦିଲ୍ଲୀ: ପାକ୍‌ର ଆକ୍ସନ ପରେ ଭାରତର ରିଆକ୍ସନ। ସୀମାରେ ଦୁଇ ଯବାନଙ୍କୁ ପାକ୍‌ ସେନା ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଭାରତ ସଜାଗ୍ ହୋଇଉଠିଛି। ଭାରତୀୟ ସେନା ପକ୍ଷରୁ ମଙ୍ଗଳବାର ବ୍ରହ୍ମସ କ୍ଷେପେଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି।  ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ବ୍ରହ୍ମସକୁ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପରୀକ୍ଷା କରାଯାଇଛି। ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଆକ୍ରମଣ କରିପାରିବାର କ୍ଷମତା କରୁଥିବା ଏହି କ୍ଷେପେଣାସ୍ତ୍ର ମୋବାଇଲ ଅଟୋନମସ ଲଞ୍ଚରୁ(ଏମଏଲ) ପରୀକ୍ଷା […]

brhamos

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 10:43 PM IST

ନୂଆଦିଲ୍ଲୀ: ପାକ୍‌ର ଆକ୍ସନ ପରେ ଭାରତର ରିଆକ୍ସନ। ସୀମାରେ ଦୁଇ ଯବାନଙ୍କୁ ପାକ୍‌ ସେନା ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଭାରତ ସଜାଗ୍ ହୋଇଉଠିଛି। ଭାରତୀୟ ସେନା ପକ୍ଷରୁ ମଙ୍ଗଳବାର ବ୍ରହ୍ମସ କ୍ଷେପେଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି।  ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ବ୍ରହ୍ମସକୁ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପରୀକ୍ଷା କରାଯାଇଛି।

ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଆକ୍ରମଣ କରିପାରିବାର କ୍ଷମତା କରୁଥିବା ଏହି କ୍ଷେପେଣାସ୍ତ୍ର ମୋବାଇଲ ଅଟୋନମସ ଲଞ୍ଚରୁ(ଏମଏଲ) ପରୀକ୍ଷା କରାଯାଇଛି। ସୁପରପାୱାର ଥିବା ଏହି କ୍ଷେପଣାସ୍ତ୍ର ଅତି ଭୟଙ୍କର ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।  ମାଇଲ ମାଇଲ ଦୂରରୁ ଥାଇ ଟାର୍ଗେଟସ୍ଥଳକୁ ଏହି କ୍ଷେପେଣାସ୍ତ୍ରକୁ ନିକ୍ଷେପ କରାଯାଇ ପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି। ସେପଟେ ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତ ଏଭଳି ରଣନୀତି ଆପଣେଇଥିବା କୁହାଯାଇଛି। ଗତକାଲି ଦୁଇ ସେନାଙ୍କୁ  ଅତି ବର୍ବର ଭାବେ ହତ୍ୟା କରିବା ପରେ ଆଜି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା।

Related story