ଜଗମୋହନ ମରାମତି ପ୍ରସଙ୍ଗ : ପୋର୍ଟାଲ ଫ୍ରେମ୍‌ ଡିଜାଇନକୁ ଏଏସ୍‌ଆଇ ଡିଜିଙ୍କ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋର୍ଟାଲ୍‌ ଫ୍ରେମ୍‌ ଡିଜାଇନକୁ ଏଏସ୍‌ଆଇ ଡିଜି ଅନୁମୋଦନ କରିଛନ୍ତି। ଗତ ୧୯ ତାରିଖରେ ଆସିଥିବା ଏହି ଅନୁମୋଦନକୁ ନେଇ ଆଜି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଏସ୍‌ଆଇର ତତ୍ତ୍ୱାବଧାନରେ ରାଜ୍ୟ ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ କରିବ। ଅନ୍ୟପକ୍ଷରେ ଜଗମୋହନ ମରାମତି ସଂପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମରାମତି ଖର୍ଚ୍ଚ ଅନୁଦାନ ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ […]

puri

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 03:37 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋର୍ଟାଲ୍‌ ଫ୍ରେମ୍‌ ଡିଜାଇନକୁ ଏଏସ୍‌ଆଇ ଡିଜି ଅନୁମୋଦନ କରିଛନ୍ତି। ଗତ ୧୯ ତାରିଖରେ ଆସିଥିବା ଏହି ଅନୁମୋଦନକୁ ନେଇ ଆଜି ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଏସ୍‌ଆଇର ତତ୍ତ୍ୱାବଧାନରେ ରାଜ୍ୟ ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ କରିବ।

ଅନ୍ୟପକ୍ଷରେ ଜଗମୋହନ ମରାମତି ସଂପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମରାମତି ଖର୍ଚ୍ଚ ଅନୁଦାନ ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଏହା ସହ ମରାମତି କେବେ ସରିବ ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଜଗମୋହନ ମରାମତି ନେଇ କେଉଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି ଓ ମରାମତି କେବେ ସରିବ ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ।

Related story