ଦେଶୀ ପ୍ରଡକ୍ଟ ବିଦେଶୀ ସାଇଟ୍‌: ଆମାଜନ୍‌ରେ ମିଳିବ ଜନଜାତି କଳାକୃତି

ନୂଆଦିଲ୍ଲ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନେକ ସମୟରେ ଲୋକେ ମାର୍କେଟିଂ କରିବାକୁ ଯାଇପାରୁ ନାହାନ୍ତି। ସେଥିପାଇଁ ଲୋକେ ଘରେ ବସି ଇ-ବଜାର ବ୍ୟବସ୍ଥା ମାଧ୍ୟମରେ କିଣା କିଣି କରିବାକୁ ବେଶୀ ପସନ୍ଦ କରୁଛନ୍ତି। ଏହାଦ୍ୱାରା ସମୟ ବଞ୍ଚିବା ସହିତ ଠିକ୍‌ ସମୟରେ ଜୀନିଷ ଘର ପାଖରେ ପହଞ୍ଚି ପାରିବ। ଏଥିରେ ଦେଶ ଓ ବିଦେଶରେ ବିଭିନ୍ନ ସାମ୍ରଗୀ ଉପଲବ୍ଧ ହେଉଥିଲା। ଏବେ ଏହି ଇ-ବଜାରରେ ସାମିଲ ହୋଇଛି ଭାରତର ଜନଜାତି କଳାକୃତି। ଭାରତର ଜନଜାତି […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 03:31 PM IST

ନୂଆଦିଲ୍ଲ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନେକ ସମୟରେ ଲୋକେ ମାର୍କେଟିଂ କରିବାକୁ ଯାଇପାରୁ ନାହାନ୍ତି। ସେଥିପାଇଁ ଲୋକେ ଘରେ ବସି ଇ-ବଜାର ବ୍ୟବସ୍ଥା ମାଧ୍ୟମରେ କିଣା କିଣି କରିବାକୁ ବେଶୀ ପସନ୍ଦ କରୁଛନ୍ତି। ଏହାଦ୍ୱାରା ସମୟ ବଞ୍ଚିବା ସହିତ ଠିକ୍‌ ସମୟରେ ଜୀନିଷ ଘର ପାଖରେ ପହଞ୍ଚି ପାରିବ। ଏଥିରେ ଦେଶ ଓ ବିଦେଶରେ ବିଭିନ୍ନ ସାମ୍ରଗୀ ଉପଲବ୍ଧ ହେଉଥିଲା। ଏବେ ଏହି ଇ-ବଜାରରେ ସାମିଲ ହୋଇଛି ଭାରତର ଜନଜାତି କଳାକୃତି।

ଭାରତର ଜନଜାତି କଳାକୃତି ଏବେ ଅନ୍‌ଲାଇନ୍‌ରେ ମିଳିବ। ଗୋଟିଏ କ୍ଲିକ୍‌ରେ ଘରେ ପହଞ୍ଚିବ ଡୋକ୍ରା କଳାକୃତି। ବେତ ଓ ବାଉଁଶ ତିଆରି ସାମଗ୍ରୀ ହେଉ ବା  ପାରମ୍ପରିକ ଚିତ୍ରକଳା ବା ହସ୍ତତନ୍ତ ଦେଶବିଦେଶରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏଥିପାଇଁ ଭାରତ ସରକାରଙ୍କ ଟ୍ରାଇବାଲ୍‌ କୋପରେଟିଭ୍‌ ମାର୍କେଟିଂ ଡେଭଲପ୍‌ମେଣ୍ଟ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଟ୍ରାଇଫେଡ୍) ଓ ଇ-କମର୍ସ ସାଇଟ୍ ଆମାଜନ୍ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଜନଜାତି ହସ୍ତଶିଳ୍ପ କାରିଗରମାନେ ଉପକୃତ ହୋଇପାରିବେ। ଏହାଛଡ଼ା ଆଦିବାସୀ ଓ ଜନଜାତି ଶିଳ୍ପୀ ଓ କାରିଗରମାନଙ୍କ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ। ବର୍ତ୍ତମାନ ସାରା ଦେଶରେ ଟ୍ରାଇଫେଡ୍‌ର ୪୨ଟି ଆଉଟ୍‌ଲେଟ୍‌ ରହିଛି। ଏଠାରେ ଜନଜାତି ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଥିଲା। ଆମାଜନ୍ ଜରିଆରେ ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ ହେଲେ ଦେଶ ତଥା ଦେଶ ବାହାରେ ରହୁଥିବା ଲୋକେ ଏହି ସମଗ୍ରୀ ସହଜରେ ପାଇପାରିବେ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ କହିଛନ୍ତି-“ଜନଜାତି ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ‘ଆମାଜନ୍‌’ରେ ମିଳିବ। ଏଥିପାଇଁ କ୍ୟାଟ୍‌ଲକ୍‌ ପ୍ରସ୍ତୁତ କରାଯାଇ ‘ଆମାଜନ୍‌’କୁ ଦିଆଯାଇଛି। ଏହାଦ୍ୱାରା ଜନଜାତୀ ସମ୍ପ୍ରଦାୟର ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ।”

Related story