ପାଟି ବାଟେ ଖାଦ୍ୟ ଖାଇଲା ଜଗା, କାଳିଆ ଏବେବି ଆଇସିୟୁରେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଇସିୟୁରୁ ସାଧାରଣ ଓ୍ୱାର୍ଡକୁ ସ୍ଥାନାନ୍ତର ହେଲେ ଜଗା। ଅପରେସନ୍ ହୋଇ ପରସ୍ପରଠୁ ଅଲଗା ହେବା ପରେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହେଉଛି। ତେବେ କାଳିଆ ତୁଳନାରେ ଜଗା ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବାରୁ ତାକୁ ସାଧାରଣ ୱାର୍ଡକୁ ଅଣାଯାଇଛି। ଆଜି ସେ’ ପାଟି ବାଟେ ତରଳ ଖାଦ୍ୟ ଖାଇବା ଆରମ୍ଭ କରିଛି। କିନ୍ତୁ ଆଇସିୟୁରୁ ବାହାରିବା ଲାଗି କାଳିଆକୁ ଆହୁରି ଦୁଇମାସ ସମୟ ଲାଗିପାରେ ବୋଲି ଅସ୍ତ୍ରୋପଚାର ଟିମ୍‌ର ମୁଖ୍ୟ […]

jaga

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 09:02 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଇସିୟୁରୁ ସାଧାରଣ ଓ୍ୱାର୍ଡକୁ ସ୍ଥାନାନ୍ତର ହେଲେ ଜଗା। ଅପରେସନ୍ ହୋଇ ପରସ୍ପରଠୁ ଅଲଗା ହେବା ପରେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହେଉଛି। ତେବେ କାଳିଆ ତୁଳନାରେ ଜଗା ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବାରୁ ତାକୁ ସାଧାରଣ ୱାର୍ଡକୁ ଅଣାଯାଇଛି। ଆଜି ସେ’ ପାଟି ବାଟେ ତରଳ ଖାଦ୍ୟ ଖାଇବା ଆରମ୍ଭ କରିଛି। କିନ୍ତୁ ଆଇସିୟୁରୁ ବାହାରିବା ଲାଗି କାଳିଆକୁ ଆହୁରି ଦୁଇମାସ ସମୟ ଲାଗିପାରେ ବୋଲି ଅସ୍ତ୍ରୋପଚାର ଟିମ୍‌ର ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି।

କନ୍ଧମାଳର ଜଗା-କାଳିଆଙ୍କ ଅସ୍ତ୍ରୋପଚାର ସମଗ୍ର ଦେଶରେ ବିରଳ। ଏହାର ସଫଳତା ଡାକ୍ତରୀ କ୍ଷେତ୍ର ପାଇଁ ଏକ ବିରାଟ ଉପଲବ୍ଧି ମଧ୍ୟ ହେବ। ସେଥିପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏମ୍‌ସ ଡାକ୍ତରୀ ଟିମ୍‌ ତୀକ୍ଷ୍ଣ ନଜର ରଖିଛି। ବର୍ତ୍ତମାନ ସମୟରେ ପ୍ରତିଟି ମୁହୂର୍ତ୍ତ ଜଗା-କାଳିଆଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ସେମାନେ କେତେ ବେଳେ ଗୋଡ଼ ହଲାଉଛନ୍ତି, କେତେବେଳେ ଆଖି ଖୋଲୁଛନ୍ତି, ଏ ସମସ୍ତ ବିଷୟର ଟିକିନିଖି  ଅନୁଧ୍ୟାନ କରାଯାଉଛି। ଏହାର ଦୈନିକ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେଉଛି। ରିପୋର୍ଟକୁ ତର୍ଜମା କରାଯାଇ ସେଇ ଅନୁସାରେ ଚିକିତ୍ସା ଚାଲିଛି ବୋଲି ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି।

Related story