ଇଣ୍ଡିଆନ ଆଇଡଲ୍ ଜୁନିୟର୍ ସିଜନ୍ ୨ ମୁକୁଟ ଜିତିଲେ ଅନନ୍ୟା

ଭୁବନେଶ୍ୱର: କମାଲ କରିଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ । ଇଣ୍ଡିଆନ୍ ଆଇଡଲ୍ ଜୁନିୟର ଫାଇନାଲରେ ଦୁଇଜଣଙ୍କୁ ପଛରେ ପକାଇ ସେ ମୁକୁଟ ବିଜୟିନୀ ହୋଇଛନ୍ତି । ଆଜି ଇଣ୍ଡିଆନ ଆଇଡଲ୍ ଜୁନିୟର୍ ସିଜନ୍ ୨ର ଗ୍ରାଣ୍ଡ୍ ଫିନାଲେରେ ଏହି ସଫଳତା ପାଇଛନ୍ତି ଅନନ୍ୟା । ଟପ୍ ଥ୍ରୀରେ ଥିବା  ନାହିଦ୍ ଆଫ୍ରିନ୍ ଓ ନିତ୍ୟଶ୍ରୀ ଭେଙ୍କଟ୍ ରମଣନଙ୍କୁ ପଛରେ ପକାଇ ସେ ଏହି ତାଜ ଜିତିଛନ୍ତି। ଏହାସହ ଅନନ୍ୟାଙ୍କୁ ଚ୍ୟାନେଲ ପକ୍ଷରୁ  ଟ୍ରଫି ସହ […]

ananyaindianidol1

ananyaindianidol1

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 05:21 PM IST

Sports

Latest News

ananyaindianidol1ଭୁବନେଶ୍ୱର: କମାଲ କରିଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ । ଇଣ୍ଡିଆନ୍ ଆଇଡଲ୍ ଜୁନିୟର ଫାଇନାଲରେ ଦୁଇଜଣଙ୍କୁ ପଛରେ ପକାଇ ସେ ମୁକୁଟ ବିଜୟିନୀ ହୋଇଛନ୍ତି । ଆଜି ଇଣ୍ଡିଆନ ଆଇଡଲ୍ ଜୁନିୟର୍ ସିଜନ୍ ୨ର ଗ୍ରାଣ୍ଡ୍ ଫିନାଲେରେ ଏହି ସଫଳତା ପାଇଛନ୍ତି ଅନନ୍ୟା । ଟପ୍ ଥ୍ରୀରେ ଥିବା  ନାହିଦ୍ ଆଫ୍ରିନ୍ ଓ ନିତ୍ୟଶ୍ରୀ ଭେଙ୍କଟ୍ ରମଣନଙ୍କୁ ପଛରେ ପକାଇ ସେ ଏହି ତାଜ ଜିତିଛନ୍ତି। ଏହାସହ ଅନନ୍ୟାଙ୍କୁ ଚ୍ୟାନେଲ ପକ୍ଷରୁ  ଟ୍ରଫି ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଇଣ୍ଡିଆନ୍ ଆଇଡଲ ଜୁନିୟର ଜିତିବାପରେ ସେ କହିଛନ୍ତି ଯେ, ଏହା ହେଉଛି ମୋର ଜୀବନର ସବୁଠୁ ଖୁସିର ଦିନ। ଘରୋଇ ଚ୍ୟାନେଲ ଅନନ୍ୟାକୁ ଏହି ସୁଯୋଗ ଦେଇଥିବାରୁ ସେ ଚ୍ୟାନେଲ ଓ ବିଚାରକଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହ ସେ କହିଛନ୍ତି ଯେ, ଏହି ପୁରସ୍କାର ପାଇବା ପାଇଁ ବାକି ଦୁଇ ପ୍ରତିଯୋଗୀ ମଧ୍ୟ ହକଦାର ଥିଲେ ବୋଲି ସେ କହିଛନ୍ତି।

