ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ମୀନତି ବେହେରାଙ୍କ ନିଯୁକ୍ତି ଉପରେ ହାଇକୋର୍ଟ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ନିଜର ପକ୍ଷ ରଖିବାକୁ ରାଜ୍ୟ ସରକାର, ମହିଳା  ଓ ଶିଶୁ ବିକାଶ ସଚିବ ଏବଂ ଡକ୍ଟର ମୀନତି ବେହେରାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ। ଆବେଦକାରୀ କେ. ଆନନ୍ଦଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧ରେ ମାମଲାର  ପରବର୍ତ୍ତୀ ଶୁଣାଣି ହେବ। ଭିନ୍ନକ୍ଷମ […]

disable-commission

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 10:31 AM IST

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ମୀନତି ବେହେରାଙ୍କ ନିଯୁକ୍ତି ଉପରେ ହାଇକୋର୍ଟ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ନିଜର ପକ୍ଷ ରଖିବାକୁ ରାଜ୍ୟ ସରକାର, ମହିଳା  ଓ ଶିଶୁ ବିକାଶ ସଚିବ ଏବଂ ଡକ୍ଟର ମୀନତି ବେହେରାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ। ଆବେଦକାରୀ କେ. ଆନନ୍ଦଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧ରେ ମାମଲାର  ପରବର୍ତ୍ତୀ ଶୁଣାଣି ହେବ।

ଭିନ୍ନକ୍ଷମ କମିଶନ ନିଯୁକ୍ତି ପାଇଁ ୨୧ ଜଣ ଆବେଦନ କରିଥିଲେ। ସର୍ଚ୍ଚ ଓ ସିଲେକ୍ସନ କମିଟି ୩ ଜଣଙ୍କ ନାମ ସୁପାରିଶ କରିଥିଲେ। ସେମାନଙ୍କ ମଧ୍ୟରୁ ମୀନତି ବେହେରାଙ୍କୁ କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।  ତେବେ ମୀନତିଙ୍କଠାରୁ ଆହୁରି ଅଧିକ ଯୋଗ୍ୟ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କାହିଁକି ନିଯୁକ୍ତି ଦିଆଗଲା ବୋଲି ଆବେଦନକର୍ତ୍ତା ପ୍ରଶ୍ନ କରିଛନ୍ତି। ମୀନତିଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଆବେଦନ ବିଚାରକୁ ନିଆଯାଇ ନଥିବା ସେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି।

ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ବର୍ତ୍ତମାନ ଯାହାଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଛି ତାଙ୍କର ସେହି ପଦବୀରେ ବସିବାର ଯୋଗ୍ୟତା ନାହିଁ। ଏହି ପଦବୀ ପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଯୋଗ୍ୟବ୍ୟକ୍ତିଙ୍କୁ ବାଦ୍ ଦିଆଯାଇଥିଲା। ସର୍ଚ୍ଚ ଓ ସିଲେକ୍ସନ କମିଟି ୩ ଜଣଙ୍କ ନାମ ଏହି ପଦବୀ ପାଇଁ ସୁପାରିଶ କରିଥିଲା। ମୀନତି ବେହେରାଙ୍କ ସହିତ ସ୍ନେହ ମିଶ୍ର ଓ ରୀନା ମହାନ୍ତିଙ୍କ ନାମ ଥିଲା। ଅନ୍ୟମାନଙ୍କୁ କାହିଁକି ବାଦ୍ ଦିଆଗଲା ସେ ନେଇ କୌଣସି କାରଣ ଦର୍ଶାଯାଇ ନାହିଁ। ଏପରିକି ଚୂଡ଼ାନ୍ତ ତାଲିକାରେ ଥିବା ସ୍ନେହ ମିଶ୍ର ଓ ରୀନା ମହାନ୍ତିଙ୍କୁ କାହିଁକି ବାଦ୍ ଦିଆଯାଗଲା, ସେ ନେଇ ବି କିଛି କାରଣ ଦର୍ଶାଯାଇ ନାହିଁ। ଏନେଇ ସୂଚନା ଅଧିକାର ଆଇନ ବଳରେ ସରକାରଙ୍କଠାରୁ ସୂଚନା ମଗାଯାଇଥିଲା। ସେଥିରୁ ମିଳିଥିବା ସୂଚନା ଅତ୍ୟନ୍ତ ରୋଚକ। ମୀନତି ବେହେରାଙ୍କୁ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିବା ନେଇ ବିଭାଗୀୟ ସଚିବ, ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ମନ୍ତ୍ରୀ କୌଣସି ଟିପ୍ପଣୀ ଦେଇ ନାହାନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ତାଙ୍କୁ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଛି। ଏହା ବେଆଇନ। ଏନେଇ ଆମେ କୋର୍ଟଙ୍କୁ ଅବଗତ କରିଥିଲୁ। କୋର୍ଟ ସବୁ ଶୁଣିବା ପରେ ଭିନ୍ନକ୍ଷମ କମିଶନଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ବୋଲି ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟ ଭିନ୍ନକ୍ଷମ କମିଶନଙ୍କ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଥିବାରୁ ଆଜିଠାରୁ ମୀନତି ବେହେରା ଅଧ୍ୟକ୍ଷା କୌଣସି କାର୍ଯ୍ୟ କରିପାରିବେ ନାହିଁ। ତେବେ ତାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇନାହିଁ। ରିଟ୍ ପିଟିସନର ପୂର୍ଣ୍ଣାଙ୍ଗ ଶୁଣାଣି ପରେ ତାଙ୍କ ନିଯୁକ୍ତିକୁ ରଦ୍ଦ କରାଯିବ କି ନାହିଁ ଜଣାପଡ଼ିବ।

Related story