ଏଣିକି ପ୍ଲାଷ୍ଟିକକୁ ବି ଖାଇ ହେବ: ସହଜରେ ହୋଇଯିବ ହଜମ

ଯୁଗ ବଦଳିବା ସହ ଆମର ଦୈନନ୍ଦିନ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାସହ ତାଳ ଦେଇ ଆଗକୁ ବଢ଼ିଛି ବିଜ୍ଞାନ। ଏମିତି କିଛି ଜିନିଷ ବୈଜ୍ଞାନିକମାନେ ଉଦ୍ଭାବନ କରୁଛନ୍ତି, ଯାହା କଳ୍ପନା କରିବା ଅସମ୍ଭବ। ଏହି ଯେମିତି ଉଦ୍ଭାବନ ହୋଇଛି ଖାଇ ହେଉଥିବା ପ୍ଳାଷ୍ଟିକ, ଅସନା ହେଉ ନଥିବା ସାର୍ଟ। ବିଶ୍ୱାସ କରିପାରୁ ନଥିବେ, ହେଲେ ଏହା ସତ। ଆସନ୍ତୁ ଜାଣିବା ଏମିତି ୬ଟି ଜିନିଷ ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କେବେ ବି ଅସନା […]

palithhin

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 11:10 AM IST

ଯୁଗ ବଦଳିବା ସହ ଆମର ଦୈନନ୍ଦିନ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାସହ ତାଳ ଦେଇ ଆଗକୁ ବଢ଼ିଛି ବିଜ୍ଞାନ। ଏମିତି କିଛି ଜିନିଷ ବୈଜ୍ଞାନିକମାନେ ଉଦ୍ଭାବନ କରୁଛନ୍ତି, ଯାହା କଳ୍ପନା କରିବା ଅସମ୍ଭବ। ଏହି ଯେମିତି ଉଦ୍ଭାବନ ହୋଇଛି ଖାଇ ହେଉଥିବା ପ୍ଳାଷ୍ଟିକ, ଅସନା ହେଉ ନଥିବା ସାର୍ଟ। ବିଶ୍ୱାସ କରିପାରୁ ନଥିବେ, ହେଲେ ଏହା ସତ। ଆସନ୍ତୁ ଜାଣିବା ଏମିତି ୬ଟି ଜିନିଷ ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

କେବେ ବି ଅସନା ହେଉ ନଥିବା ସାର୍ଟ

ଡଚ୍‌ କମ୍ପାନୀ ଲେବଫ୍ରେସ କଟନର ଏକ ଭିନ୍ନ ଧରଣର ସାର୍ଟ ବନେଇବା ଆରମ୍ଭ କରିଛି। ଏହି ସାର୍ଟ କେବେ କି ଅସନା ହେବ ନାହିଁ ବୋଲି କମ୍ପାନୀ ଦାବି କରୁଛି। ଏହା ଉପରେ କଫି, ରେଡ ୱାଇନ୍‌, ଚଟଣୀ କିମ୍ବା କୌଣସି ପ୍ରକାରର ତେଲ ପଡିଲେ ବି ଦାଗ ଲାଗିବ ନାହିଁ। ଏହି ସାର୍ଟରୁ ଗନ୍ଧ ବି ଆସିବ ନାହିଁ। ଏହାକୁ ଆଇରନ୍‌ କରିବାର ବି ଆବଶ୍ୟକତା ନାହିଁ। ଏହି ସାର୍ଟର ମୂଲ୍ୟ ୧୧୯ ୟୁରୋ, ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୯ ହଜାର ଟଙ୍କା।

ଖାଇ ହେଉଥିବା ପ୍ଲାଷ୍ଟିକ୍‌

ଏନୱି ଗ୍ରୀନ୍‌ ନାମକ ଭାରତୀୟ କମ୍ପାନୀ ଏକ ଖାସ୍‌ ପ୍ଲାଷ୍ଟିକ ତିଆରି କରିଛନ୍ତି। କମ୍ପାନୀ କହିଛି, ଏହି ପ୍ଲାଷ୍ଟିକ୍‌ ସହଜରେ ନଷ୍ଟ କିମ୍ବା ହଜମ ହୋଇପାରିବ। ଏଥିରେ ୧୦୦ ପ୍ରତିଶତ ଅର୍ଗାନିକ କମ୍ପାଉଣ୍ଡସ୍‌ ଭଳି ପ୍ରାକୃତିକ ଷ୍ଟାର୍ଚ, ସିୱିଡ୍, ତେଲ ରହିଛି।

ପିଲାଙ୍କ ସହ ବଢ଼ିବ ଡ୍ରେସ

ଲଣ୍ଡନ୍‌ରେ ରହୁଥିବା ଡିଜାଇନର ରେୟାନ୍‌ ୟାସିନ ଏକ ବିଶେଷ ଧରଣର କପଡ଼ା ବନାଇଛନ୍ତି। ଏହାକୁ ପିଲାମାନେ ସବୁ ବୟସରେ ପିନ୍ଧି ପାରିବେ। ଅର୍ଥାତ ପିଲାର ଉଚ୍ଚତା ବଢ଼ିବା ସହ ତାଳ ଦେଇ ସାର୍ଟଟି ମଧ୍ୟ ଲମ୍ବା ହୋଇପାରିବ।

ଫାଟୁ ନଥିବା ଟାଇଟ୍ସ

ଆମେରିକାର ଟେକ୍ସଟାଲ କମ୍ବାନୀ Shreerly Genius ସବୁଠାରୁ ଅଧିକ ଦିନ ବ୍ୟବହାର ହୋଇପାରୁଥିବା ଟାଇଟ୍ସ ବନାଇ ଥିବା ଦାବି କରିଛି। ବୁଲେଟ ପ୍ରୁଭ୍‌ ଜ୍ୟାକେଟ୍‌ରେ ଯେଉଁ ମେଟିରିୟାଲ ବ୍ୟବହାର ହୋଇଥାଏ ଏଥିରେ ତାହା ବ୍ୟବହାର କରାଯାଇଛି। ଏହି ଟାଇଟ୍ସ ଅନ୍ୟ ଟାଇଟ୍ସ ତୁଳନାରେ ୫୦ ଗୁଣା ଅଧିକ ମଜଭୁତ।

ଭାଇବ୍ରେଟ୍‌ ହେଉଥିବା ଜିନ୍ସ

ସ୍ପିନାଲି ଡିଜାଇନ୍‌ କମ୍ପାନୀ ଏମିତି ଜିନ୍ସ ବନେଇଛନ୍ତି ଯାହା ଭାଇବ୍ରେଟ୍‌ ହୋଇଥାଏ। ଏହି ଜିନ୍ସରେ ୨ ଇନ୍‌ବିଲ୍ଟ ସେନ୍‌ସର୍ସ ରହିଛି, ଯାହା କି ବ୍ଲ୍ୟୁ ଟୁଥ ଜରିଆରେ ଫୋନ ସହ କନେକ୍ଟ ହୋଇ ରହିଥାଏ। ଏହି ଜିନ୍ସକୁ କେବଳ ପିନ୍ଧା ହେବ ନାହିଁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରିହେବ। ଯଦି ଆପଣ କୁଆଡେ ଯାଉଛନ୍ତି, ତେବେ ଏହାର ଲୋକେସନ ଫିଚର ଆପଣଙ୍କୁ ଦିଗ ଜଣାଇ ପାରିବ। ଆପଣଙ୍କୁ ଯେଉଁ ଆଡକୁ ଯିବାକୁ ଥିବ ଜିନ୍ସ ସେ ଦିଗ ଅନୁସାରେ ଭାଇବ୍ରେଟ୍‌ ହେବ।

ବେଗ୍‌ କ୍ଲିପ୍‌

ଇସ୍ରାଇଲ କମ୍ପାନୀ ପିକାପୁ ନାମକ ଏକ ନିଆରା ଡିଭାଇସ୍‌ ତିଆରି କରିଛନ୍ତି। ଯାହା କୁକୁରଙ୍କ ଶୌଚ ପାଇଁ ଲାଭଦାୟ। ପିକାପୁରେ ଏମିତି ଏକ ସିଲିକନ୍‌ କ୍ଲିପ୍‌ ଓ ଡିସପୋଜାଲ୍‌ ବେଗ୍‌ ଲଗା ହୋଇଛି, କୁକୁର କୁଆଡେ ବୁଲିବାକୁ ଯିବା ପୂର୍ବରୁ ଆପଣ ତା’ ଲାଞ୍ଜରେ ଏହାକୁ ଫିଟ୍‌ କରିପାରିବେ। ଏହା ଅତି ସହଜରେ ଆଡ୍‌ଜଷ୍ଟ ହୋଇପାରିବ ଓ କୁକୁରକୁ ବି କୌଣସି ଅସୁବିଧା ହେବ ନାହିଁ। ବେଗ୍‌ ପତଳା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିଲେ ବି ବହୁତ ମଜଭୁତ। ଅର୍ଥାତ ଏଥିରେ ଲିକେଜ୍‌ ହୋଇ ନଥାଏ। ଏହା ଉପରେ ଏକ ନାଇଲନ୍‌ର କଭର ରହିଛି। ଫଳରେ ଥଳି ଭିତରେ କ’ଣ ଅଛି ବାହାରକୁ ଦେଖାଯାଇ ନଥାଏ।

Related story