ଚାକିରି ଠକେଇ: ଆଇଟିଇଆର ପ୍ଳେସ୍‌ମେଣ୍ଟ୍ ଡିନ୍ ରାଜକୁମାର ହୋତା ଗିରଫ

ଭୁବନେଶ୍ୱର: ଫେକ୍‌ ପ୍ଲେସ୍‌ମେଣ୍ଟ  ଅଭିଯୋଗରେ ଆଇଟିଇଆର୍‌ କଲେଜର ଡିନ୍(ପ୍ଳେସ୍‌ମେଣ୍ଟ୍‌) ରାଜକୁମାର ହୋତାଙ୍କୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିଛି। ଗତକାଲି ସନ୍ଧ୍ୟାରୁ ଅନଶନରେ ବସିଥିବା ଛାତ୍ରଛାତ୍ରୀମାନେ ଆଜି ସକାଳେ ଅନଶନରୁ ଓହରି ଯାଇଛନ୍ତି। ସୋଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଅନଶନରୁ ଉଠିଥିବା କହିଛନ୍ତି। ସେମାନଙ୍କୁ ବର୍ଷେ ଲାଗି ୨୦ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଏବଂ ୩ ମାସ ମଧ୍ୟରେ ନୂତନ ନିଯୁକ୍ତି ମିଳିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି। ଗତ ତିନିଦିନ ହେବ […]

rajkumar hota

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 12:20 PM IST

ଭୁବନେଶ୍ୱର: ଫେକ୍‌ ପ୍ଲେସ୍‌ମେଣ୍ଟ  ଅଭିଯୋଗରେ ଆଇଟିଇଆର୍‌ କଲେଜର ଡିନ୍(ପ୍ଳେସ୍‌ମେଣ୍ଟ୍‌) ରାଜକୁମାର ହୋତାଙ୍କୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିଛି। ଗତକାଲି ସନ୍ଧ୍ୟାରୁ ଅନଶନରେ ବସିଥିବା ଛାତ୍ରଛାତ୍ରୀମାନେ ଆଜି ସକାଳେ ଅନଶନରୁ ଓହରି ଯାଇଛନ୍ତି। ସୋଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଅନଶନରୁ ଉଠିଥିବା କହିଛନ୍ତି। ସେମାନଙ୍କୁ ବର୍ଷେ ଲାଗି ୨୦ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଏବଂ ୩ ମାସ ମଧ୍ୟରେ ନୂତନ ନିଯୁକ୍ତି ମିଳିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି।

ଗତ ତିନିଦିନ ହେବ ଛାତ୍ରଛାତ୍ରୀମାନେ ନିଶ୍ଚିତ ନିଯୁକ୍ତି ଦାବିରେ ଅଡି ବସିଥିବାରୁ  କ୍ୟାମ୍ପସରେ ଅଶାନ୍ତି ଲାଗି ରହିଛି।  ରେଜିଷ୍ଟ୍ରାରଙ୍କ ଅଭିଯୋଗ ଭିତ୍ତିରେ ଫ୍ରଡ୍ ପ୍ଲେସମେଣ୍ଟ ନେଇ ଖଣ୍ଡଗିରି ଥାନାରେ ଏତଲା ରୁଜୁ ହୋଇଥିଲା।  ଏକ ପ୍ଲେସମେଣ୍ଟ ଏଜେନ୍ସି ନାଁରେ ସୋଆ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି।

Related story