କାଉଣ୍ଟଡାଉନ୍ ଆରମ୍ଭ; ଆଜି କକ୍ଷପଥରେ ଅବସ୍ଥାପିତ ହେବ ସାଉଥ୍‌ ଏସିଅାନ୍‌ ସାଟେଲାଇଟ୍, ଉପକୃତ ହେବେ ୭ ଦେଶ

ନୂଆଦିଲ୍ଲୀ: ଅାଜି ଉତ୍‌କ୍ଷେପଣ  ହେବ  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଦ୍ୱାରା ବିକଶିତ ଜି-ସାଟ୍ ନାଇନ୍ ସାଟେଲାଇଟ୍।  ଅାନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଅାଜି ଅପରାହ୍ନ ୪ଟା ୫୭ ମିନିଟରେ ଏହାର ଉତ୍‌କ୍ଷେପଣ କରାଯିବ। ସତୀଶ ଧାୱନ ମହାକାଶ କେନ୍ଦ୍ରରୁ  GSLV F-09 ଜରିଅାରେ ଏହାକୁ କକ୍ଷପଥରେ ଅବସ୍ଥାପିତ କରାଯିବ। ଏହାର କାର୍ଯ୍ୟକାଳ ୧୨ ବର୍ଷ।   ଯୋଗାଯୋଗ, ଟେଲି-ମେଡିସିନ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଭାରତ ସମେତ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ଏଥିରୁ […]

ISRO

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 07:56 AM IST

ନୂଆଦିଲ୍ଲୀ: ଅାଜି ଉତ୍‌କ୍ଷେପଣ  ହେବ  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଦ୍ୱାରା ବିକଶିତ ଜି-ସାଟ୍ ନାଇନ୍ ସାଟେଲାଇଟ୍।  ଅାନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଅାଜି ଅପରାହ୍ନ ୪ଟା ୫୭ ମିନିଟରେ ଏହାର ଉତ୍‌କ୍ଷେପଣ କରାଯିବ। ସତୀଶ ଧାୱନ ମହାକାଶ କେନ୍ଦ୍ରରୁ  GSLV F-09 ଜରିଅାରେ ଏହାକୁ କକ୍ଷପଥରେ ଅବସ୍ଥାପିତ କରାଯିବ। ଏହାର କାର୍ଯ୍ୟକାଳ ୧୨ ବର୍ଷ।   ଯୋଗାଯୋଗ, ଟେଲି-ମେଡିସିନ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଭାରତ ସମେତ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ଏଥିରୁ ଉପକୃତ ହେବେ।  ଏହାକୁ ସାଉଥ ଏସିଅାନ ସାଟେଲାଇଟ୍ ବୋଲି ମଧ୍ୟ କୁହାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ କୁହାଯାଉଥିବା ଏହି ସାଟେଲାଇଟ୍ ଦକ୍ଷିଣ  ଏସୀୟ ରାଷ୍ଟ୍ର ସମୂହ ପାଇଁ ଭାରତର ଏକ ଉପହାର ବୋଲି ବିବେଚନା କରାଯାଉଛି। ଏହି ସାଟେଲାଇଟ୍‌ ଭାରତର ଦକ୍ଷିଣ ଏସିଅା ପଡୋଶୀ ଦେଶମାନଙ୍କ  ସହ ସମ୍ପର୍କ ବୃଦ୍ଧିରେ  ସହାୟକ ହେବ ବୋଲି କୁହାଯାଉଛି। ୮ ସଦସ୍ୟ ବିଶିଷ୍ଟ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରୁ  ଭାରତ ସମେତ ୭ଟି ଦେଶ ଏହି ପ୍ରୋଜେକ୍ଟର ଅଂଶବିଶେଷ। କେବଳ ପାକିସ୍ତାନ  ନିଜକୁ ଏହି  ମହାକାଶ କାର୍ଯ୍ୟକ୍ରମରୁ ଦୂରେଇ ରହିଛି।

Related story