ଇଣ୍ଡିଆନ୍ ଆଇଡଲ ଜୁନିୟରରେ ଓଡ଼ିଆ ଝିଅ ଅନନ୍ୟାଙ୍କ ପର୍ଫର୍ମାନ୍ସ ମିଳିଛି ଜଜେସଙ୍କୁ ବହୁ ପ୍ରଶଂସା । ପିଲାଦିନୁ କ୍ଲାସିକାଲ୍ ସିଂଗିଙ୍ଗରେ ମାହିର ଅନନ୍ୟା ଏବେ କୌଣସି ରକଷ୍ଟାରଠାରୁ କମ୍ ନୁହଁନ୍ତି। ମେଲୋଡି କ୍ୱିନ୍ ଲତାଙ୍କ ଏଭର ଗ୍ରୀନ ଗୀତ ‘ମେରି ଆୱାଜ ହି ପେହେଚାନ୍ ହେ....’ ଠାରୁ ଆରମ୍ଭ କରି କେକେଙ୍କର ‘ଓ ମେରି ଜାନ୍....’ ଗୀତ ଗାଇ ଅନନ୍ୟା ଜଜେସ୍ ଓ ଅଡିଆନ୍ସଙ୍କର ୱାହା ୱାହି ଲୁଟିଛନ୍ତି। ହାଇ ପିଚ୍ ଗୀତଗୁଡିକୁ ଏଫର୍ଟଲେସ୍ ଭାବେ ପ୍ରେଜେଣ୍ଟ କରିବା ହେଉଛି ଅନନ୍ୟାଙ୍କ ୟୁଏସ୍ପି।

[caption id="attachment_30147" align="aligncenter" width="681"]annnya ଇଣ୍ଡିଆନ ଆଇଡଲ ଜୁନିୟର ଜିତିବା ପରେ ସହ ପ୍ରତିଯୋଗୀଙ୍କ ସହ ଅନନ୍ୟା ଶ୍ରୀତମ ନନ୍ଦ[/caption]

ଅନନ୍ୟା ୪ ବର୍ଷ ବୟସରୁ  ଅନେକ ପୁରସ୍କାର ପାଇଛନ୍ତି। ସ୍ୱର ବିଚିତ୍ରା, ଗୀତ ତରଙ୍ଗ, ରୋଟାରୀ କ୍ଲବ୍, ସଙ୍ଗୀତ ବିଚିତ୍ରା, ରୁଚି ସନ୍ଧାନ, ଗଜଲକ୍ଷ୍ମୀ ସମ୍ମାନ, ସଙ୍ଗୀତ ସୁଧାକର, ସଙ୍ଗୀତ ବିବଧା ସମ୍ମାନ, ଏସଭି ଗ୍ରୁପ୍ ପ୍ରଫୁଲ୍ଳ କର ଫାଉଣ୍ଡେସନ୍, ଅକ୍ଷୟ ମହାନ୍ତି ଫାଉଣ୍ଡେସନ୍, ମୂର୍ଚ୍ଚନା, ରୋଟାରୀ କ୍ଲବ୍ ଆଦି ସମ୍ମାନ ପାଇଛନ୍ତି। ପୁରୀ ଜିଲ୍ଲା ପ୍ରତାପ ପୁରୁଷୋତ୍ତମପୁର ଅନ୍ତର୍ଗତ ବ୍ରାହ୍ମଣ ଆଳନ୍ଦିଆ ଅଞ୍ଚଳର ପ୍ରସନ୍ନ କୁମାର ନନ୍ଦ ଏବଂ ପ୍ରଶାନ୍ତି ନନ୍ଦଙ୍କ ଝିଅ ଅନନ୍ୟା। ଏବେ ସେ ବାପା ମା’ଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି। ଡିଏଭ ପବ୍ଲିକ ସ୍କୁଲରେ  ନବମ ଶ୍ରେଣୀରେ ପଢୁଛନ୍ତି। ୪ ବର୍ଷ ବୟସରୁ ଅନନ୍ୟା ସଙ୍ଗୀତ ପ୍ରତି ରୁଚି ରଖିଥିଲେ।  ନୀଳମଣି ଓଝା ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ ଥିଲେ । ଏବେ ପଣ୍ଡିତ ଡକ୍ଟର ଚିତ୍ତରଞ୍ଜନ ପାଣି ତାଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି। ପୂର୍ବରୁ ସେ ୨୦୧୧ରେ ଜି ଟିଭିରେ ପ୍ରସାରିତ ସାରେଗାମା ଲିଟିଲ ଚାମ୍ପ, ୨୦୧୩ରେ ଇଣ୍ଡିଆନ୍ ଆଇଡଲ୍, ୨୦୧୪ରେ ସାରେଗାମା ଲିଟଲ ଚାମ୍ପରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ।

ଇଣ୍ଡିଆନ ଆଇଡଲ ଜୁନିୟର ବିଜୟୀ ହେବା ପରେ ଅନନ୍ୟାକୁ ଅଭିନନ୍ଦନର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ, ଅନନ୍ୟାଙ୍କ ପ୍ରଦର୍ଶନରେ ଓଡ଼ିଶା ଗର୍ବିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନନ୍ୟାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏହାସହ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos