ଇସ୍କନର ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ମାମଲାର ତଦନ୍ତ ଆରମ୍ଭ

ପୁରୀ: ପୁରୀରେ ଇସ୍କନ ପକ୍ଷରୁ ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ମାମଲାରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତା ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଆରଡିସି ୪ଟି ଦିଗ ଉପରେ ତଦନ୍ତ କରିଛନ୍ତି। ଇସ୍କନର ପ୍ରସ୍ତାବିତ ଭବ୍ୟ ମନ୍ଦିରକୁ ପିକେଡିଏ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲା ସେଥିରେ ଅନିୟମିତତା ହୋଇଛି କି ନାହିଁ  ଓ ଇସ୍କନର ଦଖଲରେ ଥିବା ସରକାରୀ ଜମିକୁ ପୁନରୁଦ୍ଧାର ଦିଗରେ ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲା ତାହା କେତେ ଦୂର […]

iskon-temple-3

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 03:29 PM IST

ପୁରୀ: ପୁରୀରେ ଇସ୍କନ ପକ୍ଷରୁ ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ମାମଲାରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତା ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଆରଡିସି ୪ଟି ଦିଗ ଉପରେ ତଦନ୍ତ କରିଛନ୍ତି। ଇସ୍କନର ପ୍ରସ୍ତାବିତ ଭବ୍ୟ ମନ୍ଦିରକୁ ପିକେଡିଏ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲା ସେଥିରେ ଅନିୟମିତତା ହୋଇଛି କି ନାହିଁ  ଓ ଇସ୍କନର ଦଖଲରେ ଥିବା ସରକାରୀ ଜମିକୁ ପୁନରୁଦ୍ଧାର ଦିଗରେ ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲା ତାହା କେତେ ଦୂର ସନ୍ତୋଷଜନକ। ତା’ସହିତ ଯେଉଁ ପ୍ଲାନ୍ ଅନୁମୋଦିତ କରାଯାଇଥିଲା ତାହା କେଉଁ କେଉଁ ପ୍ରକଳ୍ପ ଉପରେ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଯେଉଁ ବ୍ରଚୋର୍ ଛପା ଯାଇଥିଲା ସେଥିରେ କେଉଁ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବ ତା’ଉପରେ ମଧ୍ୟ ଆରଡିସି ବିଧିବଦ୍ଧ ତଦନ୍ତ କରିଥିଲେ।

ଇସ୍କନର ଯେଉଁ ପ୍ଲାନ୍ ଅନୁମୋଦିତ କରାଯାଇଥିଲା ସେଥିରେ ଅହେତୁକ ଅନୁକମ୍ଫା କରାଯାଇଛି କି ନାହିଁ ଏବଂ ପ୍ରଶାସନ ଅଧିକାରୀ ଏହି ମାମଲାରେ ସଂପୃକ୍ତି ଅଛି କି ନାହିଁ, ଏନେଇ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଓତା ପୁରୀ ଜିଲ୍ଳାପାଳ, ଅତିରିକ୍ତ ଉପ ଜିଲ୍ଳାପାଳ ଓ ବ୍ରହ୍ମଗିରି ତହସିଲଦାରଙ୍କ ଇସ୍କନ ଜମିର  କାଗଜପତ୍ର  ଯାଞ୍ଚ କରିଥିଲେ।ଏହା ପରେ ସ୍ପେଶାଲ ସର୍କିଟ୍ ହାଉସ୍‌ରେ ଆରଡିସି ପୁରୀ ଏସ୍‌ପି, ଜିଲ୍ଳାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପିକେଡିଏର ଅଧିକାରୀମାନଙ୍କ ସହିତ ସିପସରୁବାଲି ମୌଜାରେ ବଳିଆପଣ୍ଡା ଅଞ୍ଚଳରେ ପ୍ରସ୍ତାବିତ ଭବ୍ୟ ମନ୍ଦିରର ଯେଉଁ ଅଞ୍ଚଳ ରହିଛି ତାହାର ସରଜମିନ୍ ତଦନ୍ତ ମଧ୍ୟ କରିଥିଲେ।

ଆଜିର ତଦନ୍ତ ବେଳେ ଇସ୍କନ ଅଧିକାରୀ ଉପସ୍ଥିତ ରହିଥିଲେ ଓ ଆବଶ୍ୟକ ସହଯୋଗ କରିଥିଲେ ବୋଲି ଜଣାପଡ଼ିଛି। ଇସ୍କନ ଅଧିକାରୀ ସୁଦାମ ଗୋବିନ୍ଦ ଦାସ କହିଛନ୍ତି,“ତଳକୋର୍ଟରୁ ନ୍ୟାୟ ନ ମିଳିଲେ ଇସ୍କନ କର୍ତ୍ତୃପକ୍ଷ ସୁପ୍ରିମ୍‌କୋର୍ଟ ଯିବାକୁ ଯୋଜନ କରୁଛି।”

ପୁରୀରେ ଇସ୍କନର ପ୍ରସ୍ତାବିତ ମନ୍ଦିରକୁ ନେଇ ତମ୍ବିତୋଫାନ ହେବା ପରେ ରାଜ୍ୟ ସରକାର ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ପ୍ରାରମ୍ଭିକ ଶୁଣାଣିରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ସମସ୍ତ ପକ୍ଷ ପିକେଡିଏ ନିକଟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇ ମାମଲାକୁ ଖାରଜ କରିଥିଲେ।

Related story